ସିଲେକସନ ନ ମିଳିବାରୁ ହାତ କାଟିଦେଲେ କ୍ରିକେଟର

ଇସଲାମାବାଦ: ଘରୋଇ ଟିମ୍‌ ପକ୍ଷରୁ ଖେଳିବାକୁ ସୁଯୋଗ ନ ମିଳିବାରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଯୁବ କ୍ରିକେଟର। ପାକିସ୍ତାନର ସିନ୍ଧ ପ୍ରଦେଶରେ ଏହି ଘଟଣା ଘଟିଛି। ଦ୍ରୁତ ବୋଲର ଶୋହିବ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଆୟୋଜିତ ଇଣ୍ଟର ସିଟି ଚାମ୍ପିୟନଶିପ୍‌ ଖେଳିବାର ସୁଯୋଗ ନ ପାଇବାରୁ ଏପରି କାଣ୍ଡ ଘଟାଇଛନ୍ତି। ସେ ସିଲେକସନ ନ ହେବା ଦୁଃଖରେ ନିଜ ହାତ କାଟି ଦେଇଛନ୍ତି। ତାଙ୍କୁ ଗୁରତର ଅବସ୍ଥାରେ ପରିବାର ଲୋକ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। […]

cricket

Hemant Lenka
  • Published: Wednesday, 22 June 2022
  • , Updated: 22 June 2022, 08:37 PM IST

ଇସଲାମାବାଦ: ଘରୋଇ ଟିମ୍‌ ପକ୍ଷରୁ ଖେଳିବାକୁ ସୁଯୋଗ ନ ମିଳିବାରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଯୁବ କ୍ରିକେଟର। ପାକିସ୍ତାନର ସିନ୍ଧ ପ୍ରଦେଶରେ ଏହି ଘଟଣା ଘଟିଛି। ଦ୍ରୁତ ବୋଲର ଶୋହିବ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଆୟୋଜିତ ଇଣ୍ଟର ସିଟି ଚାମ୍ପିୟନଶିପ୍‌ ଖେଳିବାର ସୁଯୋଗ ନ ପାଇବାରୁ ଏପରି କାଣ୍ଡ ଘଟାଇଛନ୍ତି। ସେ ସିଲେକସନ ନ ହେବା ଦୁଃଖରେ ନିଜ ହାତ କାଟି ଦେଇଛନ୍ତି। ତାଙ୍କୁ ଗୁରତର ଅବସ୍ଥାରେ ପରିବାର ଲୋକ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ଶୋହିବଙ୍କ ପରିବାରର ଜଣେ ସଦସ୍ୟ କହିଛନ୍ତି, ମଙ୍ଗଳବାର ପୂରା ଘଟଣା ଘଟିଛି। ଇଣ୍ଟର ସିଟି ଟ୍ରାଏଲ ପାଇଁ ଶୋହିବଙ୍କୁ ତାଙ୍କ କୋଚ୍‌ ଚୟନ କରି ନଥିଲେ। ଏଥିରେ ସେ ମର୍ମାହତ ହେବା ସହ ନିଜକୁ ଘର ଭିତରେ ବନ୍ଦ କରି ରଖିଥିଲେ। ଦୀର୍ଘ ସମୟ ଧରି ଶୋହିବ ଘର ଭିତରେ ରହିଥିବାରୁ ସମସ୍ତଙ୍କର ସନ୍ଦେହ ବଢ଼ିଥିଲା।

ଏହାପରେ ପରିବାର ଲୋକ ବାଧ୍ୟ ହୋଇ କବାଟ ଭାଙ୍ଗି ଥିଲେ। ଏହି ସମୟରେ ସେ ବାଥରୁମରେ ରକ୍ତାକ୍ତ ଅବସ୍ଥାରେ ଅଚେତ ହୋଇ ପଡ଼ିଥିବା ଦେଖିଥିଲେ। ସେହି ଅବସ୍ଥାରେ ପରିବାର ଲୋକ ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ। ଚିକିତ୍ସା ପରେ ମଧ୍ୟ ତାଙ୍କ ଅବସ୍ଥା ଏବେ ବି ଗୁରୁତର ଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

୨୦୧୮ରେ କରାଚିର ଜଣେ ଅଣ୍ଡର-୧୯ କ୍ରିକେଟର ମମ୍ମମଦ ଜାରୟବ ଟିମରୁ ବାଦ ପଡ଼ିବା ପରେ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ।

Related story