ଓଡ଼ିଶା-କର୍ଣ୍ଣାଟକ ରଣଜୀ ମୁକାବିଲା: ଓଡ଼ିଶା ପ୍ରଥମ ଇନିଂସରେ ୨୩୨ରେ ଅଲଆଉଟ୍, ପୋଦ୍ଦାର ପୁଣି ମାରିଲେ ଶତକ

ମହୀଶୂର: ମହୀଶୂରରେ ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା-କର୍ଣ୍ଣାଟକ ରଣଜୀ ମୁକାବିଲା। ପ୍ରଥମ ଦିନରେ ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ୨୩୨ ରନ୍ ସଂଗ୍ରହ କରିଛି। ଏହି ୨୩୨ ରନରେ ସର୍ବାଧିକ ଯୋଗଦାନ ରହିଛି ଗୋବିନ୍ଦ ପୋଦ୍ଦାରଙ୍କର। ସେ ୧୫୩ ରନ୍ କରିଛନ୍ତି। ଆଉ ଚଳିତ ରଣଜୀ ସିଜିନରେ ଏହା ହେଉଛି ତାଙ୍କର ତୃତୀୟ ଶତକ। ବିଦର୍ଭ ଓ ମହାରାଷ୍ଟ୍ର ବିପକ୍ଷରେ ମଧ୍ୟ ସେ ଶତକୀୟ ପାଳି ଖେଳିଥିଲେ। ସେହିପରି ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ହେଉଛି ତାଙ୍କର […]

govind poddar

Rakesh Mallick
  • Published: Saturday, 07 November 2015
  • , Updated: 07 November 2015, 11:44 AM IST

[caption id="attachment_44659" align="alignleft" width="150"] ଗୋବିନ୍ଦ ପୋଦ୍ଦାର[/caption]

ମହୀଶୂର: ମହୀଶୂରରେ ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା-କର୍ଣ୍ଣାଟକ ରଣଜୀ ମୁକାବିଲା। ପ୍ରଥମ ଦିନରେ ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ୨୩୨ ରନ୍ ସଂଗ୍ରହ କରିଛି। ଏହି ୨୩୨ ରନରେ ସର୍ବାଧିକ ଯୋଗଦାନ ରହିଛି ଗୋବିନ୍ଦ ପୋଦ୍ଦାରଙ୍କର। ସେ ୧୫୩ ରନ୍ କରିଛନ୍ତି। ଆଉ ଚଳିତ ରଣଜୀ ସିଜିନରେ ଏହା ହେଉଛି ତାଙ୍କର ତୃତୀୟ ଶତକ। ବିଦର୍ଭ ଓ ମହାରାଷ୍ଟ୍ର ବିପକ୍ଷରେ ମଧ୍ୟ ସେ ଶତକୀୟ ପାଳି ଖେଳିଥିଲେ। ସେହିପରି ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ହେଉଛି ତାଙ୍କର ଚତୁର୍ଥ ଶତକ। ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ବେଳକୁ କର୍ଣ୍ଣାଟକ କୌଣସି ୱିକେଟ୍ ନହରାଇ ୧୯ ରନ୍ କରିଛି।

ଟସ୍ ଜିତି ଓଡ଼ିଶା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନଟରାଜ ବେହେରା ଓ ରାଜେଶ ଧୂପର ଓପନିଂ କରିବାକୁ ଆସିଥିଲେ। ତେବେ ଦୁହେଁ ବିଫଳ ହୋଇଥିଲେ। ନଟରାଜ ଖାତା ଖୋଲି ପାରି ନଥିଲେ। ସେ ପ୍ରଥମ ଓଭରରେ ଆଉଟ୍ ହୋଇଯାଇଥିଲେ। ମାତ୍ର ୩ଟି ବଲର ସମ୍ମୁଖୀନ ହୋଇ ସେ ପ୍ୟାଭିଲିୟନକୁ ଫେରି ଯାଇଥିଲେ। ୧୩.୪ ଓଭରରେ ଅନ୍ୟତମ ଓପନର ଧୂପର ୧୫ (୪୧ ବଲ୍) ରନ୍ କରି ଆଉଟ୍ ହୋଇଯାଇଥିଲେ। ସେତେବେଳକୁ ଦଳୀୟ ସ୍କୋର ହୋଇଥିଲା ୪୨। ସେ ଯିବାର କିଛି ସମୟ ପରେ ଆଉଟ୍ ହୋଇଥିଲେ ଅନୁରାଗ ଷଡ଼ଙ୍ଗୀ। ଚାରି ନମ୍ବରରେ ଆସିଥିବା ଅନୁରାଗ ମାତ୍ର ୧ ରନ୍ କରିଥିଲେ।  ତେବେ ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଗୋବିନ୍ଦ ପୋଦ୍ଦାର ଓଡ଼ିଶାର ଏହି ଇନିଂସକୁ ସମ୍ଭାଳି ନେଇଥିଲେ। ଗୋଟିଏ ପଟେ ୱିକେଟ୍ ପରେ ୱିକେଟ୍ ପଡ଼ି ଚାଲିଥିବା ବେଳେ ସେ ୨୩୦ଟି ବଲରୁ ୧୫ଟି ଚୌକା ଓ ଗୋଟିଏ ଛକା ବଳରେ ୧୫୩ ରନ୍ କରିଥିଲେ। କିଛି ସମୟ ଧରି ପ୍ରତୀକ ଦାସ ଓ ତାଙ୍କ ମଧ୍ୟରେ ପାର୍ଟନରସିପ୍ ହୋଇଥିଲା। ପ୍ରତୀକ ୧୦୮ଟି ବଲ୍ ଖେଳି ୪୦ ରନ୍ କରି ଥିଲେ। ବିଳ୍ପବ ସାମନ୍ତରାୟ ୬, ସୂର୍ଯ୍ୟକାନ୍ତ ପ୍ରଧାନ ୨, ବସନ୍ତ ମହାନ୍ତି ଶୂନ, ଅମିତ ଦାସ ଶୂନ ଓ ଧୀରଜ ସିଂ ୧ କରିଥିଲେ।

କର୍ଣ୍ଣାଟକ ପକ୍ଷରୁ ଶ୍ରେୟଶ ଗୋପାଲ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ସୁଚିଥ ଜେ ୩ଟି, ବିନୟ କୁମାର, ଷ୍ଟୁଆର୍ଟ ବିନ୍ନି ଓ ଉଦିତ ପଟେଲ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ଚଳିତ ସିଜିନରେ ଓଡ଼ିଶାର ଏହା ପଞ୍ଚମ ରଣଜୀ ମ୍ୟାଚ୍। ପୂର୍ବରୁ ଓଡ଼ିଶା ୪ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ ସହ ୯ ପଏଣ୍ଟ ହାସଲ କରିଛି। ସେହିପରି କର୍ଣ୍ଣାଟକ ୫ଟି ମ୍ୟାଚ୍ ଖେଳି ଗୋଟିଏ ବିଜୟ ସହ ୧୪ ପଏଣ୍ଟ ହସଲ କରି ଟେବୁଲର ତୃତୀୟ ସ୍ଥାନରେ ରହିଛି।  ରଣଜୀ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା-କର୍ଣ୍ଣାଟକ ମଧ୍ୟରେ ୬ ଥର ଟକ୍କର ହୋଇଛି। କର୍ଣ୍ଣାଟକ ୫ଟି ମ୍ୟାଚ୍ ଜିଣି ଥିବାବେଳେ ଓଡ଼ିଶା ମାତ୍ର ଗୋଟିଏ ମ୍ୟାଚ୍ ଜିତିଛି।

Related story