ଅଫଲାଇନ୍ ଟିକେଟ ବିକ୍ରି ଆରମ୍ଭ

କଟକ (ଓଡ଼ିଶା ରିପୋର୍ଟର): ଆସନ୍ତା ୨୨ ତାରିଖରେ ହେବାକୁଥିବା ବାରବାଟୀ ଦିନିକିଆ ପାଇଁ ଆଜିଠାରୁ ଓସିଏ ଅନୁବନ୍ଧିତ ସଂସ୍ଥା ଓ ବିସିସିଆଇ ଆଫିଲେଟେଡ ୟୁନିଟକୁ ଟିକେଟ ବିକ୍ରି ଆରମ୍ଭ ହୋଇଛି। ସ୍କୁଲ, କଲେଜ, ସହ ସମସ୍ତ ଜିଲ୍ଲା ଓ କ୍ଲବର ମେମ୍ବର ଟିକେଟ କିଣିଛନ୍ତି। ପ୍ରାୟ ୯ହଜାର ଟିକେଟ ଆଜି ଓ ଆସନ୍ତାକାଲି ବିକ୍ରି କରାଯିବ। ଘରୋଇ ବ୍ୟାଙ୍କ ସାହାଯ୍ୟରେ ଏହି ଟିକେଟ ବିକ୍ରି କରାଯାଉଛି। ଟିକେଟ ନେଉଥିବା ସଂସ୍ଥା ନିଜର କୋଟା ଟିକେଟ ବାବଦ ଟଙ୍କା […]

barabati

Ranjit Kumar Jena
  • Published: Monday, 16 December 2019
  • , Updated: 16 December 2019, 10:05 PM IST

କଟକ (ଓଡ଼ିଶା ରିପୋର୍ଟର): ଆସନ୍ତା ୨୨ ତାରିଖରେ ହେବାକୁଥିବା ବାରବାଟୀ ଦିନିକିଆ ପାଇଁ ଆଜିଠାରୁ ଓସିଏ ଅନୁବନ୍ଧିତ ସଂସ୍ଥା ଓ ବିସିସିଆଇ ଆଫିଲେଟେଡ ୟୁନିଟକୁ ଟିକେଟ ବିକ୍ରି ଆରମ୍ଭ ହୋଇଛି। ସ୍କୁଲ, କଲେଜ, ସହ ସମସ୍ତ ଜିଲ୍ଲା ଓ କ୍ଲବର ମେମ୍ବର ଟିକେଟ କିଣିଛନ୍ତି। ପ୍ରାୟ ୯ହଜାର ଟିକେଟ ଆଜି ଓ ଆସନ୍ତାକାଲି ବିକ୍ରି କରାଯିବ।

ଘରୋଇ ବ୍ୟାଙ୍କ ସାହାଯ୍ୟରେ ଏହି ଟିକେଟ ବିକ୍ରି କରାଯାଉଛି। ଟିକେଟ ନେଉଥିବା ସଂସ୍ଥା ନିଜର କୋଟା ଟିକେଟ ବାବଦ ଟଙ୍କା କ୍ୟାସ ଏବଂ ଡ୍ରାଫ୍ଟ ମାଧ୍ୟମରେ ଦେଉଛନ୍ତି। ତେବେ ଏଠାରୁ ଯେଉଁ ଟିକେଟ ବଳିଯିବ ତାହା କାଉଣ୍ଟର ବିକ୍ରି ପାଇଁ ଚାଲିଯିବ। ୧୯ ଓ ୨୦ ତାରିଖରେ ୧୨ଟି କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ଟିକଟ ବିକ୍ରି ହେବ।

ଗତ ୫ତାରିଖରେ ଅନ୍ଲାଇନ୍ ଟିକଟ ବିକ୍ରି ଆରମ୍ଭ ହୋଇଥିଲା। ତେବେ ମାତ୍ର ଘଣ୍ଟାଏ ଭିତରେ ଅନଲାଇନରେ ସବୁ ଟିକେଟ୍ ବୁକ୍ ହୋଇଥିଲା, ଯେଉଁକାରଣରୁ କ୍ରିକେଟପ୍ରେମୀ ବହୁତ ନିରାଶ ହୋଇଥିଲେ।

ସେପଟେ ବାରବାଟୀରେ ଶେଷ ପର୍ଯ୍ୟାୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଡିସିପି ଅଖିଳେଶ୍ୱର ସିଂ। ବିଭିନ୍ନ ଗ୍ୟାଲେରୀ ବୁଲିବା ସହ ଦର୍ଶକଙ୍କ ପାଇଁ କ'ଣ କଣ ବ୍ୟବସ୍ଥା ହୋଇଛି, ତାହାର ତଦାରଖ ନେଇ ଓସିଏ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ଏହାଛଡ଼ା ଆରଡିସି ମଧ୍ୟ ଆଜି ଷ୍ଟାଡିୟମର ଅନୁଧ୍ୟାନ କରିଛନ୍ତି।

Related story