ଆଫଗାନିସ୍ତାନ ପଞ୍ଝାରୁ ମ୍ୟାଚ୍‌ ଛଡ଼ାଇ ନେଲା ପାକିସ୍ତାନ

ଲଣ୍ଡନ: ବିଶ୍ୱକପ୍‌ରୁ ବିଦା ହେବା ଆଶଙ୍କାରୁ ଅଳ୍ପକେ ବର୍ତ୍ତି ଯାଇଛି ପାକିସ୍ତାନ। ଆଫଗାନିସ୍ତାନ ବିପକ୍ଷ କର ବା ମର ମ୍ୟାଚ୍‌ରେ ପାକିସ୍ତାନ ଅତ୍ୟନ୍ତ ରୋମାଞ୍ଚକର ଢଙ୍ଗରେ ବିଜୟ ହାସଲ କରିଛି। ଆଫ୍‌ଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୨୭ ରନ୍‌ କରିଥିବା ବେଳେ ପାକିସ୍ତାନ ୩ ବଲ୍‌ ପୂର୍ବରୁ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଏହି ବିଜୟ ସହ ପାକିସ୍ତାନ ପୂର୍ବପରି ସେମି ଫାଇନାଲ୍‌ ଖେଳିବା ଦୌଡ଼ରେ ରହିଛି। ଏବେ ପାକିସ୍ତାନ ୮ଟି ମ୍ୟାଚ୍‌ରୁ ୯ ପଏଣ୍ଟ […]

sqqqqq

Hemant Lenka
  • Published: Saturday, 29 June 2019
  • , Updated: 29 June 2019, 10:32 PM IST

ଲଣ୍ଡନ: ବିଶ୍ୱକପ୍‌ରୁ ବିଦା ହେବା ଆଶଙ୍କାରୁ ଅଳ୍ପକେ ବର୍ତ୍ତି ଯାଇଛି ପାକିସ୍ତାନ। ଆଫଗାନିସ୍ତାନ ବିପକ୍ଷ କର ବା ମର ମ୍ୟାଚ୍‌ରେ ପାକିସ୍ତାନ ଅତ୍ୟନ୍ତ ରୋମାଞ୍ଚକର ଢଙ୍ଗରେ ବିଜୟ ହାସଲ କରିଛି। ଆଫ୍‌ଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୨୭ ରନ୍‌ କରିଥିବା ବେଳେ ପାକିସ୍ତାନ ୩ ବଲ୍‌ ପୂର୍ବରୁ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।

ଏହି ବିଜୟ ସହ ପାକିସ୍ତାନ ପୂର୍ବପରି ସେମି ଫାଇନାଲ୍‌ ଖେଳିବା ଦୌଡ଼ରେ ରହିଛି। ଏବେ ପାକିସ୍ତାନ ୮ଟି ମ୍ୟାଚ୍‌ରୁ ୯ ପଏଣ୍ଟ ସହ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ପହଞ୍ଚିଯାଇଛି। ପାକିସ୍ତାନକୁ ଜିତିବା ପାଇଁ ଶେଷ ଓଭରକୁ ୬ ରନ୍‌ ଦରକାର ଥିବା ବେଳେ ତୃତୀୟ ବଲ୍‌ରେ ଇମାଦ ୱାସିମ ଚୌକା ମାରି ବିଜୟ ମୁଣ୍ଡି ମାରିଥିଲେ।

୨୨୮ ରନ୍‌ର ଟାର୍ଗେଟ ପାଇଥିବା ପାକିସ୍ତାନ ଆରମ୍ଭରୁ ଓପନର ଫଖର ଜମାନ(୦)ଙ୍କୁ ହରାଇଥିଲା। ଏହାପରେ ବାବର ଆଜମ ଓ ଇମାମ ଉଲ୍ଲ-ହକ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦ୍ୱିତୀୟ ୱିକେଟ୍‌ ପାଇଁ ୭୨ ରନ୍‌ ଯୋଡ଼ିଥିଲେ। ଏହି ସମୟରେ ୩୬ ରନ୍‌ କରିଥିବା ଇମାମଙ୍କୁ ମହମ୍ମଦ ନାବି ଆଉଟ୍‌ କରି ପାକିସ୍ତାନର ରନ୍‌ ହାରରେ ବ୍ରେକ୍‌ ଲଗାଇଥିଲେ।

ସେହିପରି ନବି ୪୫ ରନ୍‌ କରିଥିବା ବାବରଙ୍କୁ ମଧ୍ୟ ସଅଳ ପ୍ୟାଭିଲିୟନ ପଠାଇ ପାକିସ୍ତାନକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ୮୧ ରନ୍‌ରେ ୩ ୱିକେଟ୍‌ ହରାଇଥିବା ପାକିସ୍ତାନ ୪ର୍ଥ ୱିକେଟ୍‌ ଭାବେ ମହମ୍ମଦ ହାଫିଜ(୧୯)ଙ୍କୁ ହରାଇଥିଲା। ଅଧିନାୟକ ସର୍ଫରାଜ ଅହମ୍ମଦ(୧୮) ରନ୍‌ ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଥିଲେ। ତେବେ ଅଲରାଉଣ୍ଡର ଇମାଦ ୱାସିମ ଶେଷ ଯାଏ ୪୯ ରନ୍‌ କରି ଅପରାଜିତ ରହିବା ସହ ପାକିସ୍ତାନକୁ ରୋମାଞ୍ଚକର ବିଜୟ ଦେଇଥିଲେ। ତାଙ୍କୁ ୱାହବ ରିଆଜ ୧୫ ଭରପୂର ସହଯୋଗ କରିଥିଲେ।

ଆଫଗାନିସ୍ତାନ ପକ୍ଷରୁ ନାବି ଓ ମୁଜିବୁର ରେହମାନ ୨ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ରଶିଦ ଖାନ୍‌ ଗୋଟିଏ ୱିକେଟ୍‌ ନେଇଛନ୍ତି।

Related story