କରାଚି: ଯଦି ଆସନ୍ତା ଡିସେମ୍ବରରେ ପ୍ରସ୍ତାବିତ ଦ୍ୱିପାକ୍ଷିକ ସିରିଜ୍ ଖେଳିବାକୁ ଭାରତ ରାଜି ହେବ ନାହିଁ ତା’ହେଲେ ଆସନ୍ତାବର୍ଷ (୨୦୧୬)ରେ ସେଠାରେ (ଭାରତରେ) ହେବାକୁ ଥିବା ବିଶ୍ୱ ଟି-ଟ୍ୱେଣ୍ଟି କପ୍ ପାଇଁ ପାକିସ୍ତାନ ଟିମକୁ ନପଠାଇବାକୁ ପିସିବି ( ପାକିସ୍ତାନ କ୍ରିକେଟ୍ ବୋର୍ଡ)କୁ ପରାମର୍ଶ ଦେଇଛନ୍ତି ଜାଭେଦ ମିଆଁଦାଦା। ପାକିସ୍ତାନ କ୍ରିକେଟ୍ ଟିମର ଏହି ପୂର୍ବତନ ଅଧିନାୟକ କହିଛନ୍ତି , ‘ମୁଁ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଏକ ସରଳ ପରାମର୍ଶ ଦେବାକୁ ଚାହୁଁଛି। ଯଦି ପାକିସ୍ତାନ ସହିତ ଖେଳିବାକୁ ଭାରତ ସରକାର ବିସିସିଆଇକୁ ଅନୁମତି ଦେଉ ନାହାନ୍ତି, ତା’ହେଲେ ପିସିବି ମଧ୍ୟ ସଫାସଫା କହି ଦେଉ ଯେ ଆସନ୍ତାବର୍ଷ ଭାରତରେ ହେବାକୁ ଥିବା ବିଶ୍ୱ ଟି-ଟ୍ୱେଣ୍ଟି କପରେ ଖେଳିବାକୁ ପାକିସ୍ତାନ ସରକାର ଅନୁମତି ଦେଉ ନାହାନ୍ତି। ବର୍ତ୍ତମାନ ପିସିବିକୁ ନିଜର ଆତ୍ମସମ୍ମାନ ବଜାୟ ରଖି ବିସିସିଆଇ ସହିତ ଆଲୋଚନା କରିବାକୁ ପଡ଼ିବ। ଏଥିପାଇଁ ପିସିବିକୁ ଦୃଢ଼ ଓ ରୋକଠୋକ ନୀତି ଆପଣାଇବାକୁ ପଡ଼ିବ। ବିଶ୍ୱ ଟି-ଟ୍ୱେଣ୍ଟି କପରେ ଭାଗ ନେବାଠାରୁ ଆତ୍ମସମ୍ମାନ ପିସିବି ପାଇଁ ଗୁରୁତ୍ୱପୂର୍ଣ୍ଣ।’
୧୯୭୯ ରୁ ୧୯୯୩ ମଧ୍ୟରେ ୧୨୪ଟି ଟେଷ୍ଟ୍ ଖେଳିଥିବା ମିଆଁଦାଦା କହିଛନ୍ତି ଯେ ଭାରତ ସହିତ ନଖେଳି ମଧ୍ୟ ପାକିସ୍ତାନ ତିଷ୍ଠି ପାରିବ।