ବାହା ହେବେ ଅକ୍ଷର ପଟେଲ, ଜନ୍ମଦିନରେ ହେଲା ନିର୍ବନ୍ଧ

ନୂଆଦିଲ୍ଲୀ: ଗୁରୁବାର ଥିଲା ଭାରତୀୟ କ୍ରିକେଟ୍ ଟିମ୍‌ର ଅଲ୍‌ରାଉଣ୍ଡର ଅକ୍ଷର ପଟେଲଙ୍କ ଜନ୍ମଦିନ। ଗତକାଲି ସେ ୨୮ ବର୍ଷରେ ପାଦ ଥାପିଛନ୍ତି। ଆଉ ଏହି ଅବସରରେ ତାଙ୍କ ଜୀବନଯାତ୍ରାରେ ଯୋଡ଼ି ହୋଇଯାଇଛି ଆଉ ଏକ ଅଧ୍ୟାୟ। ଗତକାଲି ତାଙ୍କର ନିର୍ବନ୍ଧ ସଂପନ୍ନ ହୋଇଛି। ଗର୍ଲଫ୍ରେଣ୍ଡ ମେହାଙ୍କ ସହିତ ତାଙ୍କ ନିର୍ବନ୍ଧ ହୋଇଛି। ମେହା ବୃତ୍ତିରେ ଜଣେ ଡାଏଟିସିଆନ୍ ଓ ନ୍ୟୁଟ୍ରିସନିଷ୍ଟ। ନିର୍ବନ୍ଧ ନେଇ ମେହା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକାଧିକ ପୋଷ୍ଟ କରିଛନ୍ତି। ଗୋଟିଏ ପୋଷ୍ଟରେ ସେମାନେ […]

Axar Patel

Axar Patel

Jitendra Garnayak
  • Published: Friday, 21 January 2022
  • Updated: 21 January 2022, 01:57 PM IST

Sports

Latest News

ନୂଆଦିଲ୍ଲୀ: ଗୁରୁବାର ଥିଲା ଭାରତୀୟ କ୍ରିକେଟ୍ ଟିମ୍‌ର ଅଲ୍‌ରାଉଣ୍ଡର ଅକ୍ଷର ପଟେଲଙ୍କ ଜନ୍ମଦିନ। ଗତକାଲି ସେ ୨୮ ବର୍ଷରେ ପାଦ ଥାପିଛନ୍ତି। ଆଉ ଏହି ଅବସରରେ ତାଙ୍କ ଜୀବନଯାତ୍ରାରେ ଯୋଡ଼ି ହୋଇଯାଇଛି ଆଉ ଏକ ଅଧ୍ୟାୟ। ଗତକାଲି ତାଙ୍କର ନିର୍ବନ୍ଧ ସଂପନ୍ନ ହୋଇଛି। ଗର୍ଲଫ୍ରେଣ୍ଡ ମେହାଙ୍କ ସହିତ ତାଙ୍କ ନିର୍ବନ୍ଧ ହୋଇଛି। ମେହା ବୃତ୍ତିରେ ଜଣେ ଡାଏଟିସିଆନ୍ ଓ ନ୍ୟୁଟ୍ରିସନିଷ୍ଟ।

ନିର୍ବନ୍ଧ ନେଇ ମେହା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକାଧିକ ପୋଷ୍ଟ କରିଛନ୍ତି। ଗୋଟିଏ ପୋଷ୍ଟରେ ସେମାନେ ଦୁହେଁ କେକ୍ କାଟୁଥିବାର ଫଟୋ ରହିଛି। ଏହା ସହିତ ଏଥିରେ ମେହା ଲେଖିଛନ୍ତି ଯେ ଶେଷରେ ଅପେକ୍ଷାର ଅନ୍ତ ଘଟିଛି।


ସେହିପରି ଅନ୍ୟ ଏକ ପୋଷ୍ଟରେ ମଧ୍ୟ ମେହା ଓ ଅକ୍ଷରଙ୍କ ନିର୍ବନ୍ଧ ବେଳର ଏକାଧିକ ଫଟୋ ରହିଛି। ଏଥିରୁ ଗୋଟିଏରେ ସେମାନେ ପିନ୍ଧିଥିବା ମୁଦି ଦେଖାଉଛନ୍ତି। ଏଥିରେ ଅକ୍ଷରଙ୍କ ଉଦ୍ଦେଶ୍ୟରେ ମେହା ଲେଖିଛନ୍ତି ଯେ ଶେଷ ପର୍ଯ୍ୟନ୍ତ ତୁମକୁ ଭଲ ପାଇବି। ଏହା ସହିତ ସେ ଏଥିରେ ସେମାନଙ୍କ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି ଲେଖିଛନ୍ତି। ଅକ୍ଷର ପଟେଲେ ବି ତାଙ୍କ ସୋଶାଲ୍ ମିଡିଆ ଆକାଉଣ୍ଟରେ ନିର୍ବନ୍ଧର ଫଟୋ ଶେଆର କରିଛନ୍ତି।


୨୦୧୪ ମସିହାରେ ଅକ୍ଷର ପଟେଲ ଭାରତୀୟ ଦିନିକିଆ ଟିମ୍‌ରେ ସ୍ଥାନ ପାଇଥିଲେ। ବାଂଲାଦେଶ ବିରୋଧରେ ସେ ଖେଳିଥିଲେ ଡେବ୍ୟୁ ମ୍ୟାଚ୍‌। ୨୦୧୫ରେ ସେ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ଡେବ୍ୟୁ କରିଥିଲେ। ସେହିପରି ୨୦୨୧ରେ ସେ ଟେଷ୍ଟ୍ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସେ ଖେଳିଥିଲେ ଡେବ୍ୟୁ ଟେଷ୍ଟ ମ୍ୟାଚ୍‌। ୫ଟି ଟେଷ୍ଟରୁ ସେ ୩୬ଟି ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos