ଓହରିଗଲା ଭାରତ, ଏଏଫସି ଏସିଆନ କପ ଆୟୋଜନ କରିବ ସାଉଦି!

ନୂଆଦିଲ୍ଲୀ: ଏଏଫସି ଏସିଆନ କପ ୨୦୨୭ ବା ଫୁଟବଲ ଏସିଆ କପ ଆୟୋଜନ କରିବା ପ୍ରକ୍ରିୟାରୁ ଆଜି ଭାରତ ଓହରି ଯାଇଛି। ଏବେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ଦାୟିତ୍ୱ ମଧ୍ୟପ୍ରାଚ୍ୟ ଦେଶ ସାଉଦି ଆରବକୁ ମିଳିବ। କାରଣ ଭାରତ ଓ ସାଉଦି ଦୁଇଟି ଦେଶ ଏସିଆ କପ ଆୟୋଜନ କରିବାକୁ ବିଡର ସାଜିଥିଲେ। ଭାରତ ଓହରି ସାରିଥିବାରୁ ସାଉଦି ଏବେ ଏକମାତ୍ର ଦଳ ଭାବେ ହୋଷ୍ଟିଂ ଦାୟିତ୍ୱ ପାଇବା ପ୍ରକ୍ରିୟାରେ ରହିଛି। ଏସିଆନ ଫୁଟବଲ ମହାସଂଘର କାର୍ଯ୍ୟନିର୍ବାହୀ […]

asian

asian

Hemant Lenka
  • Published: Monday, 05 December 2022
  • Updated: 05 December 2022, 04:49 PM IST

Sports

Latest News

ନୂଆଦିଲ୍ଲୀ: ଏଏଫସି ଏସିଆନ କପ ୨୦୨୭ ବା ଫୁଟବଲ ଏସିଆ କପ ଆୟୋଜନ କରିବା ପ୍ରକ୍ରିୟାରୁ ଆଜି ଭାରତ ଓହରି ଯାଇଛି। ଏବେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ଦାୟିତ୍ୱ ମଧ୍ୟପ୍ରାଚ୍ୟ ଦେଶ ସାଉଦି ଆରବକୁ ମିଳିବ। କାରଣ ଭାରତ ଓ ସାଉଦି ଦୁଇଟି ଦେଶ ଏସିଆ କପ ଆୟୋଜନ କରିବାକୁ ବିଡର ସାଜିଥିଲେ।

ଭାରତ ଓହରି ସାରିଥିବାରୁ ସାଉଦି ଏବେ ଏକମାତ୍ର ଦଳ ଭାବେ ହୋଷ୍ଟିଂ ଦାୟିତ୍ୱ ପାଇବା ପ୍ରକ୍ରିୟାରେ ରହିଛି। ଏସିଆନ ଫୁଟବଲ ମହାସଂଘର କାର୍ଯ୍ୟନିର୍ବାହୀ କମିଟି ଅକ୍ଟୋବର ମାସରେ ଭାରତ ଓ ସାଉଦି ମଧ୍ୟରୁ ଜଣକୁ ହୋଷ୍ଟିଂ ଦାୟିତ୍ୱ ମିଳିବ ବୋଲି ତାଲିକା ପ୍ରସ୍ତୁତ କରିଥିଲା। ଏବେ ଭାରତ ଏହି ପ୍ରକ୍ରିୟାରୁ ଓହରି ଯାଇଥିବାରୁ ସାଉଦିକୁ ହୋଷ୍ଟିଂ ଦାୟିତ୍ୱ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

ଆସନ୍ତାବର୍ଷ ଫେବୃଆରୀ ମାସରେ ଏଏଫସି କଂଗ୍ରେସର ବୈଠକ ବାହାରିନରେ ବସିବ। ଏହି ସମୟରେ ହୋଷ୍ଟିଂ ଦେଶର ନାଁ ଘୋଷଣା କରାଯିବ। କତାରରେ ଚାଲିଥିବା ଫିଫା ବିଶ୍ୱକପରେ ସାଉଦି ଅପ୍ରତ୍ୟାଶିତ ଭାବେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନାକୁ ହରାଇ ଥିଲା। ତେଣୁ ଏସିଆ କପ ସାଉଦିରେ ହେଲେ ଫ୍ୟାନ୍ସ ନିଜ ଟିମକୁ ଅଧିକ ମାତ୍ରାରେ ଚିୟର୍ସ କରିବାରୁ ସୁଯୋଗ ପାଇବେ।

ଅନ୍ୟପକ୍ଷରେ ଫୁଟବଲ ପାଇଁ ଉପଯୁକ୍ତ ଭିତ୍ତିଭୂମି ଓ ଏହାର ପ୍ରକ୍ରିୟାକୁ ଅଧିକ ମାତ୍ରାରେ ସୁଦୃଢ଼ କରିବାକୁ ଭାରତ ଆୟୋଜନ ବିଡରୁ ଓହରି ଯାଇଥିବା କହିଛି। ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫଏଫ)ର ସଭାପତି କଲ୍ୟାଣ ଚୌବେ କହିଛନ୍ତି, “ବେଶ ଚମତ୍କାର ଢଙ୍ଗରେ ବଡ଼ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଭାରତ ସବୁବେଳେ ଆଗ୍ରହୀ ରହିଛି। ଆୟୋଜନ କରିବାକୁ ଭାରତ ପାଖରେ ଦକ୍ଷତା ବି ଅଛି। ନିକଟରେ ଶେଷ ହୋଇଥିବା ଅଣ୍ଡର ୧୭ ଫିଫା ମହିଳା ବିଶ୍ୱକପ ଏହାର ଉଦାହରଣ।

କିନ୍ତୁ ଏବେ କାର୍ଯ୍ୟନିର୍ବାହୀ କମିଟି ସର୍ବସମ୍ମତିକ୍ରମେ ମହାସଂଘର ଷ୍ଟ୍ରାଟେଜି ଦୃଷ୍ଟିରୁ ହୋଷ୍ଟିଂ ଦାୟିତ୍ୱରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛି। ଫୁଟବଲକୁ ତୃଣମୂଳସ୍ତରରୁ ଆରମ୍ଭ କରି ୟୁଥ ଡେଭଲପମେଣ୍ଟ କ୍ଷେତ୍ରରେ ବ୍ୟବହାର କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ଏହି ସମାନ ସମୟରେ ଆମକୁ ରାଜ୍ୟଗୁଡ଼ିକରେ ଥିବା ସଂଘ ଓ କ୍ଲବ ଗୁଡ଼ିକ ସହ ଏକାଠି କରି ଖେଳାଳିଙ୍କୁ ଅଧିକ ସଶକ୍ତ କରିବାକୁ ହେବ।

ଘରୋଇ ଟୁର୍ଣ୍ଣାମେଣ୍ଟରେ ଫୋକସ ସହ ଭିତ୍ତିଭୂମିକୁ ସଜାଡ଼ିବାକୁ ପଡ଼ିବ। ଏସବୁ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ପାଇଁ ଗୋଟିଏ ବିସ୍ତୃତ ରୋଡମ୍ୟାପ ଖୁବଶୀଘ୍ର ଘୋଷଣା କରାଯିବ।” ସାଉଦି ୩ଥର ଏଏଫସି ଏସିଆନ କପ ଜିତଛି। ହେଲେ କେବେ ହେଲେ ଏହି ବଡ଼ ଟୁର୍ଣ୍ଣାମେଣ୍ଟର ହୋଷ୍ଟିଂ କରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos