ଲକ୍ଷ୍ନୌ ଟେଷ୍ଟ୍ ଜିତିଲା ୱେଷ୍ଟଇଣ୍ଡିଜ୍‌

ଲକ୍ଷ୍ନୌ: ଆଫଗାନିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଇଥିବା ଏକମାତ୍ର ଟେଷ୍ଟ ଅଢ଼େଇ ଦିନରେ ଶେଷ ହୋଇଛି। ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ୱେଷ୍ଟଇଣ୍ଡିଜ୍ ଏହି ମ୍ୟାଚକୁ ୯ ୱିକେଟରେ ଜିତି ନେଇଛି। ଆଫଗାନିସ୍ତାନ ଦ୍ୱାରା ଧାର୍ଯ୍ୟ ୩୧ ରନର ବିଜୟଲକ୍ଷ୍ୟକୁ ୱେଷ୍ଟଇଣ୍ଡିଜ୍ ୬.୨ ଓଭରରେ ୧ ୱିକେଟ୍ ହରାଇ ହାସଲ କରିନେଇଛି। କାର୍ଲସ୍ ବ୍ରାଥୱେଟ୍ (୮) ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ୍ ହୋଇଥିବା ବେଳେ ଜନ୍ କ୍ୟାମ୍ପବେଲ୍ (୧୯) ଓ ଶାଇ ହୋପ୍ (୬) ଅପରାଜିତ […]

wi

Ranjit Kumar Jena
  • Published: Friday, 29 November 2019
  • , Updated: 29 November 2019, 06:14 PM IST

ଲକ୍ଷ୍ନୌ: ଆଫଗାନିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଇଥିବା ଏକମାତ୍ର ଟେଷ୍ଟ ଅଢ଼େଇ ଦିନରେ ଶେଷ ହୋଇଛି। ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ୱେଷ୍ଟଇଣ୍ଡିଜ୍ ଏହି ମ୍ୟାଚକୁ ୯ ୱିକେଟରେ ଜିତି ନେଇଛି। ଆଫଗାନିସ୍ତାନ ଦ୍ୱାରା ଧାର୍ଯ୍ୟ ୩୧ ରନର ବିଜୟଲକ୍ଷ୍ୟକୁ ୱେଷ୍ଟଇଣ୍ଡିଜ୍ ୬.୨ ଓଭରରେ ୧ ୱିକେଟ୍ ହରାଇ ହାସଲ କରିନେଇଛି। କାର୍ଲସ୍ ବ୍ରାଥୱେଟ୍ (୮) ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ୍ ହୋଇଥିବା ବେଳେ ଜନ୍ କ୍ୟାମ୍ପବେଲ୍ (୧୯) ଓ ଶାଇ ହୋପ୍ (୬) ଅପରାଜିତ ଥିଲେ। ଆଫଗାନିସ୍ତାନର ଆମୀର ହମଜା ଗୋଟିଏ ୱିକେଟ୍ ନେଇଥିଲେ।

ତୃତୀୟ ଦିବସରେ ୧୦୯/୭ରୁ ଖେଳ ଆରମ୍ଭ କରିଥିବା ଆଫଗାନିସ୍ତାନ ଆଉ ୧୧ ରନ୍ ଯୋଡ଼ି ଅଲଆଉଟ୍ ହୋଇଥିଲା। ଆଫଗାନିସ୍ତାନ ପକ୍ଷରୁ ଜାଭେଦ୍ ଅହମ୍ମଦି ସର୍ବାଧିକ ୬୨ ରନ୍ କରିଥିବାବେଳେ ଇବ୍ରାହିମ୍ ଜର୍ଦ୍ଦାନ୍ ୨୩ ଓ ନାସିର୍ ଜମାଲ୍ ୧୫ ରନ୍ କରିଥିବା ବେଳେ ଅନ୍ୟକୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରିନଥିଲେ।

ଇଣ୍ଡିଜର ରାକୀମ କର୍ନୱାଲ୍‌, କ୍ୟାପଟେନ୍ ଜେସନ୍ ହୋଲ୍ଡର ଓ ରୋଷ୍ଟନ୍ ଚେଜ୍ ୩ଟି ଲେଖାଏ ୱିକେଟ୍ ପାଇଥିଲେ। ଏହି ମ୍ୟାଚରେ ଆଫଗାନିସ୍ତାନ ଉଭୟ ଇନିଂସରେ ଯଥାକ୍ରମେ ୧୮୭ ଓ ୧୨୦ ରନ୍ କରିଥିବା ବେଳେ ଇଣ୍ଡିଜ୍ ପ୍ରଥମ ଇନିଂସରେ ୨୮୮ ରନ୍ କରିଥିଲା। ମ୍ୟାଚରେ ମୋଟ ୧୦ ୱିକେଟ୍ ନେଇଥିବା କର୍ନୱାଲ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

Related story