ଇତିହାସ ରଚିଲେ ମନିକା ବାତ୍ରା, ଜିତିଲେ ବ୍ରୋଞ୍ଜ

ବ୍ୟାଙ୍କକ: ଭାରତର ଷ୍ଟାର ମହିଳା ଟେବୁଲ ଟେନିସ ଖେଳାଳି ମନିକା ବାତ୍ରା ଇତିହାସ ରଚିଛନ୍ତି। ସେ ପ୍ରଥମ ଭାରତୀୟ ମହିଳା ଭାବେ ଆଇଟିଟିଏଫ-ଏଟିଟିୟୁ ଏସିଆନ କପ ଟୁର୍ଣ୍ଣାମେଣ୍ଟରେ ଶନିବାର ବ୍ରୋଞ୍ଜ ପଦକ ଜିତିଛନ୍ତି। ତାଙ୍କ ପୂର୍ବରୁ କୌଣସି ଭାରତୀୟ ମହିଳା ଏପରି କୀର୍ତ୍ତିମାନ ହାସଲ କରିପାରି ନଥିଲେ। ମନିକା ବାତ୍ରା ବିଶ୍ୱର ୬ନଂ ସ୍ଥାନରେ ଥିବା ତଥା ୩ଥରର ଏସିଆନ ଚାମ୍ପିୟନ ହିନା ହାୟାତାଙ୍କୁ ୪-୨ ସେଟ୍‌ରେ ପରାସ୍ତ କରି ଏପରି ସଫଳତା ହାସଲ କରିଛନ୍ତି। ସେ […]

monika

  • Published: Saturday, 19 November 2022
  • , Updated: 19 November 2022, 05:42 PM IST

ବ୍ୟାଙ୍କକ: ଭାରତର ଷ୍ଟାର ମହିଳା ଟେବୁଲ ଟେନିସ ଖେଳାଳି ମନିକା ବାତ୍ରା ଇତିହାସ ରଚିଛନ୍ତି। ସେ ପ୍ରଥମ ଭାରତୀୟ ମହିଳା ଭାବେ ଆଇଟିଟିଏଫ-ଏଟିଟିୟୁ ଏସିଆନ କପ ଟୁର୍ଣ୍ଣାମେଣ୍ଟରେ ଶନିବାର ବ୍ରୋଞ୍ଜ ପଦକ ଜିତିଛନ୍ତି। ତାଙ୍କ ପୂର୍ବରୁ କୌଣସି ଭାରତୀୟ ମହିଳା ଏପରି କୀର୍ତ୍ତିମାନ ହାସଲ କରିପାରି ନଥିଲେ।

ମନିକା ବାତ୍ରା ବିଶ୍ୱର ୬ନଂ ସ୍ଥାନରେ ଥିବା ତଥା ୩ଥରର ଏସିଆନ ଚାମ୍ପିୟନ ହିନା ହାୟାତାଙ୍କୁ ୪-୨ ସେଟ୍‌ରେ ପରାସ୍ତ କରି ଏପରି ସଫଳତା ହାସଲ କରିଛନ୍ତି। ସେ ୧୧-୬, ୬-୧୧, ୧୧-୭, ୧୨-୧୦, ୪-୧୧ ଓ ୧୧-୨ରେ ହାୟାତାଙ୍କୁ ମାତ ଦେଇ ଭାରତ ପାଇଁ ଇତିହାସ ପୃଷ୍ଠାରେ ନିଜ ନାଁ ଲେଖିଛନ୍ତି।

ଏହି ବ୍ରୋଞ୍ଜ ପଦକ ମ୍ୟାଚ୍‌ ବେଶ ସଂଘର୍ଷପୂର୍ଣ୍ଣ ଥିଲା। ପ୍ରଥମ ସେଟ୍‌କୁ ମନିକା ଜିତିଥିବା ବେଳେ ହାୟାତା ଜବରଦସ୍ତ କମବ୍ୟାକ କରି ଦ୍ୱିତୀୟ ସେଟ୍‌କୁ ବାଜିତମାତ କରିଥିଲେ। କିନ୍ତୁ ୩ୟ ଓ ୪ର୍ଥ ସେଟ୍‌ ମନିକାଙ୍କ ନାଁରେ ରହିଥିଲା। ୫ମ ସେଟ୍‌ ପୁଣି ହାୟାତା ଜିତିଥିଲେ। ମନିକା ୬ଷ୍ଠ ସେଟ୍‌କୁ ଏକତରଫା ଭାବେ ୧୧-୨ରେ ଜିତି ମ୍ୟାଚ୍‌ ସହ ବ୍ରୋଞ୍ଜ ପଦକ ହାତେଇଛନ୍ତି।

ମନିକା ଗତକାଲି ପ୍ରଥମ ଭାରତୀୟ ମହିଳା ଭାବେ ଏସିଆ କପ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରେ ପ୍ରବେଶ କରିଥିଲେ। ହେଲେ ଆଜି ସେ ମିଆମାଙ୍କ ଠାରୁ ୨-୪ ସେଟ୍‌ରେ ସେମି ଲଢ଼େଇରେ ହାରି ଯାଇଥିଲା। ପରାଜୟ ସତ୍ତ୍ୱେ ସେ ଭାଙ୍ଗି ପଡ଼ି ନଥିଲେ। ବରଂ ବ୍ରୋଞ୍ଜ ପଦକ ପାଇଁ ପାଇଁ ଶକ୍ତିଶାଳୀ ହାୟାତାଙ୍କ ସହ ଲଢ଼େଇ କରିଥିଲେ। ଏଥିସହ ସେ ମ୍ୟାଚ୍‌କୁ ଜିତିଛନ୍ତି ମଧ୍ୟ।

ବ୍ୟାଙ୍କକରେ ଚାଲିଥିବା ଏସିଆନ କପ ୨୦୨୨ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ମନିବା ବିଶ୍ୱ ରାଙ୍କିଙ୍ଗର ୭ନଂ ଖେଳାଳି ଚାଇନାର ଚେନ ଜିଙ୍ଗଟଙ୍ଗକୁ ହରାଇ ନିଜର ବିଜୟ ଅଭିଯାନ ଆରମ୍ଭ କରିଥିଲେ। ଏହାପରେ ସେ ୪ର୍ଥ ସିଡ୍‌ ଟିଟି ଖେଳାଳିଙ୍କୁ ୪-୩ରେ ହରାଇଥିଲେ। କ୍ୱାର୍ଟର ଫାଇନାଲରେ ତାଙ୍କର ମୁକାବିଲା ତାଇୱାନର ଚେନ ସୁଜ-ୟୁଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‌କୁ ସେ ୪-୩ ସେଟ୍‌ରେ ଜିତି ସେମି ଟିକେଟ ହାତେଇ ଥିଲେ।

Related story