ଭାରତ-ପାକିସ୍ତାନ ଶୃଙ୍ଖଳା ନେଇ ଏବେ ବି ଆଶାବାଦୀ ଅଛୁ: ନଜାମ ସେଠୀ

କରାଚୀ: ଆସନ୍ତା ଡିସେମ୍ବରରେ ୟୁଏଇରେ ଭାରତ-ପାକ୍ ଦ୍ୱିପାକ୍ଷିକ ଶୃଙ୍ଖଳା ହେବା ନେଇ ଏବେ ବି ପାକିସ୍ତାନ ଆଶାବାଦୀ ରହିଛି। ଏକଥା କହିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡର ନୀତି ନିର୍ଦ୍ଧାରଣ କମିଟି ମୁଖ୍ୟ ନଜାମ୍ ସେଠୀ। ସେ କହିଛନ୍ତି ଯେ, ଯଦି ଭାରତ-ପାକିସ୍ତାନ ମଧ୍ୟରେ କୌଣସି ଶୃଙ୍ଖଳା କରାଯିବାର କାର୍ଯ୍ୟକ୍ରମ ନ ଥିଲା ତେବେ ମୁମ୍ବାଇରେ ଦୁଇ ଦେଶ ମଧ୍ୟରେ ବୈଠକ ବସିବାର ନ ଥିଲା । ଏହାସହ ସେଠାରେ ପାକ୍ କର୍ମକର୍ତ୍ତାଙ୍କୁ ଯେଉଁପରି ଭାବେ ବିରୋଧ ପ୍ରଦର୍ଶନ […]

nazam-sethi

Rakesh Mallick
  • Published: Saturday, 24 October 2015
  • , Updated: 24 October 2015, 01:43 PM IST

କରାଚୀ: ଆସନ୍ତା ଡିସେମ୍ବରରେ ୟୁଏଇରେ ଭାରତ-ପାକ୍ ଦ୍ୱିପାକ୍ଷିକ ଶୃଙ୍ଖଳା ହେବା ନେଇ ଏବେ ବି ପାକିସ୍ତାନ ଆଶାବାଦୀ ରହିଛି। ଏକଥା କହିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡର ନୀତି ନିର୍ଦ୍ଧାରଣ କମିଟି ମୁଖ୍ୟ ନଜାମ୍ ସେଠୀ। ସେ କହିଛନ୍ତି ଯେ, ଯଦି ଭାରତ-ପାକିସ୍ତାନ ମଧ୍ୟରେ କୌଣସି ଶୃଙ୍ଖଳା କରାଯିବାର କାର୍ଯ୍ୟକ୍ରମ ନ ଥିଲା ତେବେ ମୁମ୍ବାଇରେ ଦୁଇ ଦେଶ ମଧ୍ୟରେ ବୈଠକ ବସିବାର ନ ଥିଲା । ଏହାସହ ସେଠାରେ ପାକ୍ କର୍ମକର୍ତ୍ତାଙ୍କୁ ଯେଉଁପରି ଭାବେ ବିରୋଧ ପ୍ରଦର୍ଶନ କରାଗଲା ଏହାକୁ ସେ ନିନ୍ଦା କରିଛନ୍ତି।

ସେ କହିଛନ୍ତି ଯେ, ଶିବସେନାର ବିରୋଧ ଯୋଗୁଁ ଭାରତରେ ଏହି ଶୃଙ୍ଗଳା ହେବା ନେଇ ଆଶଙ୍କା ରହିଛି । ତଥାପି ବୈଠକ ଲାଗି ବିସିସିଆଇ କର୍ମକର୍ତ୍ତାଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ମୁମ୍ବାଇର ମିଟିଂକୁ ଦୁବାଇରେ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି ଯାହା ଏହି ସିରିଜି ହେବା ନେଇ ଆଶ ସଂଚାର କରୁଛି ବୋଲି ସେ କହିଛନ୍ତି।

Related story