୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ସୁଶୀଲ କୁମାର

ନୂଆଦିଲ୍ଲୀ: ରେସଲର୍ ସାଗର ଧାନକର ହତ୍ୟା ମାମଲାର ଅଭିଯୁକ୍ତ ସୁଶୀଲ କୁମାରଙ୍କୁ ରୋହିଣୀ ଜିଲ୍ଲା କୋର୍ଟ ୧୪ ଦିନର ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ଏବେ ସୁଶୀଲ କୁମାରଙ୍କୁ ମଣ୍ଡୋଲୀ ଜେଲକୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ତାଙ୍କୁ ତିହାର ଜେଲ୍ ପଠାଯିବ ବୋଲି ଖବର ସୂଚନା ମିଳିଥିଲା, କିନ୍ତୁ ସୁରକ୍ଷା କାରଣରୁ ମଣ୍ଡୋଲୀ ଜେଲକୁ ପଠାଇ ଦିଆଯାଇଛି। ୪ ଦିନର ରିମାଣ୍ଡ ଅବଧି ଶେଷ ହେବା ପରେ ଦିଲ୍ଲୀ ପୁଲିସ୍ ବୁଧବାର ସୁଶୀଲ କୁମାରଙ୍କୁ ରୋହିଣୀ […]

sushil-kumar

Ranjit Kumar Jena
  • Published: Wednesday, 02 June 2021
  • , Updated: 02 June 2021, 10:53 PM IST

ନୂଆଦିଲ୍ଲୀ: ରେସଲର୍ ସାଗର ଧାନକର ହତ୍ୟା ମାମଲାର ଅଭିଯୁକ୍ତ ସୁଶୀଲ କୁମାରଙ୍କୁ ରୋହିଣୀ ଜିଲ୍ଲା କୋର୍ଟ ୧୪ ଦିନର ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ଏବେ ସୁଶୀଲ କୁମାରଙ୍କୁ ମଣ୍ଡୋଲୀ ଜେଲକୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ତାଙ୍କୁ ତିହାର ଜେଲ୍ ପଠାଯିବ ବୋଲି ଖବର ସୂଚନା ମିଳିଥିଲା, କିନ୍ତୁ ସୁରକ୍ଷା କାରଣରୁ ମଣ୍ଡୋଲୀ ଜେଲକୁ ପଠାଇ ଦିଆଯାଇଛି।

୪ ଦିନର ରିମାଣ୍ଡ ଅବଧି ଶେଷ ହେବା ପରେ ଦିଲ୍ଲୀ ପୁଲିସ୍ ବୁଧବାର ସୁଶୀଲ କୁମାରଙ୍କୁ ରୋହିଣୀ କୋର୍ଟରେ ହାଜର କରାଇଥିଲା। ଯାହା ପରେ କୋର୍ଟ ସୁଶୀଲଙ୍କୁ ୧୪ ଦିନର ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟଙ୍କ ଆଦେଶ ପରେ ସୁଶୀଲ କୁମାରଙ୍କୁ ଜେଲ୍ ସ୍ଥାନାନ୍ତର କରାଯାଇଛି।

ସୁଶୀଲ୍ କୁମାରଙ୍କୁ କୋର୍ଟରେ ହାଜର କରାଇ ପୁଲିସ୍ ରିମାଣ୍ଡ ଅବଧିକୁ ଆଉ ୩ ଦିନ ବଢ଼ାଇବାକୁ ଦାବି ଆବେଦନ କରିଥିଲା, କିନ୍ତୁ ସୁଶୀଲଙ୍କ ଓକିଲ ପ୍ରଦୀପ ରାଣା ପୁଲିସର ଆବେଦନର ବିରୋଧ କରିଥିଲେ। ଯାହା ପରେ କୋର୍ଟ ହତ୍ୟାକାଣ୍ଡର ଅଭିଯୁକ୍ତ ସୁଶୀଲଙ୍କୁ ୧୪ ଦିନର ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଦୀପ ରାଣା ଆବେଦନ କରିଥିଲେ ଯେ ସୁଶୀଲଙ୍କୁ ପଦ୍ମଶ୍ରୀ, ଅର୍ଜୁନ ପୁରସ୍କାର ଓ ବାକି ସବୁ ପୁରସ୍କାର ମିଳୁ। ସୁଶୀଲ ଦେଶକୁ ଗୌରବାନ୍ୱିତ କରିଛନ୍ତି। ତା’ଛଡ଼ା ସାଗର ଧାନକର ହତ୍ୟା ମାମଲାରେ କୌଣସି ଅସ୍ତ୍ରର ବ୍ୟବହାର କରାଯାଇନାହିଁ। ସେଥିପାଇଁ ଏବେ ପୁଲିସ୍ କଷ୍ଟଡିର ଆବଶ୍ୟକ ନାହିଁ। ଓକିଲ୍ ମଧ୍ୟ ଆହୁରି ପଚାରିଛନ୍ତି ଯେ ପୁଲିସ୍ ୧୦ ଦିନର ରିମାଣ୍ଡରେ କ’ଣ ହାସଲ କରିଛି?

ସୁଶୀଲଙ୍କ ଓକିଲ୍ କହିଛନ୍ତି, ପୁଲିସ୍ କେବଳ ପ୍ରତାରିକ ପାଇଁ ରିମାଣ୍ଡ ଚାହୁଁଛି। ପୁଲିସ୍ ପାଖରେ କୌଣସି ଠୋସ୍ ପ୍ରମାଣ ନାହିଁ। ୨୪୦ ଘଣ୍ଟା ରିମାଣ୍ଡରେ ରଖି ସାରିଲେଣି। ଏଥିରେ ପୁଲିସ୍ କ’ଣ ପଚରାଉଚରା କରିଛି। ଏବେ ୧୧ରୁ ୯ ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିସାରିଛି। କିନ୍ତୁ ଏହି ମାମଲାରେ ପୁଲିସ୍ ଗୋଟିଏ ବି ଲାଠି ଜବତ କରିପାରିନାହିଁ।

ସୂଚନାଯୋଗ୍ୟ, ମେ’ ୪ ତାରିଖ ରାତିରେ ଛତ୍ରସାଲ୍ ଷ୍ଟାଡିୟମରେ ସୁଶୀଲ କୁମାର ଓ ତାଙ୍କର କିଛି ସହଯୋଗୀଙ୍କ ଆକ୍ରମଣରେ ୨୩ ବର୍ଷୀୟ ରେସଲର୍ ସାଗରଙ୍କର ମୃତ୍ୟୁ ହୋଇଥିଲା ଏବଂ ଦୁଇ ଜଣ ଆହତ ହୋଇଥିଲେ। ଏହାପରଠାରୁ ସୁଶୀଲ ପ୍ରାୟ ୧୯ଦିନ ଧରି ଫେରାର୍ ଥିଲେ। ମଡେଲ୍ ଟାଉନସ୍ଥିତ ଏକ ପ୍ରପର୍ଟିକୁ ନେଇ ଏହି ବିବାଦ ହୋଇଥିବା କୁହାଯାଉଛି।

Related story