ଧୋନିଙ୍କ ଠାରୁ ଉପହାର ପାଇ ପାକିସ୍ତାନୀ ବୋଲର ହରିସଙ୍କ ପାଦ ଭୂଇଁରେ ଲାଗୁନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ କ୍ରେଜ୍ କେବଳ ଦେଶ ଭିତରେ ସୀମିତ ନୁହେଁ। ବିଦେଶରେ ବି ଅଛନ୍ତି ତାଙ୍କର କୋଟି କୋଟି ଫ୍ୟାନ୍। ପୁଣି ଅନେକ କ୍ରିକେଟ୍ ଖେଳାଳି ବି ତାଙ୍କର ବଡ଼ ଫ୍ୟାନ୍। ଆଉ ସେହି କ୍ରିକେଟରଙ୍କ ମଧ୍ୟରେ ଅନେକ ବିଦେଶୀ ଖେଳାଳି ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପାକିସ୍ତାନର ପେସ୍ ବୋଲର ହରିସ ରୌଫ। ନିକଟରେ ହରିସଙ୍କ ନିକଟକୁ ଏକ ଉପହାର ପଠାଇଥିଲେ ମହେନ୍ଦ୍ର ସିଂହ […]

Dhoni

Jitendra Garnayak
  • Published: Sunday, 09 January 2022
  • , Updated: 09 January 2022, 11:37 AM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ କ୍ରେଜ୍ କେବଳ ଦେଶ ଭିତରେ ସୀମିତ ନୁହେଁ। ବିଦେଶରେ ବି ଅଛନ୍ତି ତାଙ୍କର କୋଟି କୋଟି ଫ୍ୟାନ୍। ପୁଣି ଅନେକ କ୍ରିକେଟ୍ ଖେଳାଳି ବି ତାଙ୍କର ବଡ଼ ଫ୍ୟାନ୍। ଆଉ ସେହି କ୍ରିକେଟରଙ୍କ ମଧ୍ୟରେ ଅନେକ ବିଦେଶୀ ଖେଳାଳି ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପାକିସ୍ତାନର ପେସ୍ ବୋଲର ହରିସ ରୌଫ।

ନିକଟରେ ହରିସଙ୍କ ନିକଟକୁ ଏକ ଉପହାର ପଠାଇଥିଲେ ମହେନ୍ଦ୍ର ସିଂହ ଧୋନି। ଦୁଇ ଦିନ ତଳେ ନିଜେ ହରିସ୍ ସୋଶାଲ୍ ମିଡିଆ ଯୋଗେ ଏହାକୁ ସାର୍ବଜନୀନ କରିଥିଲେ। ଧୋନି ତାଙ୍କର ଏକ ଜର୍ସିକୁ ଉପହାର ଭାବେ ହରିସଙ୍କୁ ଦେଇଛନ୍ତି। ଏହି ଜର୍ସିଟି ଆଇପିଏଲ୍‌ରେ ଧୋନି ଖେଳୁଥିବା ଚେନ୍ନାଇ ସୁପର କିଙ୍ଗ୍ସ ଟିମ୍‌ର।

[caption id="attachment_705259" align="aligncenter" width="650"] ପାକିସ୍ତାନର ପେସ୍ ବୋଲର ହରିସ ରୌଫ[/caption]

ଜର୍ସିଟିକୁ ପାଇବା ପରେ ହରିସ ଟ୍ୱିଟ୍ କରି ଲେଖିଛନ୍ତି ଯେ କ୍ୟାପ୍ଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନି ତାଙ୍କୁ ଏହି ଉପହାର ଦେଇଛନ୍ତି। ଏହି ଟ୍ୱିଟ୍‌ରେ ସେ ଧୋନିଙ୍କୁ ‘ଲିଜେଣ୍ଡ’ ବୋଲି ମଧ୍ୟ କହିଛନ୍ତି।

ଧୋନି ଦେଇଥିବା ଜର୍ସିରେ ନମ୍ବର ୭ ଲେଖା ହୋଇଛି। ହାରିସ୍ ଲେଖିଛନ୍ତି, ଏହି ୭ ନମ୍ବର ଏବେ ବି ସମସ୍ତଙ୍କ ହୃଦୟ ଜିତୁଛି। ଏଥିରେ ସେ ଚେନ୍ନାଇ ସୁପର କିଙ୍ଗ୍ସକୁ ବି ଧନ୍ୟବାଦ ଦେଇଛନ୍ତି।

ହରିସ ରୌଫ କେବେ ଧୋନିଙ୍କ ବିପକ୍ଷରେ ଖେଳିବାକୁ ସୁଯୋଗ ପାଇ ନାହାନ୍ତି। ଧୋନି ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇ ଥିଲେ। ତେବେ ସେ ଆଇପିଏଲ୍ ଖେଳୁଛନ୍ତି। ଅନ୍ୟପକ୍ଷରେ ହରିସ ଏବେ ଅଷ୍ଟ୍ରେଲିଆରେ ବିଗ୍ ବାସ୍ ଲିଗ୍ ଖେଳୁଛନ୍ତି। ସେ ମେଲବୋର୍ଣ୍ଣ ଷ୍ଟାର୍ସ ସ୍କ୍ୱାଡ୍ ପକ୍ଷରୁ ଏଥିରେ ଖେଳୁଛନ୍ତି।

Related story