ପାକ୍ ବିପକ୍ଷ ମ୍ୟାଚ୍‌କୁ ନେଇ ଏମିତି କହିଲେ କୋହଲି

ନଟ୍ଟିଂହାମ୍: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ବିଶ୍ୱକପ୍ ମ୍ୟାଚ୍ ବର୍ଷା କାରଣରୁ ବାତିଲ ହେବା ପରେ ଭାରତୀୟ ଟିମ୍ କ୍ୟାପଟେନ୍ ବିରାଟ କୋହଲିଙ୍କ ଫୋକସ୍ ଏବେ ପାକିସ୍ତାନ ବିପକ୍ଷ ବହୁପ୍ରତୀକ୍ଷିତ ମୁକାବିଲା ଉପରେ ରହିଛି। ପାକିସ୍ତାନ ବିପକ୍ଷରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ବିରାଟ କହିଛନ୍ତି। ବର୍ଷା ଯୋଗୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମ୍ୟାଚରେ ଗୋଟିଏ ବି ବଲ୍ ପକାଇବା ସମ୍ଭବ ହୋଇନଥିଲା। ଏବେ ଭାରତ ତା’ର ଚତୁର୍ଥ ମୁକାବିଲା ଜୁନ୍ ୧୬ ତାରିଖରେ ମାଞ୍ଚେଷ୍ଟରରେ ପାକିସ୍ତାନ ବିପକ୍ଷରେ […]

virat

Hemant Lenka
  • Published: Thursday, 13 June 2019
  • , Updated: 13 June 2019, 09:52 PM IST

ନଟ୍ଟିଂହାମ୍: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ବିଶ୍ୱକପ୍ ମ୍ୟାଚ୍ ବର୍ଷା କାରଣରୁ ବାତିଲ ହେବା ପରେ ଭାରତୀୟ ଟିମ୍ କ୍ୟାପଟେନ୍ ବିରାଟ କୋହଲିଙ୍କ ଫୋକସ୍ ଏବେ ପାକିସ୍ତାନ ବିପକ୍ଷ ବହୁପ୍ରତୀକ୍ଷିତ ମୁକାବିଲା ଉପରେ ରହିଛି। ପାକିସ୍ତାନ ବିପକ୍ଷରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ବିରାଟ କହିଛନ୍ତି।

ବର୍ଷା ଯୋଗୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମ୍ୟାଚରେ ଗୋଟିଏ ବି ବଲ୍ ପକାଇବା ସମ୍ଭବ ହୋଇନଥିଲା। ଏବେ ଭାରତ ତା'ର ଚତୁର୍ଥ ମୁକାବିଲା ଜୁନ୍ ୧୬ ତାରିଖରେ ମାଞ୍ଚେଷ୍ଟରରେ ପାକିସ୍ତାନ ବିପକ୍ଷରେ ଖେଳିବ। ପରବର୍ତ୍ତୀ ମ୍ୟାଚକୁ ନେଇ କୋହଲି କହିଛନ୍ତି, ଦୀର୍ଘ ବର୍ଷ ହେବ ଏହି ମ୍ୟାଚ୍ ପ୍ରତିଦ୍ୱନ୍ଦ୍ୱିତାମୂଳକ ରହିଆସିଛି।

ସାରା ଦୁନିଆର ଲୋକେ ଏହି ମ୍ୟାଚକୁ ଉପରେ ନଜର ରଖିଥାନ୍ତି ଏବଂ ଏହି ମ୍ୟାଚର ମୁକସାକ୍ଷୀ ହେବା ସମସ୍ତଙ୍କ ପାଇଁ ଗର୍ବର କଥା। ଏହି ମ୍ୟାଚରେ ଉଭୟ ଦଳ ଉପରେ ଚାପ ରହିବା ସ୍ୱାଭାବିକ। ତେବେ ଯେଉଁ ଦଳ ଚାପକୁ ମୁକାବିଲା କରିପାରିବ, ସେହି ଟିମ୍ ବିଜୟୀ ହେ । ଆମେ ଏହି ମ୍ୟାଚରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବୁ।

ବିରାଟ୍ ଆହୁରି କହିଛନ୍ତି, ଉକ୍ତ ମ୍ୟାଚ୍ ପାଇଁ ଆମେ ମାନସିକ ଭାବେ ପ୍ରସ୍ତୁତ ଅଛୁ। କେବଳ ମଇଦାନକୁ ଯାଇ ରଣନୀତିକୁ ଫଳପ୍ରଦ କରିବା ବାକି ରହିଲା। କେବଳ ଭାରତ ଓ ପାକିସ୍ତାନ ନୁହେଁ ବରଂ ବିଶ୍ୱର ଅନେକ କ୍ରିକେଟପ୍ରେମୀ ଏହି ମ୍ୟାଚ୍ ଅପେକ୍ଷାରେ ଅଛନ୍ତି ବୋଲି ବିରାଟ୍ କହିଛନ୍ତି।

ଟିମର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧୱନଙ୍କ ଫର୍ମକୁ ନେଇ ବିରାଟ କହିଛନ୍ତି, ଧୱନ୍ ଆମର ନିମୟିତ ଓପନିଂ ବ୍ୟାଟ୍ସମ୍ୟାନ। ତାଙ୍କ ଅନୁପସ୍ଥିତି ଟିମ୍ ପାଇଁ ବଡ଼ କ୍ଷତି। ଧୱନଙ୍କ ଅଙ୍ଗୁଳିରେ କିଛି ସପ୍ତାହ ଏହି ପ୍ଲାଷ୍ଟର ରହିବ। ଏହା ପରେ ଆମେ ତାଙ୍କ ଆହତକୁ ନେଇ ଆକଳନ କରିପାରିବୁ। ମୋ ବିଶ୍ୱାସ ଯେ, ଧୱନ୍ ଶୀଘ୍ର ଫିଟ୍ ହେବେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଓ ସେମିଫାଇନାଲ୍ ପାଇଁ ଉପଲବ୍ଧ ହେବ। ଧୱନଙ୍କୁ ଆମେ ବିଶ୍ୱକପରେ ରଖିବାକୁ ଚାହୁଁଛୁ ବୋଲି ବିରାଟ କହିଛନ୍ତି।

Related story