ରଣଜୀ ମ୍ୟାଚ: ତାମିଲନାଡ଼ୁକୁ ଚକମା ଦେଲା ଓଡ଼ିଶା

କଟକ (ଓଡ଼ିଶା ରିପୋର୍ଟର): କଟକ ଡ୍ରିମ୍ସ ପଡ଼ିଆରେ ଚାଲିଥିବା ରଣଜୀ ମ୍ୟାଚରେ ତାମିଲନାଡ଼ୁକୁ ଓଡ଼ିଶା ଚକମା ଦେଇଛି। ଆଜି ଚତୁର୍ଥ ଦିନରେ ଖେଳ ଶେଷ ସୁଦ୍ଧା ଓଡ଼ିଶା ୯ ୱିକେଟ୍‌ ହରାଇ ୫୩୩ ରନ କରିଥିଲା। ତାମିଲନାଡ଼ୁର ୫୩୦ ରନ୍‌ର ଟାର୍ଗେଟକୁ ପିଛା କରିବା ପାଇଁ ଓଡ଼ିଶାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ସନ୍ଦୀପ ପଟ୍ଟନାୟକ ଓ ନଟରାଜ ବେହେରା ପଡ଼ିଆକୁ ଓହ୍ଲାଇଥିଲେ। ସନ୍ଦୀପ ୬୬ ରନ୍‌ କରିଥିବା ବେଳେ ନଟରାଜ ୯୧ ରନ୍‌ କରି ଆଉଟ୍‌ ହୋଇଯାଇ ଥିଲେ। […]

ranjitrophy

Rakesh Mallick
  • Published: Sunday, 12 November 2017
  • , Updated: 12 November 2017, 06:23 PM IST

କଟକ (ଓଡ଼ିଶା ରିପୋର୍ଟର): କଟକ ଡ୍ରିମ୍ସ ପଡ଼ିଆରେ ଚାଲିଥିବା ରଣଜୀ ମ୍ୟାଚରେ ତାମିଲନାଡ଼ୁକୁ ଓଡ଼ିଶା ଚକମା ଦେଇଛି। ଆଜି ଚତୁର୍ଥ ଦିନରେ ଖେଳ ଶେଷ ସୁଦ୍ଧା ଓଡ଼ିଶା ୯ ୱିକେଟ୍‌ ହରାଇ ୫୩୩ ରନ କରିଥିଲା। ତାମିଲନାଡ଼ୁର ୫୩୦ ରନ୍‌ର ଟାର୍ଗେଟକୁ ପିଛା କରିବା ପାଇଁ ଓଡ଼ିଶାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ସନ୍ଦୀପ ପଟ୍ଟନାୟକ ଓ ନଟରାଜ ବେହେରା ପଡ଼ିଆକୁ ଓହ୍ଲାଇଥିଲେ। ସନ୍ଦୀପ ୬୬ ରନ୍‌ କରିଥିବା ବେଳେ ନଟରାଜ ୯୧ ରନ୍‌ କରି ଆଉଟ୍‌ ହୋଇଯାଇ ଥିଲେ। ସେହିପରି ଅଧିନାୟକ ଗୋବିନ୍ଦ ପଦ୍ଦାର ୨୯, ସୁଭ୍ରାଂଶୁ ସେନାପତି ୪, ଶାନ୍ତନୁ ମିଶ୍ର ୭୧, ବିପ୍ଳବ ସାମନ୍ତରାୟ ୫୦, ରାଜେଶ ୯୭, ଅଆଲୋକ ଚନ୍ଦ୍ର ସାହୁ ୩୬, ସୂର୍ଯ୍ୟକାନ୍ତ ପ୍ରଧାନ ୪୩ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ବସନ୍ତ ମହାନ୍ତି ୧୮ ଓ ଧୀରଜ ସିଂହ ୨ ରନ୍‌ କରି ନଟ୍‌ ଆଉଟ୍‌ ଅଛନ୍ତି। ତାମିଲନାଡୁ ପକ୍ଷରୁ ୱାସିଂଟନ୍ ସୁନ୍ଦରଙ୍କୁ ୪ଟି ଓ ଭି ମହେଶଙ୍କୁ ୩ଟି ୱିକେଟ ମିଳିଛି।

Related story