୨୦ ବର୍ଷ ତଳେ ଆଜିର ଦିନରେ କ୍ରିକେଟରେ ଲାଗିଥିଲା ବଡ଼ ଫିକ୍ସିଂର ଦାଗ

ଜୋହାନ୍ସବର୍ଗ: ଆଜି ହେଉଛି ଏପ୍ରିଲ ୧୧। ଆଜିକୁ ଠିକ ୨୦ ବର୍ଷ ତଳେ ଆଜିର ଦିନରେ କ୍ରିକେଟ ଭଳି ଜେଣ୍ଟଲମ୍ୟାନଙ୍କ ଗେମ୍‌ରେ ଲାଗିଥିବା ଫିକ୍ସିଂର ସବୁଠାରୁ ବଡ଼ କଳାଦାଗ। ଏଭଳି ଏକ ମ୍ୟାଚ୍‌ ଫିକ୍ସିଂ ପାଇଁ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ କ୍ରିକେଟର ସ୍ୱର୍ଗତଃ ହାନସୀ କ୍ରୋନିଏଙ୍କୁ ଦଳର ଅଧିନାୟକ ପଦରୁ ବହିଷ୍କୃତ କରାଯାଇଥିଲା। ଅନ୍ତର୍ଜାତୀୟ କ୍ରିକେଟର ଏକ ରୋଲ ମଡେଲ ଥିଲେ କ୍ରୋନିଏ। ହେଲେ ମ୍ୟାଚ ଫିକ୍ସିଂ ତାଙ୍କୁ ବଦନାମ କରିଥିଲା। ୨୦୦୦ ମସିହା ଏପ୍ରିଲ ମାସରେ […]

f

Hemant Lenka
  • Published: Saturday, 11 April 2020
  • , Updated: 11 April 2020, 05:04 PM IST

ଜୋହାନ୍ସବର୍ଗ: ଆଜି ହେଉଛି ଏପ୍ରିଲ ୧୧। ଆଜିକୁ ଠିକ ୨୦ ବର୍ଷ ତଳେ ଆଜିର ଦିନରେ କ୍ରିକେଟ ଭଳି ଜେଣ୍ଟଲମ୍ୟାନଙ୍କ ଗେମ୍‌ରେ ଲାଗିଥିବା ଫିକ୍ସିଂର ସବୁଠାରୁ ବଡ଼ କଳାଦାଗ। ଏଭଳି ଏକ ମ୍ୟାଚ୍‌ ଫିକ୍ସିଂ ପାଇଁ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ କ୍ରିକେଟର ସ୍ୱର୍ଗତଃ ହାନସୀ କ୍ରୋନିଏଙ୍କୁ ଦଳର ଅଧିନାୟକ ପଦରୁ ବହିଷ୍କୃତ କରାଯାଇଥିଲା।

ଅନ୍ତର୍ଜାତୀୟ କ୍ରିକେଟର ଏକ ରୋଲ ମଡେଲ ଥିଲେ କ୍ରୋନିଏ। ହେଲେ ମ୍ୟାଚ ଫିକ୍ସିଂ ତାଙ୍କୁ ବଦନାମ କରିଥିଲା। ୨୦୦୦ ମସିହା ଏପ୍ରିଲ ମାସରେ ଦିଲ୍ଲୀ ପୁଲିସ୍‌ କ୍ରୋନିଏଙ୍କ ନାଁରେ ମ୍ୟାଚ୍‌ ଫିକ୍ସିଂ ମାମଲା ରୁଜୁ କରିଥିଲା। ଭାରତ ବିପକ୍ଷ ଏକ ଦିନିକିଆ ମ୍ୟାଚ୍‌ରେ ସେ ଫିକ୍ସିଂ କରିଥିଲେ। ଏଥିପାଇଁ ଭାରତୀୟ ବୁକି ସଞ୍ଜୟ ଚାୱାଲଙ୍କ ସହ ସେ ଯୋଗାଯୋଗରେ ରହିଥିଲେ।

ପ୍ରଥମେ ଏହି ଅଭିଯୋଗକୁ କ୍ରୋନିଏ ମାନି ନଥିଲେ। ହେଲେ ପରେ ସେ ଏହାକୁ ମାନିଥିଲେ। ଏପରି କି ହର୍ଷଲ ଗିବ୍ସ ଓ ପାଟ ସୟମକୋସଙ୍କ ଭଳି ଖେଳାଳିଙ୍କୁ ମଧ୍ୟ ଫିକ୍ସିଂ ପାଇଁ ସେ ପ୍ରବର୍ତ୍ତାଇଥିଲେ। ତଦନ୍ତକାରୀ ସଂସ୍ଥା ଆଗରେ କ୍ରୋନିଏ ବୁକିମାନଙ୍କ ଠାରୁ ୧୯୯୬ ଠାରୁ ଲାଞ୍ଚ ନେଉଥିଲେ ଏବଂ ଭାରତର ମହମ୍ମଦ ଆଝାରୁଦ୍ଦିନ ହିଁ ତାଙ୍କୁ ବୁକିଙ୍କ ସମ୍ପର୍କରେ ଆଣିଥିଲେ ବୋଲି ମଧ୍ୟ ଅଭିଯୋଗ କରିଥିଲେ।

୧୯୯୬ରେ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ଖେଳିବାକୁ ଭାରତ ଆସିଥିବା ବେଳେ ବୁକିମାନେ ପ୍ରଥମେ ତାଙ୍କୁ ଯୋଗାଯୋଗ କରିଥିଲେ। କ୍ରୋନିଏଙ୍କୁ ବିଶ୍ୱର କିମ୍ବଦନ୍ତୀ କ୍ରିକେଟର ଭାବେ ନାମିତ କରାଯାଇଥିଲା। ହେଲେ ମ୍ୟାଚ ଫିକ୍ସିଂ ତାଙ୍କୁ ବରବାଦ କରିଦେଇଥିଲା। ଏଥିପାଇଁ ତାଙ୍କୁ ଅଧିନାୟକ ପଦ ମଧ୍ୟ ହରାଇବାକୁ ପଡ଼ିଥିଲା। କେବଳ କ୍ରୋନିଏ ନୁହନ୍ତି, ଅନେକ ଦକ୍ଷିଣ ଆଫ୍ରିକା କ୍ରିକେଟରଙ୍କ ନାଁରେ ଫିକ୍ସିଂ ଅଭିଯୋଗ ଆସିବାରୁ ପୂରା ଦେଶ ଦୋହଲି ଯାଇଥିଲା।

ସୂଚନାଯୋଗ୍ୟ, କପିଲ ଦେବ ଅନ୍ୟତମ ଭାରତୀୟ କ୍ରିକେଟର ମନୋଜ ପ୍ରଭାକରଙ୍କୁ ନିମ୍ନମାନର ଖେଳ ପ୍ରଦର୍ଶନ କରିବାକୁ କହିଥିବା ମଧ୍ୟ ସେହି ବର୍ଷ ଅଭିଯୋଗ ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ମନୋଜ ପ୍ରଭାକର, ଅଜୟ ଜାଡେଜା ଓ ଅଜୟ ଶର୍ମା ବୁକିଙ୍କ ସହ ଯୋଗାଯୋଗରେ ରହିଥିବା ଜଣାପଡ଼ିଥିଲା। ଏଥିପାଇଁ ସମସ୍ତଙ୍କୁ ବ୍ୟାନ କରାଯାଇଥିଲା।

Related story