ଆର୍ଥରଙ୍କ କାର୍ଯ୍ୟକାଳ ବଢ଼ାଇବ ନାହିଁ ପିସିବି

କରାଚୀ: ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଜାତୀୟ ଟିମର ମୁଖ୍ୟ କୋଚ୍ ମିକି ଆର୍ଥରଙ୍କ କାର୍ଯ୍ୟକାଳ ବଢ଼ାଇବ ନାହିଁ। ଆର୍ଥରଙ୍କ ବ୍ୟତୀତ ପିସିବି ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାୱାର୍, ବୋଲିଂ କୋଚ୍ ଆଝାର ମେହମୁଦ ଏବଂ ଟ୍ରେନର୍ ଗ୍ରାଣ୍ଟ ଡୁଡେନଙ୍କ ଚୁକ୍ତି ମଧ୍ୟ ନବଢ଼ାଇବାକୁ ନିଷ୍ପତ୍ତି ନେଇଛି। ଏ ନେଇ ପିସିବି ପକ୍ଷରୁ କୁହାଯାଇଛି ଯେ, ଏଥର ଉନ୍ନତ ପ୍ରକ୍ରିୟାରେ କୋଚିଂ ଷ୍ଟାଫ୍ ନିଯୁକ୍ତି କରାଯିବ। ସୂଚନାଯୋଗ୍ୟ, ବିଶ୍ୱକପରେ ପାକିସ୍ତାନ ନକଆଉଟ୍ […]

arther

arther

Ranjit Kumar Jena
  • Published: Wednesday, 07 August 2019
  • Updated: 07 August 2019, 08:29 PM IST

Sports

Latest News

କରାଚୀ: ବିଶ୍ୱକପରେ ଖରାପ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଜାତୀୟ ଟିମର ମୁଖ୍ୟ କୋଚ୍ ମିକି ଆର୍ଥରଙ୍କ କାର୍ଯ୍ୟକାଳ ବଢ଼ାଇବ ନାହିଁ। ଆର୍ଥରଙ୍କ ବ୍ୟତୀତ ପିସିବି ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାୱାର୍, ବୋଲିଂ କୋଚ୍ ଆଝାର ମେହମୁଦ ଏବଂ ଟ୍ରେନର୍ ଗ୍ରାଣ୍ଟ ଡୁଡେନଙ୍କ ଚୁକ୍ତି ମଧ୍ୟ ନବଢ଼ାଇବାକୁ ନିଷ୍ପତ୍ତି ନେଇଛି। ଏ ନେଇ ପିସିବି ପକ୍ଷରୁ କୁହାଯାଇଛି ଯେ, ଏଥର ଉନ୍ନତ ପ୍ରକ୍ରିୟାରେ କୋଚିଂ ଷ୍ଟାଫ୍ ନିଯୁକ୍ତି କରାଯିବ।

ସୂଚନାଯୋଗ୍ୟ, ବିଶ୍ୱକପରେ ପାକିସ୍ତାନ ନକଆଉଟ୍ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇପାରିନଥିଲା। ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଚାରୋଟି ଯାକ ପଦବୀ ପାଇଁ ବିଜ୍ଞପ୍ତି ବାହାରିବ ଏବଂ ଶୀର୍ଷସ୍ତରୀୟ ଆବେଦନ ମଗାଯିବ। ଏହି ପ୍ରସ୍ତାବ ପିସିବି ଅଧ୍ୟକ୍ଷ ଏହସାନ ମନୀଙ୍କୁ ଦିଆଯିବ। ମନୀ କହିଛନ୍ତି, କମିଟି ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନେଇଛି। ଏବେ ସବୁକିଛି ନୂଆ ଭାବେ ଆରମ୍ଭ ହେବ। କୋଚ୍ ଆର୍ଥରଙ୍କ ସମେତ ଗ୍ରାଣ୍ଟ ଫ୍ଲାୱାର, ଆଝାର ଏବଂ ଲୁଡେନଙ୍କ ଆଗାମୀ ଭବିଷ୍ୟତ ପାଇଁ ପିସିବି କାମନା କରୁଛି।

ଆର୍ଥରଙ୍କ କାର୍ଯ୍ୟକାଳରେ ପାକିସ୍ତାନ ୨୦୧୭ରେ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା, ଯାହା ଟିମର ସବୁଠାରୁ ସଫଳତା ଥିଲା। ଏହାଛଡ଼ା ତାଙ୍କ ଉପସ୍ଥିତିରେ ଟିମ୍ ଟି-୨୦ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ମଧ୍ୟ ହାସଲ କରିଥିଲା। କିନ୍ତୁ ଟେଷ୍ଟରେ ଟିମର ପ୍ରଦର୍ଶନ ଖରାପ ରହିଥିବା ବେଳେ ଦିନିକିଆ ପ୍ରଦର୍ଶନରେ ମଧ୍ୟ ସ୍ଥିରତା ନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos