ଭାରତ-ନ୍ୟୁଜିଲ୍ୟାଣ୍ଡ ଲଢେଇରୁ ପାକିସ୍ତାନକୁ ଫାଇଦା: ଟି-ଟ୍ୱଣ୍ଟି ତାଲିକାରେ ହେଲା ନମ୍ବର ୱାନ

ନୂଆଦିଲ୍ଲୀ: ଦୁଇ ଦଳ ମଧ୍ୟରେ ହେଲା ଲଢ଼େଇ, ବାଘର ଗର୍ଜନ ଆଗରେ ଉଡ଼ିଗଲା ଶୁଖିଲା ପତ୍ର। କିନ୍ତୁ ଦୁଇ ଦଳ ମଧ୍ୟରେ ଏହି ଲଢ଼େଇର ଫାଇଦା ନେଲା ତୃତୀୟ ପକ୍ଷ। ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦିଲ୍ଲୀରେ ଖେଳାଯାଉଥିବା ଟି-ଟ୍ୱଣ୍ଟି ମ୍ୟାଚ୍‌ରେ ଏପରି ଘଟଣା ଘଟିଛି। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-ଟ୍ୱଣ୍ଟି ମ୍ୟାଚ୍‌ରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୫୩ ରନ୍‌ରେ ପରାସ୍ତ କରିଛି। ଭାରତ ଜିତିଛି ସତ, ହେଲେ ଫାଇଦା ଉଠାଇଛି ପାକିସ୍ତାନ। ଆଜିକାର ଏହି […]

pak1_0

Rakesh Mallick
  • Published: Wednesday, 01 November 2017
  • , Updated: 01 November 2017, 11:04 PM IST

ନୂଆଦିଲ୍ଲୀ: ଦୁଇ ଦଳ ମଧ୍ୟରେ ହେଲା ଲଢ଼େଇ, ବାଘର ଗର୍ଜନ ଆଗରେ ଉଡ଼ିଗଲା ଶୁଖିଲା ପତ୍ର। କିନ୍ତୁ ଦୁଇ ଦଳ ମଧ୍ୟରେ ଏହି ଲଢ଼େଇର ଫାଇଦା ନେଲା ତୃତୀୟ ପକ୍ଷ। ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦିଲ୍ଲୀରେ ଖେଳାଯାଉଥିବା ଟି-ଟ୍ୱଣ୍ଟି ମ୍ୟାଚ୍‌ରେ ଏପରି ଘଟଣା ଘଟିଛି। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-ଟ୍ୱଣ୍ଟି ମ୍ୟାଚ୍‌ରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୫୩ ରନ୍‌ରେ ପରାସ୍ତ କରିଛି। ଭାରତ ଜିତିଛି ସତ, ହେଲେ ଫାଇଦା ଉଠାଇଛି ପାକିସ୍ତାନ।

ଆଜିକାର ଏହି ପରାସ୍ତ ସହିତ ଟି-ଟ୍ୱଣ୍ଟି ରାଙ୍କିଂରେ ନ୍ୟୁଜିଲ୍ୟାଣ୍ଡ ତଳକୁ ଖସି ଆସିଥିବା ବେଳେ ପାକିସ୍ତାନ ଏକ ନମ୍ବରକୁ ଉଠିଛି। ପୂର୍ବରୁ ଟି-ଟ୍ୱଣ୍ଟି ରାଙ୍କିଂରେ ୧୨୫ ପଏଣ୍ଟ ସହିତ ନ୍ୟୁଜିଲ୍ୟାଣ୍ଡ ଏକ ନମ୍ବର ସ୍ଥାନରେ ରହିଥିଲା। ସେହିପରି ପାକିସ୍ତାନ ୧୨୪ ପଏଣ୍ଟ ପାଇ ରାଙ୍କିଂର ଦ୍ୱିତୀୟ ସ୍ଥାନରେ ରହିଥିଲା। ଏହି ମ୍ୟାଚ୍‌ରେ ପରାଜୟ ପରେ ନ୍ୟୁଜିଲାଣ୍ଡର ପଏଣ୍ଟ ହ୍ରାସ ପାଇ ୧୨୧କୁ ଖସିଆସିବା ସହିତ ରାଙ୍କିଂରେ ପାକିସ୍ତାନଠାରୁ ପଛରେ ପଡ଼ିଯାଇଛି। ସେହିଭଳି ସିରିଜ ଜିତିଲେ ଭରତକୁ କେବଳ ଟ୍ରଫିରେ ସନ୍ତୁଷ୍ଟ ହେବାକୁ ପଡ଼ିବ। କାରଣ ଭାରତର ରାଙ୍କିଂରେ ସେତେଟା ଫଳ ମିଳିବ ନାହିଁ। ରାଙ୍କିଂରେ ଭାରତ ୧୧୬ ପଏଣ୍ଟ ସହିତ ପଞ୍ଚମ ସ୍ଥାନରେ ଥିବା ବେଳେ ସିରିଜ ଜିତିଲେ ପଏଣ୍ଟ ବଢ଼ି ୧୧୮ ହେବ।

Related story