ଇଂଲଣ୍ଡକୁ ହରାଇ ଫାଇନାଲରେ ପାକିସ୍ତାନ, ଆସନ୍ତାକାଲି ଭାରତ-ବଂଲାଦେଶ ଟକ୍କର

ମୁମ୍ବାଇ: ଇଂଲଣ୍ଡକୁ ହରାଇଲା ପାକିସ୍ତାନ। ଏଥିସହ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲକୁ ପ୍ରବେଶ କରିଛି ପାକିସ୍ତାନ। ଆଜି ଏକ ରୋମାଞ୍ଚକର ମ୍ୟାଚ୍‌ରେ ଇଂଲଣ୍ଡକୁ ୪ ରନ୍‌ରେ ପରାସ୍ତ କରିଛି ପାକସ୍ତାନ। ଆଜି ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ପାକିସ୍ତାନ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିବା ଇଂଲଣ୍ଡ ପ୍ରଥମେ ସମସ୍ତ ଉଇକେଟ ହରାଇ ୪୯.୫ ଓଭରରରେ ୨୧୧ ରନ କରିଥିଲା। ଜବାବରେ ପାକିସ୍ତାନ ୮ ଉଇକେଟ ବିନିମୟରେ ୩୭. ୧ […]

sports

Rakesh Mallick
  • Published: Wednesday, 14 June 2017
  • , Updated: 14 June 2017, 11:02 PM IST

ମୁମ୍ବାଇ: ଇଂଲଣ୍ଡକୁ ହରାଇଲା ପାକିସ୍ତାନ। ଏଥିସହ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲକୁ ପ୍ରବେଶ କରିଛି ପାକିସ୍ତାନ। ଆଜି ଏକ ରୋମାଞ୍ଚକର ମ୍ୟାଚ୍‌ରେ ଇଂଲଣ୍ଡକୁ ୪ ରନ୍‌ରେ ପରାସ୍ତ କରିଛି ପାକସ୍ତାନ। ଆଜି ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ପାକିସ୍ତାନ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିବା ଇଂଲଣ୍ଡ ପ୍ରଥମେ ସମସ୍ତ ଉଇକେଟ ହରାଇ ୪୯.୫ ଓଭରରରେ ୨୧୧ ରନ କରିଥିଲା। ଜବାବରେ ପାକିସ୍ତାନ ୮ ଉଇକେଟ ବିନିମୟରେ ୩୭. ୧ ଓଭରେ ୨୧୫ ରନ୍‌ କରି ବିଜୟ ଲକ୍ଷ ହାସଲ କରିନେଇଥିଲା। ସେପଟେ ଅନ୍ୟ ଏକ ସେମିଫାଇନାଲ ମ୍ୟାଚ୍‌ (ଆସନ୍ତାକାଲି) ଭାରତ ବନାମ ବାଂଲାଦେଶ ମଧ୍ୟରେ ଖେଳାଯିବ। ଯଦି ଏହି ମ୍ୟାଚ୍‌ରେ ଭାରତ ଜିତେ ତେବେ ଫାଇନାଲରେ ପାକସ୍ତାନକୁ ଭେଟିବାର ସମ୍ଭାବନା ରହିଛି।

Related story