Advertisment

ଚେସ୍‌ ଅଲିମ୍ପିଆଡର ପ୍ରଥମ ମଶାଲ ରିଲେ: ଲଞ୍ଚ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଇନଡୋର ଷ୍ଟାଡିୟମରେ ୪୪ତମ ଚେସ ଅଲିମ୍ପିଆଡ ମଶାଲ ରିଲେର ଲଞ୍ଚ କରିଛନ୍ତି। ପ୍ରଥମଥର ପାଇଁ ଚେସ ଅଲିମ୍ପିଆଡରେ ମଶାଲ ରିଲେର ବ୍ୟବସ୍ଥା କରାଯାଇଥିବା ବେଳେ ଏହା ମୋଦିଙ୍କ ହାତରେ ଶୁଭାରମ୍ଭ ହୋଇଛି। ଚଳିତ ବର୍ଷ ଜୁଲାଇ ୨୮ରୁ ଅଗଷ୍ଟ ୧୦ ତାରିଖ ଯାଏ ତାମିଲନାଡୁର ମହାବଳୀପୁରମରେ ୪୪ତମ ଚେସ ଅଲିମ୍ପିଆଡ ଅନୁଷ୍ଠିତ ହେବ। ଏହାପୂର୍ବରୁ ସାଧାରଣ ଅଲିମ୍ପିକ୍ସ ପରି ଚେସ ଅଲିମ୍ପିଆଡ ପାଇଁ ମଶାଲ […]

ଅଦ୍ୟତନ ହୋଇଛି
ଚେସ୍‌ ଅଲିମ୍ପିଆଡର ପ୍ରଥମ ମଶାଲ ରିଲେ: ଲଞ୍ଚ କଲେ ପ୍ରଧାନମନ୍ତ୍ରୀ ମୋଦି

Modi2

Advertisment

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଇନଡୋର ଷ୍ଟାଡିୟମରେ ୪୪ତମ ଚେସ ଅଲିମ୍ପିଆଡ ମଶାଲ ରିଲେର ଲଞ୍ଚ କରିଛନ୍ତି। ପ୍ରଥମଥର ପାଇଁ ଚେସ ଅଲିମ୍ପିଆଡରେ ମଶାଲ ରିଲେର ବ୍ୟବସ୍ଥା କରାଯାଇଥିବା ବେଳେ ଏହା ମୋଦିଙ୍କ ହାତରେ ଶୁଭାରମ୍ଭ ହୋଇଛି। ଚଳିତ ବର୍ଷ ଜୁଲାଇ ୨୮ରୁ ଅଗଷ୍ଟ ୧୦ ତାରିଖ ଯାଏ ତାମିଲନାଡୁର ମହାବଳୀପୁରମରେ ୪୪ତମ ଚେସ ଅଲିମ୍ପିଆଡ ଅନୁଷ୍ଠିତ ହେବ। ଏହାପୂର୍ବରୁ ସାଧାରଣ ଅଲିମ୍ପିକ୍ସ ପରି ଚେସ ଅଲିମ୍ପିଆଡ ପାଇଁ ମଶାଲ ରିଲେ ଲଞ୍ଚ କରାଯାଇଛି।

Advertisment

ଆଜିର ଲଞ୍ଚିଂ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ଚେସ ସଂଘ FIDEର ସଭାପତି ଆରକାଡୀ ଡୋଭର୍‌କୋଭିଚ୍‌ ମଶାଲକୁ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଦାନ କରିଥିଲେ। ସେ ଏହାପରେ ଏହାକୁ ଚେସ୍‌ କିମ୍ବଦନ୍ତୀ ବିଶ୍ୱନାଥ ଆନନ୍ଦଙ୍କୁ ଦେଇଥିଲେ। ଏହି ମଶାଲ ଏବେ ମାତ୍ର ୪୦ ଦିନ ମଧ୍ୟରେ ୭୫ଟି ସହରକୁ ଯିବ। ଏହାପରେ ଚେନ୍ନାଇ ନିକଟ ମହାବଳୀପୁରମକୁ ଆସିବ।

ପ୍ରତିଟି ସହରରେ ରାଜ୍ୟରେ ଥିବା ଚେସ୍‌ ଗ୍ରାଣ୍ଡମାଷ୍ଟର୍ସମାନେ ମଶାଲ ରିଲେକୁ ସ୍ୱାଗତ କରିବେ। ଲେହ, ଶ୍ରୀନଗର, ଜୟପୁର, ସୁରତ, ମୁମ୍ବାଇ, ଭୋପାଲ, ପାଟନା, କୋଲକାତା, ଗ୍ୟାଙ୍ଗଟକ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଥ୍ରୀସୁର, ପୋର୍ଟ ବ୍ଲେୟାର ଓ କନ୍ୟାକୁମାରୀ ଭଳି ୭୫ଟି ସହରକୁ ମଶାଲ ରିଲେ ପହଞ୍ଚିବ।
ଚେସ୍‌ ଅଲିମ୍ପିଆଡର ପ୍ରାୟ ୧୦୦ ବର୍ଷର ଇତିହାସ ମଧ୍ୟରେ ପ୍ରଥମଥର ପାଇଁ ଭାରତରେ ଏହି ପ୍ରସିଦ୍ଧ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାକୁ ଯାଉଛି।

Advertisment

ଏହି ଟୁର୍ଣ୍ଣାମେଣ୍ଟରେ ୧୮୮ଟି ଦେଶ ଭାଗ ନେବାକୁ ପଞ୍ଜୀକରଣ କରିଛନ୍ତି। ଏହାର ଅର୍ଥ ନିଜ ଦେଶର ଚେସ୍‌ ଖେଳାଳିଙ୍କୁ ସମର୍ଥନ କରିବାକୁ ସାଧାରଣ ଲୋକ ମଧ୍ୟ ଭାରତ ଆସିବେ। ୧୯୨୭ ପରଠାରୁ ଆୟୋଜିତ ଏହି ସମ୍ମାନଜନକ ପ୍ରତିଯୋଗିତା ପ୍ରଥମ ଥର ପାଇଁ ଭାରତରେ ଓ ୩୦ ବର୍ଷ ପରେ ଏସିଆରେ ଆୟୋଜିତ ହେଉଛି।


ମଶାଲ ରିଲେ ଲଞ୍ଚ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଚେସ୍‌ ଅଲିମ୍ପିଆଡର ପ୍ରଥମ ମଶାଲ ରିଲେ ଭାରତରୁ ଆରମ୍ଭ ହୋଇଛି। ଏଥିସହ ଭାରତ ପ୍ରଥମଥର ପାଇଁ ଚେସ୍‌ ଅଲିମ୍ପିଆଡର ଆୟୋଜନ ମଧ୍ୟ କରୁଛି। ଚେସ୍‌ ନିଜର ଜନ୍ମ ସ୍ଥାନରୁ ବାହାରି ଆଜି ସମଗ୍ର ବିଶ୍ୱରେ ନିଜର ଛାପ ଛାଡ଼ିଥିବାରୁ ଆମେ ବହୁତ ଖୁସି।

ଚେସ୍ ନିଜ ଜନ୍ମ ସ୍ଥାନୁକ ଫେରିଥିବାରୁ ଆମେ ବେଶ ଉତ୍ସାହିତ। ଭାରତରେ ଫିଟ ଓ ନିଜର ଦକ୍ଷତା ବୃଦ୍ଧି କରିବା ପାଇଁ କୁସ୍ତି, କବାଡି ଓ ମାଲଖମ୍ବ ଖେଳା ଯାଏ। ଆମ ପୂର୍ବପୁରୁଷମାନେ ଚେସ୍‌ର ଉଦ୍ଭାବନ କରିଥିଲେ। ଚେସ ଏବେ ସାରା ବିଶ୍ୱରେ ପହଞ୍ଚିଛି ଓ ଲୋକପ୍ରିୟ ହୋଇପାରିଛି। ଚେସ୍‌ ବର୍ତ୍ତମାନ କେବଳ ଗୋଟିଏ ଖେଳ ନୁହେଁ।

ଏହା ଶିକ୍ଷାର ଗୋଟିଏ ଉତ୍ସ ପାଲଟି ଗଲାଣି। ଚେସ ଖେଳାଳିମାନେ ସମସ୍ୟା ସମାଧାନ କରିବାର ମାଧ୍ୟମ ସାଜିଛନ୍ତି। ଯୋଗ ଓ ଧ୍ୟାନ ଚେସ୍‌ରେ ସଫଳତା ପାଇଁ ଗୁରୁତ୍ୱପୂର୍ଣ୍ଣ।” ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀ ଖେଳକୁ ଅଧିକ ଗୁରୁତ୍ୱ ଦେଉଥିବାରୁ ସେ ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe