ଜଙ୍ଗଲ ନିଆଁ ନ ଲିଭାଇ ସଚିନଙ୍କ ପତ୍ନୀଙ୍କୁ ବାଘ ଦେଖାଉଥିଲେ ଅଧିକାରୀ

ଜୟପୁର: ହୁ ହୁ ହୋଇ ଜଳୁଛି ରାଜସ୍ଥାନର ସାରିସ୍କା ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲ। ଏବେ ବି ଆୟତ୍ତକୁ ଆସିନି ନିଆଁ। ଜଙ୍ଗଲର ଅଧିକାଂଶ ଅଞ୍ଚଳରେ ନିଆଁ ଲାଗିଥିବା ବେଳେ ଏହାକୁ କାବୁ କରିବା ପାଇଁ ନାକେଦମ ହେଲାଣି ବନବିଭାଗ। ଏହାରି ଭିତରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପତ୍ନୀ ଅଞ୍ଜଳିଙ୍କୁ ଦେଖିବାକୁ ମିଳିଛି। ଯାହାକୁ ନେଇ ସେ ବିବାଦ ଘେରକୁ ଆସିଛନ୍ତି। ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଥିଲା। […]

sariska-tiger-reserve-fire

Madhupriya Mistry
  • Published: Wednesday, 30 March 2022
  • , Updated: 30 March 2022, 05:12 PM IST

ଜୟପୁର: ହୁ ହୁ ହୋଇ ଜଳୁଛି ରାଜସ୍ଥାନର ସାରିସ୍କା ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲ। ଏବେ ବି ଆୟତ୍ତକୁ ଆସିନି ନିଆଁ। ଜଙ୍ଗଲର ଅଧିକାଂଶ ଅଞ୍ଚଳରେ ନିଆଁ ଲାଗିଥିବା ବେଳେ ଏହାକୁ କାବୁ କରିବା ପାଇଁ ନାକେଦମ ହେଲାଣି ବନବିଭାଗ। ଏହାରି ଭିତରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପତ୍ନୀ ଅଞ୍ଜଳିଙ୍କୁ ଦେଖିବାକୁ ମିଳିଛି। ଯାହାକୁ ନେଇ ସେ ବିବାଦ ଘେରକୁ ଆସିଛନ୍ତି।

ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଥିଲା। ଏତିକି ବେଳେ ଅଞ୍ଜଳି ଏଠାକୁ ବୁଲିବାକୁ ଆସିଥିଲେ। ଆଉ ସବୁଠୁ ବଡ କଥା ହେଲା, ସେତେବେଳେ ଜଙ୍ଗଲରେ ନିଆଁ ଲିଭାଇବା ପରିବର୍ତ୍ତେ ନିଜ ଟିମ୍ ସହ ଅଞ୍ଜଳିଙ୍କୁ ଜଙ୍ଗଲ ବୁଲାଇବାକୁ ସାରିସ୍କା ବ୍ୟାଘ୍ର ସଂରକ୍ଷଣ ନିର୍ଦ୍ଦେଶ ନେଇଥିବା ଅଭିଯୋଗ ଉଠିଛି।

ଗତ ତିନି ଦିନ ଧରି ଜଳୁଝି ସାରିସ୍କା ଜଙ୍ଗଲ। ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ପ୍ରାୟ ୨୦ କିଲୋମିଟର ବ୍ୟାପି ନିଆଁ ଲାଗିଛି। ୨୭ ମାର୍ଚ୍ଚରେ ଅଞ୍ଜଳି ତେନ୍ଦୁଲକର ସେଠାକୁ ଯାଇଥିଲେ। ଯେଉଁଦିନ ଅଞ୍ଜଳି ଏଠାକୁ ଆସିଥିଲେ, ସେହିଦିନ ହିଁ ଜଙ୍ଗଲରେ ନିଆଁ ଲାଗିଥିଲା। ଏନେଇ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ସୂଚନା ମଧ୍ୟ ମିଳିଥିଲା। କିନ୍ତୁ ଏହି ସୂଚନାକୁ ଗୁରୁତ୍ୱ ନଦେଇ ଅଞ୍ଜଳିଙ୍କୁ ବାଘ ଦେଖାଇବାକୁ ଜଙ୍ଗଲକୁ ନେଇଥିଲେ ଅଧିକାରୀ ଆର୍‌ ଏନ୍‌ ମୀନା। ଜଙ୍ଗଲରୁ ନିଆଁ ଲିଭାଇବା ଚିନ୍ତା ଛାଡି ବନ ଅଧିକାରୀ ଓ ନିର୍ଦ୍ଦେଶକ ଭିଆଇପିଙ୍କ ଡିୟୁଟିରେ ଲାଗିଥିଲେ। ଯାହାକୁ ନେଇ ଏବେ ବିବାଦ ଘନେଇବାରେ ଲାଗିଛି।

ଏହି ଘଟଣାକୁ ସ୍ଥାନୀୟ ଡିଏଫଓ ସ୍ପଷ୍ଟିକରଣ ରଖିଛନ୍ତି। ସେ କହିଛନ୍ତି, 'ନିଆଁ ଲିଭାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ରେଞ୍ଜର ମଧ୍ୟ ଉକ୍ତ ସ୍ଥାନରେ ଉପସ୍ଥିତ ଥିଲେ। ଏହାଛଡା ନିଆଁ ଲିଭାଇବାକୁ ନିର୍ଦ୍ଦେଶକ ଯାଆନ୍ତି ନାହିଁ। ଯେହେତୁ ଭିଆଇପି ପର୍ଯ୍ୟଟକ ଆସିଥିଲେ ତେଣୁ ପୋଟ୍ରୋକଲ ଅନୁଯାୟୀ ଅଞ୍ଜଳି ତେନ୍ଦୁଲକରଙ୍କୁ ଏହି ସେବା ଯୋଗାଇ ଦିଆଯାଇଥିଲା।'

ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଯାଏଁ କାବୁ ହୋଇଛି। ଉକ୍ତ ଅଞ୍ଚଳରେ ରହୁଥିବା ବାଘ ଏବେ ପାହାଡ ଉପରୁ ତଳକୁ ଚାଲି ଆସିଛନ୍ତି। ଜଙ୍ଗଲରେ ଦ୍ରୁତଗତିରେ ବ୍ୟାପୁଥିବା ନିଆଁକୁ କାବୁ କରିବା ପାଇଁ ଭାରତୀୟ ବାୟୁସେନାର ହେଲିକପ୍ଟର ନିୟୋଜିତ କରାଯାଇଛି। ହେଲିକପ୍ଟର ଯୋଗେ ପାଣି ସିଞ୍ଚନ କରାଯାଇ ନିଆଁ ଲିଭାଇବାକୁ ପ୍ରୟାସ ଜାରି ରହିଛି। ଏକା ଥରକେ ହେଲିକପ୍ଟରରେ ୪୦୦୦ ଲିଟର ପାଣି ସିଞ୍ଚନ କରାଯାଉଛି। ଗୋଟିଏ ଦିନରେ ୧୧ ରାଉଣ୍ଡ ପାଣି ସିଞ୍ଚନ ହେଉଛି। ତେଣୁ ନିଆଁକୁ ଖୁବଶୀଘ୍ର ଆୟତ୍ତ କରାଯିବ ବୋଲି ଆଶା କରାଯାଉଛି।

 

View this post on Instagram

 

A post shared by Naresh Bisen (@bisen.naresh)

Related story