ଏହି କ୍ରିକେଟର୍‌ ଗୋଟିଏ ଓଭର୍‌ରେ ୫ଟି ବଲ୍‌ ପକାଇ ଖର୍ଚ୍ଚ କଲେ ୭୭ ରନ୍‌: ବିଶ୍ୱର ପ୍ରଥମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯଦି ଆପଣଙ୍କୁ ପଚରାଯାଏ ଜଣେ ବୋଲର ଗୋଟିଏ ଓଭରରେ କେତେ ରନ୍‌ ଖର୍ଚ୍ଚ କରିପାରିବେ। ଏହା ପରେ ଆପଣ କହିବେ ଅଧିକରୁ ଅଧିକ ଜଣେ ବୋଲର ଗୋଟିଏ ଓଭରରେ ୩୬ରନ ଖର୍ଚ୍ଚ କରିବେ। ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ବୋଲର ଗୋଟିଏ ଓଭରରେ ମାତ୍ର ୭୭ ରନ ଖର୍ଚ୍ଚ କରିଛନ୍ତି। ଏହି କାରନାମା ନ୍ୟୁଜିଲାଣ୍ଡର ଫାଷ୍ଟ ବୋଲର ବେର୍ଟ ଭେନ୍ସ ନାଁରେ ରହିଛି। ୧୯୯୦ରେ ନ୍ୟୁଜିଲାଣ୍ଡର ଏକ ଫାର୍ଟକ୍ଲାସ ମ୍ୟାଚ୍‌ରେ ଏଭଳି […]

maxresdefault

Rakesh Mallick
  • Published: Wednesday, 21 February 2018
  • , Updated: 21 February 2018, 11:17 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯଦି ଆପଣଙ୍କୁ ପଚରାଯାଏ ଜଣେ ବୋଲର ଗୋଟିଏ ଓଭରରେ କେତେ ରନ୍‌ ଖର୍ଚ୍ଚ କରିପାରିବେ। ଏହା ପରେ ଆପଣ କହିବେ ଅଧିକରୁ ଅଧିକ ଜଣେ ବୋଲର ଗୋଟିଏ ଓଭରରେ ୩୬ରନ ଖର୍ଚ୍ଚ କରିବେ। ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ବୋଲର ଗୋଟିଏ ଓଭରରେ ମାତ୍ର ୭୭ ରନ ଖର୍ଚ୍ଚ କରିଛନ୍ତି। ଏହି କାରନାମା ନ୍ୟୁଜିଲାଣ୍ଡର ଫାଷ୍ଟ ବୋଲର ବେର୍ଟ ଭେନ୍ସ ନାଁରେ ରହିଛି।

୧୯୯୦ରେ ନ୍ୟୁଜିଲାଣ୍ଡର ଏକ ଫାର୍ଟକ୍ଲାସ ମ୍ୟାଚ୍‌ରେ ଏଭଳି ଦେଖିବାକୁ ମିଳିଥିଲା। ୱେଲିଂଟନ ସେଲ୍‌ ଟ୍ରଫିରେ କ୍ୟାଣ୍ଟରବୁରୀ ଓ ୱେଲିଂଟନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ମ୍ୟାଚର ଶେଷ ଦିନରେ ୱେଲିଂଟନ ଟିମ୍‌ କ୍ୟାଣ୍ଟରବୁରୀ ଟିମକୁ ୫୯ ଓଭରରେ ୨୯୧ ରନର ଟାର୍ଗେଟ୍‌ ଦେଇଥିଲା। ଗୋଟିଏ ସମୟରେ ଏହି ଟାର୍ଟେଗକୁ ପିଛା କରି କ୍ୟାଣ୍ଟରବୁରୀ ଟିମ୍‌ ୧୦୮ ରନରେ ୮ ୱିକେଟ୍‌ ହରାଇ ଦେଇଥିଲା। ଏହାପରେ ଧର୍ଯ୍ୟର ସହ ବ୍ୟାଟିଂ କରିଥିଲା କ୍ୟାଣ୍ଟରବୁରୀ ଟିମ୍‌। ଶେଷରେ କ୍ୟାଣ୍ଟରବୁରୀ ଟିମକୁ ଜିତିବା ପାଇଁ ୨ ଓଭରରେ ୯୫ ରନ ଆବଶ୍ୟକ ଥିଲା। ଏବଂ ଏହି ଲକ୍ଷ୍ୟ ବହୁତ ଦୂର ଲାଗୁଥିଲା। ଏହି ସମୟରେ ବୋଲିଂ ପାଇଁ ଆସିଥିଲେ ବେର୍ଟ ଭେନ୍ସ। ଏହି ଓଭରରେ ଭେନ୍ସ ୨୨ଟି ବଲ ପକାଇଥିଲେ। ଯେଉଁଥିରେ ସେ ମାତ୍ର ୫ଟି ବଲ ଠିକ୍‌ରେ ପକାଇଥିଲେ। ଏହି ଓଭରରେ ସେ ୭୭ ରନ ଖର୍ଚ୍ଚ କରିଥିଲେ। ଫଳରେ ଶେଷ ଓଭରରେ ମାତ୍ର ୧୮ ରନ ଆବଶ୍ୟକ ଥିବା ବେଳେ କ୍ୟାଣ୍ଟରବୁରୀ ଟିମ୍‌ ୧୭ ରନ କରି ମ୍ୟାଚ୍‌କୁ ଡ୍ର ରଖିଥିଲା।   one-over-

Related story