'ଦିନେ ସ୍ୱର୍ଗରେ ଏକାଠି ଫୁଟବଲ୍ ଖେଳିବୁ'

ନୂଆଦିଲ୍ଲୀ: ଫୁଟବଲ୍ କଥା ଆସିଲେ, ସର୍ବପ୍ରଥମେ ମାରାଡୋନା ଓ ପେଲେଙ୍କ ନାଁ ଆସିବ। ଏହି ଦୁଇ ମହାନ୍ ଫୁଟବଲରଙ୍କ କୌଣସି ପରିଚୟ ଆବଶ୍ୟକ ନାହିଁ। ଦୁହେଁ ଫୁଟବଲ ଜଗତର ସର୍ବକାଳୀନ ମହାନ୍ ଫୁଟବଲର। ତେବେ ଦୁହିଁଙ୍କ ମଧ୍ୟରୁ ମାରାଡୋନା ବୁଧବାର ଦୁନିଆକୁ ଅଲବିଦା କହିଦେଇଛନ୍ତି। ମାରାଡୋନାଙ୍କ ପରଲୋକରେ ତାଙ୍କ ସମୟରେ ମହାନ୍ ଖେଳାଳି ପେଲେ ଦୁଃଖ ପ୍ରକାଶ କରିଛନ୍ତି। Que notícia triste. Eu perdi um grande amigo e o mundo perdeu uma […]

pele

Ranjit Kumar Jena
  • Published: Thursday, 26 November 2020
  • , Updated: 26 November 2020, 09:14 PM IST

ନୂଆଦିଲ୍ଲୀ: ଫୁଟବଲ୍ କଥା ଆସିଲେ, ସର୍ବପ୍ରଥମେ ମାରାଡୋନା ଓ ପେଲେଙ୍କ ନାଁ ଆସିବ। ଏହି ଦୁଇ ମହାନ୍ ଫୁଟବଲରଙ୍କ କୌଣସି ପରିଚୟ ଆବଶ୍ୟକ ନାହିଁ। ଦୁହେଁ ଫୁଟବଲ ଜଗତର ସର୍ବକାଳୀନ ମହାନ୍ ଫୁଟବଲର। ତେବେ ଦୁହିଁଙ୍କ ମଧ୍ୟରୁ ମାରାଡୋନା ବୁଧବାର ଦୁନିଆକୁ ଅଲବିଦା କହିଦେଇଛନ୍ତି। ମାରାଡୋନାଙ୍କ ପରଲୋକରେ ତାଙ୍କ ସମୟରେ ମହାନ୍ ଖେଳାଳି ପେଲେ ଦୁଃଖ ପ୍ରକାଶ କରିଛନ୍ତି।

https://twitter.com/Pele/status/1331649438570442754?s=20

ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ପେଲେ ଏକ ଟୁଇଟ୍ କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି, 'ମାରାଡୋନାଙ୍କ ଦେହାନ୍ତ ଏକ ଦୁଃଖଦ ଖବର। ମୁଁ ଜଣେ ଭଲ ବନ୍ଧୁଙ୍କୁ ହରାଇଲି ଏବଂ ବିଶ୍ୱ ଜଣେ ମହାନ୍ ଫୁଟବଲରଙ୍କୁ ହରାଇ ଦେଇଛି। ବହୁତ କିଛି କହିବାକୁ ଅଛି, କିନ୍ତୁ ବର୍ତ୍ତମାନ ଏତିକି କହିବାକୁ ଚାହୁଁଛି ଯେ ଭଗବାନ ତାଙ୍କ ପରିବାରକୁ ଶକ୍ତି ପ୍ରଦାନ କରନ୍ତୁ। ଆଶା କରୁଛି, ଦିନେ ଆମେ ଆକାଶରେ କେଉଁଠି ନା କେଉଁଠି ଏକାଠି ଫୁଟବଲ ଖେଳିବୁ।'

ସୂଚନାଯୋଗ୍ୟ, ପେଲେ ଓ ମାରାଡୋନା ପରସ୍ପରର ବହୁତ ବଡ଼ ପ୍ରଶଂସକ। ଦୁହିଁଙ୍କର ବୟସରେ ଦଶନ୍ଧିର ବ୍ୟବଧାନ ଥିଲା, କିନ୍ତୁ ସମ୍ପର୍କ ବନ୍ଧୁ ଥିଲା। ଫୁଟବଲ ଖେଳକୁ ଅଧିକ ରୋମାଞ୍ଚ କରାଇବାରେ ଦୁହିଁଙ୍କର ଯୋଗଦାନକୁ ସାରା ବିଶ୍ୱ ସଲାମ୍ କରେ।

Related story