ପୁରୀ ସମୁଦ୍ରରେ ବୁଡ଼ି ବାସ୍କେଟବଲ ଖେଳାଳିଙ୍କ ମୃତ୍ୟୁ, ଅନ୍ୟଜଣେ ଗୁରୁତର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମୁଦ୍ରରେ ବୁଡ଼ି ବାସ୍କେଟବଲ ଖେଳାଳିଙ୍କ ମୃତ୍ୟୁ। ଆଜି ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଜଣେ ଖେଳାଳିଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ଅମନ କୁମାର ଓ ଘର ଛତିଶଗଡ଼ ଭିଲାଇରେ ବୋଲି ଜଣାପଡିଛି। ଭୁବନେଶ୍ୱରରେ ଚାଲିଥିବା ଆନ୍ତଃ ବିଶ୍ୱବିଦ୍ୟାଳୟ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଅମନ କୁମାର ଓଡ଼ିଶା ଆସିଥିଲେ। ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପରେ ଅମନ୍  ଆଜି ବୁଲିବାକୁ ପୁରୀ ଯାଇଥିଲେ। ତେବେ ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅନ୍ୟ […]

drowning

Rakesh Mallick
  • Published: Wednesday, 04 October 2017
  • , Updated: 04 October 2017, 06:14 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମୁଦ୍ରରେ ବୁଡ଼ି ବାସ୍କେଟବଲ ଖେଳାଳିଙ୍କ ମୃତ୍ୟୁ। ଆଜି ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଜଣେ ଖେଳାଳିଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ଅମନ କୁମାର ଓ ଘର ଛତିଶଗଡ଼ ଭିଲାଇରେ ବୋଲି ଜଣାପଡିଛି। ଭୁବନେଶ୍ୱରରେ ଚାଲିଥିବା ଆନ୍ତଃ ବିଶ୍ୱବିଦ୍ୟାଳୟ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଅମନ କୁମାର ଓଡ଼ିଶା ଆସିଥିଲେ। ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପରେ ଅମନ୍  ଆଜି ବୁଲିବାକୁ ପୁରୀ ଯାଇଥିଲେ। ତେବେ ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅନ୍ୟ ଜଣେ ସାଙ୍ଗଙ୍କ ସହ ଅମନ ନିଖୋଜ ହୋଇଯାଇଥିଲେ। ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ଅନ୍ୟ ଜଣେ ଖେଳାଳିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

Related story