ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ବର୍ଷ ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସୟଦ ମୁସ୍ତାକ ଅଲୀ ଟି-୨୦ ଟ୍ରଫି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୨୦ ଜଣିଆ ଓଡ଼ିଶା କ୍ରିକେଟ୍ ଦଳର ଚୟନ କରାଯାଇଛି। ପ୍ରଭଞ୍ଜନ ମଲିକଙ୍କ ଅଧ୍ୟକ୍ଷତାରେ ଓସିଏର ମୁଖ୍ୟ ଚୟନକର୍ତ୍ତା ଏହି ଦଳ ଘୋଷଣା କରିଛି। ଦଳର କ୍ୟାପଟେନ୍ ଦାୟିତ୍ୱ ଦିଆଯାଇଛି ଶୁଭ୍ରାଂଶୁ ସେନାଙ୍କୁ।
ଟିମରେ ଅଭିଜ୍ଞ ବିପ୍ଳବ ସାମନ୍ତରାୟ ଓ ଗୋବିନ୍ଦ ପୋଦ୍ଦାରଙ୍କୁ ସ୍ଥାନ ମିଳିଥିବା ବେଳେ ଦୁଇଜଣ ୱିକେଟକିପର ଭାବେ ରାଜେଶ ଧୂପର ଓ ପ୍ରବୀଣ ଲୋହାଙ୍କୁ ସାମିଲ୍ କରାଯାଇଛି। ଯୁବ ପ୍ରତିଭାସମ୍ପନ୍ନ ବୋଲର ରାଜେଶ ମହାନ୍ତିଙ୍କ ସହ ସୂର୍ଯ୍ୟକାନ୍ତ ବେହେରାଙ୍କୁ ସ୍ଥାନ ମିଳିଛି।
ସୂଚନାଯୋଗ୍ୟ, ସୟଦ ମୁସ୍ତାକ ଅଲି ଟ୍ରଫି ସହ ବିସିସିଆଇର ଘରୋଇ କ୍ରିକେଟ୍ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ପରେ ବିସିସିଆଇ ବାକି ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି।
ଘୋଷିତ ଦଳ: ବିପ୍ଳବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର, ଶୁଭ୍ରାଂଶୁ ସେନାପତି (କ୍ୟାପଟେନ୍), ପ୍ରତୀପ ଦାସ, ଶାନ୍ତନୁ ମିଶ୍ର, ଅଙ୍କିତ ଯାଦବ, ଆଦିତ୍ୟ ରାଉତ, ଗୌରବ ଚୌଧୁରୀ, ସୁକେଶ ହୀରା, ୱାଲଟର୍ ଟପ୍ପୋ, ରାଜେଶ ଧୂପର (ୱିକେଟକିପର), ପ୍ରବୀଶ ଲୋହା (ୱିକେଟକିପର), ସୂର୍ଯ୍ୟକାନ୍ତ ପ୍ରଧାନ, ସର୍ବେଶ୍ୱର ମହାନ୍ତି, ତାରିଣୀ ସା, ପପୁ ରୟ, ଅଙ୍କିତକର ଜୈସୱାଲ, ରାଜେଶ ମହାନ୍ତି, ସୁନୀଲ କୁମାର ରାଉଳ, ଆଶିଷ ରାଏ।