ରୋମାଞ୍ଚକର ସ୍ଥିତିରେ ଓଡିଶା-ତାମିଲନାଡୁ ମ୍ୟାଚ୍‌: ପ୍ରଥମ ଇଂନିସ ଅଗ୍ରଣୀ ପାଇଁ ଦୁଇଦଳର ସଂଘର୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୋମାଞ୍ଚକର ସ୍ଥିତିରେ କଟକ ଡ୍ରିମ୍ସରେ ଚାଲିଥିବା ଓଡିଶା ତାମିଲନାଡୁ ମ୍ୟାଚ। ପ୍ରଥମ ଇଂନିସ ଅଗ୍ରଣୀ ପାଇଁ ଦୁଇଦଳ ସଂଘର୍ଷ ଜାରି ରଖିଛନ୍ତି। ଆଜି ଦିନର ଖେଳ ଶେଷ ସୁଦ୍ଧା ଓଡିଶା ୪ ଓ୍ୱିକେଟ ହରାଇ ସଂଗ୍ରହ କରିଛି ୨୮୬ରନ। ଏବେ ମଧ୍ୟ ଓଡିଶା ୨୪୪ରନ ପଛରେ ଅଛି। ସେପଟେ ଏକାଧିକ ତାରକା ଖଚିତ ତାମିଲନାଡୁକୁ ପ୍ରଥମ ଇଂନିସ ଅଗ୍ରଣୀ ପାଇଁ ଦରକାର ଆଉ ୬ଟି ଓ୍ୱିକେଟ। ଓଡିଶା ପକ୍ଷରୁ ପୂର୍ବତନ ଅଧିନାୟକ ନଟରାଜ ବେହେରା […]

2017_5$largeimg228_May_2017_015143120 (1)

Rakesh Mallick
  • Published: Saturday, 11 November 2017
  • , Updated: 11 November 2017, 06:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୋମାଞ୍ଚକର ସ୍ଥିତିରେ କଟକ ଡ୍ରିମ୍ସରେ ଚାଲିଥିବା ଓଡିଶା ତାମିଲନାଡୁ ମ୍ୟାଚ। ପ୍ରଥମ ଇଂନିସ ଅଗ୍ରଣୀ ପାଇଁ ଦୁଇଦଳ ସଂଘର୍ଷ ଜାରି ରଖିଛନ୍ତି। ଆଜି ଦିନର ଖେଳ ଶେଷ ସୁଦ୍ଧା ଓଡିଶା ୪ ଓ୍ୱିକେଟ ହରାଇ ସଂଗ୍ରହ କରିଛି ୨୮୬ରନ। ଏବେ ମଧ୍ୟ ଓଡିଶା ୨୪୪ରନ ପଛରେ ଅଛି। ସେପଟେ ଏକାଧିକ ତାରକା ଖଚିତ ତାମିଲନାଡୁକୁ ପ୍ରଥମ ଇଂନିସ ଅଗ୍ରଣୀ ପାଇଁ ଦରକାର ଆଉ ୬ଟି ଓ୍ୱିକେଟ। ଓଡିଶା ପକ୍ଷରୁ ପୂର୍ବତନ ଅଧିନାୟକ ନଟରାଜ ବେହେରା ସର୍ବାଧିକ ୯୧ରନ କରିଥିବା ବେଳେ ,ଅନ୍ୟତମ ଓପନର୍ ସନ୍ଦୀପ ପଟ୍ଟନାୟକ ଖେଳିଥିଲେ ୬୬ରନର ଅର୍ଦ୍ଦଶତକୀୟ ଇଂନିସ। ଖେଳ ଶେଷ ବେଳକୁ ବିପ୍ଲବ ସାମନ୍ତରାୟ ୪୪ ଏବଂ ଶାନ୍ତନୁ ମିଶ୍ର ୩୭ ରନରେ ଅପରାଜିତ ଅଛନ୍ତି। ତାମିଲନାଡୁ ପକ୍ଷରୁ ଅଫସ୍ପିନର ଓ୍ୱାଶିଂଟନ ସୁନ୍ଦର ସର୍ବାଧିକ ୨ଟି ଓ୍ୱିକେଟ ନେଇଥିବା ବେଳେ ,ୟୋ ମହେଶ ଏବଂ ରାହିଲ ଶାହା ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଛନ୍ତି। ଆସନ୍ତା କାଲିର ପ୍ରଥମ ଘଣ୍ଟାର ଖେଳ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।

Related story