ଫିଫା ବିଶ୍ୱକପରେ ପୁଣି ଗୋଟିଏ ଏସୀୟ ଦେଶର କମାଲ: ୱେଲ୍ସକୁ ମାତ ଦେଲା ଇରାନ

ଦୋହାରେ: ଚଳିତ ଫିଫା ଫୁଟବଲ ବିଶ୍ୱକପରେ ଏସୀୟ ଦେଶଗୁଡ଼ିକର ଜଲୱା ଜାରି ରହିଛି। ପ୍ରଥମେ ସାଉଦି ଓ ପରେ ଜାପାନ କମାଲ କରିଥିବା ବେଳେ ଏବେ ଏହି ତାଲିକାରେ ଯୋଡ଼ି ହୋଇଯାଇଛି ଇରାନ। ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ଠାରୁ ହାରିଥିବା ଇରାନ ଆଜି ଜବରଦସ୍ତ କମବ୍ୟାକ୍‌ କରିଛି। ଆଜି ଦଳ ୟୁରୋପୀୟ ଦେଶ ୱେଲ୍ସକୁ ହରାଇ ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିଛି। ଇରାନ ୨-୦ରେ ୱେଲ୍ସକୁ ହରାଇଥିବା ବେଳେ ଚଳିତ ବିଶ୍ୱକପରରେ ପ୍ରଥମ ରେଡକାର୍ଡ ପାଇଛନ୍ତି […]

Goal

  • Published: Friday, 25 November 2022
  • , Updated: 25 November 2022, 08:13 PM IST

ଦୋହାରେ: ଚଳିତ ଫିଫା ଫୁଟବଲ ବିଶ୍ୱକପରେ ଏସୀୟ ଦେଶଗୁଡ଼ିକର ଜଲୱା ଜାରି ରହିଛି। ପ୍ରଥମେ ସାଉଦି ଓ ପରେ ଜାପାନ କମାଲ କରିଥିବା ବେଳେ ଏବେ ଏହି ତାଲିକାରେ ଯୋଡ଼ି ହୋଇଯାଇଛି ଇରାନ। ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ଠାରୁ ହାରିଥିବା ଇରାନ ଆଜି ଜବରଦସ୍ତ କମବ୍ୟାକ୍‌ କରିଛି।

ଆଜି ଦଳ ୟୁରୋପୀୟ ଦେଶ ୱେଲ୍ସକୁ ହରାଇ ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିଛି। ଇରାନ ୨-୦ରେ ୱେଲ୍ସକୁ ହରାଇଥିବା ବେଳେ ଚଳିତ ବିଶ୍ୱକପରରେ ପ୍ରଥମ ରେଡକାର୍ଡ ପାଇଛନ୍ତି ୱାନେ ହେନ୍ନେସେୟ। ୱାନେ ହେଉଛନ୍ତି ୱେଲ୍ସର ଗୋଲକିପର। ତାଙ୍କୁ ରେଡ କାର୍ଡ ମିଳିବାରୁ ୱେଲ୍ସ ବାଧ୍ୟ ହୋଇ ୧୦ ଜଣଙ୍କ ଖେଳାଳିଙ୍କ ସହ ଇରାନ ମୁକାବିଲା କରିଥିଲା। ଏହାର ଫାଇଦା ଉଠାଇ ରୋଜବେ ଚେଶମି ଓ ରାମିନ ରେଜାଇଆନ ଇରାନ ପାଇଁ ଷ୍ଟପେଜ ଟାଇମରେ ଗୋଲ କରି ଦଳକୁ ଜିତାଇଛନ୍ତି।

ଆଜିର ମ୍ୟାଚ୍‌ ଆରମ୍ଭରୁ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଉଭୟ ଦଳ ପ୍ରଥମ ଗୋଲ ସ୍କୋର କରିବାକୁ ଘନଘନ ଆକ୍ରମଣ କରିଥିଲେ। ମ୍ୟାଚ୍‌ର ତୃତୀୟ ମିନିଟରେ ୱେଲ୍ସର ନେକୋ ୱିଲିୟମ୍ସଙ୍କ ପାଖରେ ସୁଯୋଗ ରହିଥିଲା। ସେ ଶଟ ମାରିଥିଲେ ମଧ୍ୟ କ୍ରସବାର ଉପରେ ଚାଲିଯାଇଥିଲା।

ଇରାନ ପକ୍ଷରୁ ୬ଷ୍ଠ ମିନିଟରେ ସରଦାର ଅଜମୌନ ଶଟ ମାରିଥିଲେ ମଧ୍ୟ ଏହାକୁ ୱେନ ଅଟକାଇ ଦେଇଥିଲେ। ପ୍ରଥମ ହାଫ ସୁଦ୍ଧା ସ୍ଥିତି ୦-୦ରେ ରହିଥିଲା। ଦ୍ୱିତୀୟ ହାଫରେ ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ହେଲେ କେହି କାହାକୁ ଗୋଲ ଦେଇ ପାରି ନଥିଲେ।

ମ୍ୟାଚ୍‌ ସିରିବାକୁ କିଛି ମିନିଟ ବାକି ଥିବା ବେଳେ ୱେଲ୍ସ ଗୋଲ କିପର ୱେନ ତ୍ରୁଟି କରିଥିଲେ। ସେ ବିପଦଜନକ ଭାବେ ଟ୍ୟାକେଲ କରିବାରୁ ତାଙ୍କୁ ରେଡ କାର୍ଡ ମିଳିଥିଲା। ଫଳରେ ୱେଲ୍ସ ୧୦ ଜଣଙ୍କ ଖେଳାଳି ସହ ଲଢ଼ିଥିଲା। ତଥାପି ୯୦ ମିନିଟ୍‌ ସୁଦ୍ଧା କେହି କାହାରିକୁ ଗୋଲ ଦେଇ ପାରି ନଥିଲେ।

ଷ୍ଟପେଜ ଟାଇମ ଭାବେ ଦୁଇ ଦଳକୁ ୯ ମିନିଟ ମିଳିଥିଲା। ଏହି ସମୟରେ ଚେଶମି ପ୍ରଥମ ଗୋଲ ଦେଇଥିଲେ। ଏହାପରେ ରାମିନ ସ୍କୋର କରି ସ୍ଥିତିକୁ ୨-୦ କରି ଦେଇଥିଲେ। ଏହି ବିଜୟ ସହ ଇରାନ ଗ୍ରୁପ ବି’ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି। ୧ନଂରେ ଇଂଲଣ୍ଡ, ୩ନଂରେ ଆମେରିକା ଓ ୪ନଂରେ ୱେଲ୍ସ ରହିଛି।

Related story