ଧୋନି ଓ ଆଡଭାନୀଙ୍କୁ ପଦ୍ମଭୂଷଣ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୮୫ ଜଣଙ୍କୁ ସମ୍ମାନୀତ କରିବା ପାଇଁ ମନୋନୀତ କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ପଦ୍ମବିଭୂଷଣ, ୯ ଜଣଙ୍କୁ ପଦ୍ମ ଭୂଷଣ ଓ ୭୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ। କ୍ରୀଡ଼ା କ୍ଷେତ୍ରରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ଜାତୀୟ ସ୍ନୁକର ପଙ୍କଜ ଆଡ଼ଭାନୀଙ୍କ ପଦ୍ମଭୂଷଣ ସମ୍ମାନ ପାଇବା ପାଇଁ ଯୋଗ୍ୟ ବିବେଚିତ କରାଯାଇଛି। ସାଧାରଣତନ୍ତ୍ର ଦିବସ […]

padma_award

Rakesh Mallick
  • Published: Thursday, 25 January 2018
  • , Updated: 25 January 2018, 11:15 PM IST

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୮୫ ଜଣଙ୍କୁ ସମ୍ମାନୀତ କରିବା ପାଇଁ ମନୋନୀତ କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ପଦ୍ମବିଭୂଷଣ, ୯ ଜଣଙ୍କୁ ପଦ୍ମ ଭୂଷଣ ଓ ୭୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ। କ୍ରୀଡ଼ା କ୍ଷେତ୍ରରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ଜାତୀୟ ସ୍ନୁକର ପଙ୍କଜ ଆଡ଼ଭାନୀଙ୍କ ପଦ୍ମଭୂଷଣ ସମ୍ମାନ ପାଇବା ପାଇଁ ଯୋଗ୍ୟ ବିବେଚିତ କରାଯାଇଛି। ସାଧାରଣତନ୍ତ୍ର ଦିବସ ପୂର୍ବରୁ ଏହି ସମ୍ମାନ ଘୋଷଣା ହୋଇଥାଏ।

ଚଳିତବର୍ଷ ପଦ୍ମବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ସମ୍ମାନ ପାଇଁ ୧୫,୭୦୦ ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ବିଭିନ୍ନ କ୍ଷେତ୍ରରେ ୮୫ ଜଣଙ୍କୁ ସମ୍ମାନିତ କରିବା ପାଇଁ ମନୋନିତ କରାଯାଇଛି।

Related story