୪ ସ୍ୱର୍ଣ୍ଣ ପଦକ ନେଇ ଫେରିଲେ ଓଡ଼ିଆ ମହିଳା ରୋଇଂ ଟିମ୍

ଭୁବନେଶ୍ୱର: ୪ଟି ସ୍ୱର୍ଣ୍ଣ ପଦକ ନେଇ ମଙ୍ଗଳବାର ଓଡ଼ିଶା ଫେରିଛନ୍ତି ଓଡ଼ିଆ ମହିଳା ରୋଇଂ ଟିମ୍। ହାଇଦ୍ରାବାଦରେ ଶେଷ ହୋଇଥିବା ଜାତୀୟ ସିନିୟର ରୋଇଂ ଚାମ୍ପିଅନସିପର ଓଡ଼ିଶା ଦଳ ଏହି ସଫଳତା ହାସଲ କରିଛନ୍ତି। ଦଳରେ ଥିବା ପ୍ରମିଳା ପ୍ରଭା ମିଞ୍ଜ, ପ୍ରତିମା ପୁହାଣ, ସଞ୍ଜୁକ୍ତା ଡୁଂଡୁଂ, ପ୍ରମିଳା କେସ, କମଳା ଲାକ୍ରା ଏବଂ ପ୍ରମିଳା ବକ୍ସଲା ଭୁବନେଶରରେ ପହଞ୍ଚିବା ପରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ଏହି ପ୍ରତିଯୋଗୀମାନେ ୫ ମିଟର କକ୍ସଲେସ ପେୟାର, କକ୍ସଲେସ ଫୋର […]

sportsman reached-bbsr

Rakesh Mallick
  • Published: Tuesday, 02 February 2016
  • , Updated: 03 February 2016, 02:42 AM IST

ଭୁବନେଶ୍ୱର: ୪ଟି ସ୍ୱର୍ଣ୍ଣ ପଦକ ନେଇ ମଙ୍ଗଳବାର ଓଡ଼ିଶା ଫେରିଛନ୍ତି ଓଡ଼ିଆ ମହିଳା ରୋଇଂ ଟିମ୍। ହାଇଦ୍ରାବାଦରେ ଶେଷ ହୋଇଥିବା ଜାତୀୟ ସିନିୟର ରୋଇଂ ଚାମ୍ପିଅନସିପର ଓଡ଼ିଶା ଦଳ ଏହି ସଫଳତା ହାସଲ କରିଛନ୍ତି। ଦଳରେ ଥିବା ପ୍ରମିଳା ପ୍ରଭା ମିଞ୍ଜ, ପ୍ରତିମା ପୁହାଣ, ସଞ୍ଜୁକ୍ତା ଡୁଂଡୁଂ, ପ୍ରମିଳା କେସ, କମଳା ଲାକ୍ରା ଏବଂ ପ୍ରମିଳା ବକ୍ସଲା ଭୁବନେଶରରେ ପହଞ୍ଚିବା ପରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ଏହି ପ୍ରତିଯୋଗୀମାନେ ୫ ମିଟର କକ୍ସଲେସ ପେୟାର, କକ୍ସଲେସ ଫୋର ଓ ୨ ହଜାର ମିଟର କକ୍ସଲେସ ଫୋର ଇଭେଣ୍ଟରେ ଭାଗ ନେଇ ୪ଟି ସ୍ୱର୍ଣ୍ଣ ଜିତିଛନ୍ତି।

୨୦୧୦ ଝୁଆଙ୍ଗ ଝୌ ଏସିଆନ୍ ଗେମ୍ସରେ ଭାରତ ପାଇଁ ବ୍ରୋଞ୍ଚ ପଦକ ଜିଣି ଇତିହାସ ରଚିଥିଲେ। ତା’ପରେ ୨୦୧୧ ଜାତୀୟ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିଣିବା ପରେ ଦୀର୍ଘ ୪ ବର୍ଷ ପରେ ପୁଣି ସେହି ଯୋଡି ଓଡ଼ିଶା ପାଇଁ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। ଏହି ସଫଳତା ପରେ ସଞ୍ଜୁକ୍ତା ଡୁଂଡୁଂ ଏବଂ ମଞ୍ଜୁଳା ଖେସଙ୍କୁ ରିଓ ଅଲିମ୍ପିକ୍ସ ପାଇଁ ଜାତୀୟ କ୍ୟାମ୍ପକୁ ଡାକରା ଆସି ପାରେ ବୋଲି ସେମାନେ ଆଶା ରଖିଛନ୍ତି।

Related story