ବାପାଙ୍କୁ ଏସ୍‌ୟୁଭି କାର୍‌ ଗିଫ୍ଟ କରି ସଫଳତାର ଶ୍ରେୟ ଦେଲେ କ୍ରିକେଟର୍‌ ପାଣ୍ଡ୍ୟା   

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କା ବିପକ୍ଷରେ ତୃତୀୟ ଟେଷ୍ଟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଶତକୀୟ ପାଳି ଫଳରେ ଭାରତକୁ ସହଜ ବିଜୟ ମିଳିଥିଲା। ଏହାସହ ପାଣ୍ଡ୍ୟାଙ୍କୁ ଏହି ମ୍ୟାଚ୍‌ରେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ମଧ୍ୟ ଘୋଷଣା କରାଯାଇଥିଲା। ଲଗାତାର ପାଣ୍ଡ୍ୟା ନିଜର ଦମଦାର୍‌ ପ୍ରଦର୍ଶନ ବଳରେ ଟିମ୍‌ ଇଣ୍ଡିଆରେ ନିଜ ସ୍ଥାନକୁ ପକ୍କା କରିସାରିଛନ୍ତି। କେବଳ ଏହା ନୁହେଁ ତାଙ୍କର ଆକର୍ଷଣୀୟ ଖେଳ ପାଇଁ ସେ ହଜାର ହଜାର ଦର୍ଶକଙ୍କ ହୃଦୟରେ ଏବେ ରାଜ କରୁଛନ୍ତି। ନିକଟରେ […]

mainim111

Rakesh Mallick
  • Published: Thursday, 17 August 2017
  • , Updated: 17 August 2017, 06:46 PM IST

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କା ବିପକ୍ଷରେ ତୃତୀୟ ଟେଷ୍ଟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଶତକୀୟ ପାଳି ଫଳରେ ଭାରତକୁ ସହଜ ବିଜୟ ମିଳିଥିଲା। ଏହାସହ ପାଣ୍ଡ୍ୟାଙ୍କୁ ଏହି ମ୍ୟାଚ୍‌ରେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ମଧ୍ୟ ଘୋଷଣା କରାଯାଇଥିଲା। ଲଗାତାର ପାଣ୍ଡ୍ୟା ନିଜର ଦମଦାର୍‌ ପ୍ରଦର୍ଶନ ବଳରେ ଟିମ୍‌ ଇଣ୍ଡିଆରେ ନିଜ ସ୍ଥାନକୁ ପକ୍କା କରିସାରିଛନ୍ତି। କେବଳ ଏହା ନୁହେଁ ତାଙ୍କର ଆକର୍ଷଣୀୟ ଖେଳ ପାଇଁ ସେ ହଜାର ହଜାର ଦର୍ଶକଙ୍କ ହୃଦୟରେ ଏବେ ରାଜ କରୁଛନ୍ତି।

ନିକଟରେ ପାଣ୍ଡ୍ୟା ତାଙ୍କ ବାପାଙ୍କୁ ଏକ ସର୍‌ପ୍ରାଇଜ୍‌ ଉପହାର ଦେଇଛନ୍ତି। ଜିପ୍‌ କମ୍ପାସ୍‌ର ଏକ ଏସ୍‌ୟୁଭି କାର୍ କିଣି ତାଙ୍କ ବାପାଙ୍କୁ ଉପହାର ଦେଇଛନ୍ତି। ଯାହାର ମୂଲ୍ୟ ପାଖାପାଖି ୨୦ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି। ଏହି ଅବସରରେ ସେ କହିଛନ୍ତି କି ତାଙ୍କ ବାପାଙ୍କୁ ଜୀବନର ସବୁ ଖୁସି ମିଳିବା ଆବଶ୍ୟକ। କାରଣ ସେ ନିଜେ ଆଜି ଯେଉଁଠି ପହଞ୍ଚିଛନ୍ତି ତାହା କେବେଳ ତାଙ୍କ ବାପାଙ୍କ ପାଇଁ ସମ୍ଭବ ହୋଇଛି ବୋଲି ପାଣ୍ଡ୍ୟା କହିଛନ୍ତି। ତେଣୁ ତାଙ୍କ ସଫଳତାର ସବୁତକ ଶ୍ରେୟ ତାଙ୍କ ବାପାଙ୍କୁ ଯାଉଛି ବୋଲି ସେ କହିଛନ୍ତି।

Related story