ଭାରତକୁ ବଡ଼ ଭାଇ କହି ପ୍ରଶଂସା କଲେ ଜୟସୁରିୟା

କଲମ୍ବୋ: ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କା ସ୍ଥିତି ସଂପୂର୍ଣ୍ଣ ବେହେଲା ହୋଇଯାଇଛି। ଏପରି ସ୍ଥିତରେ ପଡ଼ୋଶୀ ଶ୍ରୀଲଙ୍କାକୁ ଯଥା ସମ୍ଭବ ସହଯୋଗ କରିବାରେ ଲାଗିଛି ଭାରତ। ସଙ୍କଟ ବେଳେ ସହଯୋଗର ହାତ ବଢ଼ାଇଥିବାରୁ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନଥ ଜୟସୁରିୟା ଭାରତକୁ ବଡ଼ ଭାଇର ଆଖ୍ୟା ଦେଇ ପ୍ରଶଂସା କରିଛନ୍ତି। ଏଥିସହ ଭାରତ ସମେତ ସବୁ ପଡ଼ୋଶୀଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଜୟସୁରିୟା କହିଛନ୍ତି, “ଶ୍ରୀଲଙ୍କାବାସୀ ଯେଉଁ ସମୟ ଦେଇ ଗତି କରୁଛନ୍ତି, […]

santha-jaysuriya

Hemant Lenka
  • Published: Thursday, 07 April 2022
  • , Updated: 07 April 2022, 09:36 AM IST

କଲମ୍ବୋ: ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କା ସ୍ଥିତି ସଂପୂର୍ଣ୍ଣ ବେହେଲା ହୋଇଯାଇଛି। ଏପରି ସ୍ଥିତରେ ପଡ଼ୋଶୀ ଶ୍ରୀଲଙ୍କାକୁ ଯଥା ସମ୍ଭବ ସହଯୋଗ କରିବାରେ ଲାଗିଛି ଭାରତ। ସଙ୍କଟ ବେଳେ ସହଯୋଗର ହାତ ବଢ଼ାଇଥିବାରୁ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନଥ ଜୟସୁରିୟା ଭାରତକୁ ବଡ଼ ଭାଇର ଆଖ୍ୟା ଦେଇ ପ୍ରଶଂସା କରିଛନ୍ତି। ଏଥିସହ ଭାରତ ସମେତ ସବୁ ପଡ଼ୋଶୀଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି।

ଜୟସୁରିୟା କହିଛନ୍ତି, “ଶ୍ରୀଲଙ୍କାବାସୀ ଯେଉଁ ସମୟ ଦେଇ ଗତି କରୁଛନ୍ତି, ତାହା ଦୁର୍ଭାଗ୍ୟଜନକ। ଲୋକମାନେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବାରୁ ରାସ୍ତାରେ ବିକ୍ଷୋଭ କରୁଛନ୍ତି। ଦେଶରେ ଗ୍ୟାସ ଠାରୁ ଆରମ୍ଭ କରି ବିଜୁଳି ଓ ଖାଦ୍ୟାଭାବ ରହିଛି। ଲୋକମାନେ କଷ୍ଟରେ ରହିଛନ୍ତି ବୋଲି ଶ୍ରୀଲଙ୍କା ସରକାରଙ୍କୁ ଜଣାଇବାକୁ ଚାହୁଁଛନ୍ତି। ଏଥିମାନେ ସେମାନେ ବିକ୍ଷୋଭ କରୁଛନ୍ତି। ବର୍ତ୍ତମାନ କ୍ଷମତାରେ ଥିବା ସରକାର ଏହାର ଉତ୍ତରଦାୟିତ୍ୱ ନେବା ଦରକାର।

ଯଦି ଉପଯୁକ୍ତ ଲୋକ ସମସ୍ୟାର ସମାଧାନ ନ କରିବେ, ତା’ହେଲେ ଆଗକୁ ବଡ଼ ବିପର୍ଯ୍ୟୟ ସୃଷ୍ଟି ହେବ। ବର୍ତ୍ତମାନ ସମୟରେ କ୍ଷମତାରେ ଥିବା ସରକାର ଉପରେ ସବୁ ଦାୟିତ୍ୱ ରହିଛି।”

ଭାରତ ପକ୍ଷରୁ ଶ୍ରୀଲଙ୍କାକୁ କରାଯାଉଥିବା ସହାୟତା ସମ୍ପର୍କରେ ଜୟସୁରିୟା କହିଛନ୍ତି, “ଜଣେ ଭଲ ପଡ଼ୋଶୀ ହିସାବରେ ଭାରତ ସବୁବେଳେ ଆମକୁ ବଡ଼ ଭାଇ ଭଳି ସହାୟତା କରି ଆସିଛି। ଏଥିପାଇଁ ଆମେ ଭାରତ ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଉଛୁ। ବର୍ତ୍ତମାନ ସ୍ଥିତିରେ ଆମକୁ ଜୀବନର ଗାଡ଼ି ଆଗକୁ ନେବା କଷ୍ଟକର ହୋଇପଡ଼ିଛି। ମୌଳିକ ସାମଗ୍ରୀ ହାସଲ କରିବାରେ ଲୋକମାନେ ସମସ୍ୟା ଭୋଗୁଛନ୍ତି। ତେଣୁ ଭାରତ ଓ ଅନ୍ୟ ଦେଶଗୁଡ଼ିକ ସହାୟତାରେ ଆମେ ସଙ୍କଟମୟ ସ୍ଥିତିରୁ ମୁକୁଳିବୁ ବୋଲି ଆଶା ରଖିଛୁ।”

ସୂଚନାଯୋଗ୍ୟ, ଅତ୍ୟଧିକ ଋଣ ଭାର ଯୋଗୁ ଶ୍ରୀଲଙ୍କା ସ୍ଥିତି ବିଗିଡ଼ି ଯାଇଛି। ଆମଦାନୀ କରିବାକୁ ସରକାରଙ୍କ ପାଖରେ ଟଙ୍କା ନାହିଁ। ଦେଶରେ ସବୁ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ହୋଇଛି। ପେଟ୍ରୋଲ ଓ ଡିଜେଲ ମିଳୁନାହିଁ। ବିଭିନ୍ନ ସହରରେ ୧୦ରୁ ୧୨ ଘଣ୍ଟା ବିଜୁଳି କାଟ ହେଉଛି। ଏସବୁ ଭିତରେ ଲୋକମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି।

Related story