ଫିଫା ବିଶ୍ୱକପର ଚର୍ଚ୍ଚିତ କାହାଣୀ, ପେନାଲ୍‌ଟି ମିସ୍‌ କରି ଏହି ଖେଳାଳି କଳଙ୍କ ବୋହିଲେ ନିଜ ମୁଣ୍ଡରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱକପରେ ଏଥର ଦେଖିବାକୁ ମିଳିଛି ଦୁଇ ଦୁଇଟି ପେନାଲଟି ମିସ୍। ସେ ମଧ୍ୟ ଦୁଇ ଜଣ ଷ୍ଟାର ଖେଳାଳିଙ୍କଠାରୁ। ଗତକାଲି ପର୍ତ୍ତୁଗାଲର ଷ୍ଟାର ଷ୍ଟ୍ରାଇକର ରୋନାଲୋଡୋ ପେନାଲଟିରେ ଫେଲ ମାରି ନଜ ଦେଶକୁ ବିଜୟୀ କରିବାରେ ଅସମର୍ଥ ହୋଇଥିଲେ। ପୂର୍ବରୁ ମଧ୍ୟ ମେସୀ ପେନାଲଟି ମିସ କରି  ନିରାଶ କରିଥିଲେ। ବିଶ୍ୱକପ ଇତିହାସରେ ଚର୍ଚ୍ଚିତ ପେନାଲଟି ମିସକୁ ନେଇ ଏହି ରିପୋର୍ଟ। ଚଳିତ ବିଶ୍ୱ କପରେ ପ୍ରଥମ ମୁକାବିଲାରେ ସ୍ପେନ ବିପକ୍ଷରେ ହ୍ୟାଟ୍ରିକ କରି […]

penalty

Rakesh Mallick
  • Published: Tuesday, 26 June 2018
  • , Updated: 26 June 2018, 08:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱକପରେ ଏଥର ଦେଖିବାକୁ ମିଳିଛି ଦୁଇ ଦୁଇଟି ପେନାଲଟି ମିସ୍। ସେ ମଧ୍ୟ ଦୁଇ ଜଣ ଷ୍ଟାର ଖେଳାଳିଙ୍କଠାରୁ। ଗତକାଲି ପର୍ତ୍ତୁଗାଲର ଷ୍ଟାର ଷ୍ଟ୍ରାଇକର ରୋନାଲୋଡୋ ପେନାଲଟିରେ ଫେଲ ମାରି ନଜ ଦେଶକୁ ବିଜୟୀ କରିବାରେ ଅସମର୍ଥ ହୋଇଥିଲେ। ପୂର୍ବରୁ ମଧ୍ୟ ମେସୀ ପେନାଲଟି ମିସ କରି  ନିରାଶ କରିଥିଲେ। ବିଶ୍ୱକପ ଇତିହାସରେ ଚର୍ଚ୍ଚିତ ପେନାଲଟି ମିସକୁ ନେଇ ଏହି ରିପୋର୍ଟ।

ଚଳିତ ବିଶ୍ୱ କପରେ ପ୍ରଥମ ମୁକାବିଲାରେ ସ୍ପେନ ବିପକ୍ଷରେ ହ୍ୟାଟ୍ରିକ କରି ଦମଦାର ପ୍ରଦର୍ଶନ କରିଥିବା ଖ୍ରୀଷ୍ଟିଆନୋ ରୋନାଲଡୋ ଗତକାଲି ଇରାନ ବିପକ୍ଷ ମୁକାବିଲାରେ ପାଲଟିଗଲେ ଭିଲେନ୍‌। ମ୍ୟାଚ୍‌ର ୫୩ ତମ ମିନିଟରେ ପେନାଲଟି ମିସ କଲେ ପର୍ତୁଗାଲର ଏହି ଷ୍ଟାର ଷ୍ଟ୍ରାଇକର ରୋନଲ୍ଡୋ। ଡାହାଣ କର୍ଣ୍ଣରକୁ ଶଟ ମାରିବକୁ ଚେଷ୍ଟା କରିଥିବାବେଳେ ଇରାନ ଗୋଲକିପର ନିଜ ବାମପଟକୁ ଡାଇଭ ମାରି ବଲକୁ ରୋକିବାରେ ସମର୍ଥ ହୋଇଥିଲେ। ଅମୀମାଂସିତଭାବେ ଶେଷ ହୋଇଥିବା ଏହି ମ୍ୟାଚରେ ରୋନାଲ୍ଡୋଙ୍କ ପେନାଲ୍ଟି ଗୋଲରେ ପରିଣତ ହୋଇଥିଲେ ମ୍ୟାଚ ପର୍ତ୍ତୁଗାଲ ସପକ୍ଷରେ ଯାଇଥାନ୍ତା।

ଚଳିତ ବିଶ୍ୱକପରେ ଏହା ହେଉଛି ଦ୍ୱିତୀୟ ଚର୍ଚ୍ଚିତ ପେନାଲ୍ଟି ମିସ୍। ଏହା ପୂର୍ବରୁ ଆଇସଲ୍ୟାଣ୍ଡ ବିପକ୍ଷରେ ପେନାଲଟି ମିସ କରିଥିଲେ ଅନ୍ୟତମ ଷ୍ଟାର ଫୁଟବଲର ଆର୍ଜେଣ୍ଟିନାର ଲିଓନେଲ ମେସୀ, ମ୍ୟାଚ ମଧ୍ୟ ଡ୍ର ରହିଥିଲା। ଫଳରେ ବିଶ୍ୱକପରେ ଆଇସଲ୍ୟାଣ୍ଡ ଭଳି ଦୁର୍ବଳ ଟିମ ବିପକ୍ଷରେ ପେନାଲଟି ମିସ କରିବାର କଳଙ୍କ ଲାଗିଲା ମେସୀଙ୍କ କ୍ୟାରିୟରରେ।

ପୂର୍ବରୁ ମଧ୍ୟ  ଅନେକ ଥର ବିଶ୍ୱକପରେ ଷ୍ଟାର ଖେଳାଳି ପେନାଲଟି ମିସ କରି ନିଜ ଦେଶ ପାଇଁ ବଦନାମ ଆଣିଥିବାବେଳେ ନିଜ ଫ୍ୟାନମାନଙ୍କୁ ମଧ୍ୟ ନିରାଶ କରିବାର ନଜିର୍ ରହିଛି। ୧୯୮୬ ମେକ୍ସିକୋ ବିଶ୍ୱକପରେ ଫ୍ରାନ୍ସର ଲିଜେଣ୍ଡେରୀ ଫୁଟବଲର ମିସେଲ ପ୍ଲାଟିନି ପେନାଲଟି ମିସ କରିଥିଲେ। କେବଳ ପ୍ଲାଟିନି ନୁହେଁ ସେହି ମୁକାବିଲାରେ ବ୍ରାଜିଲର ସେତେବେଳର ଷ୍ଟାର ଖେଳାଳି ଜିକୋ ମଧ୍ୟ ପେନାଲଟିକୁ ଗୋଲରେ ପରିଣତ କରିବାରେ ଫେଲ ମାରିଥିଲେ। ଏଥିଯୋଗୁ ଏହି ମୁକାବିଲାରେ ପରାସ୍ତ ହୋଇଥିବା ଘଟଣାକୁ ଆଜି ପର୍ଯ୍ୟନ୍ତ ଭୁଲିପାରିନାହନ୍ତି ବ୍ରାଜିଲ ବାସୀ।

୧୯୯୪ରେ ଇଟାଲୀର ଷ୍ଟାଇଲିଶ ଫୁଟବଲର ଭାବେ ଜଣାଶୁଣା ରବର୍ଟୋ ବ୍ୟାଜିଓ ମଧ୍ୟ ପେନାଲଟି ମିସ କରିବାର କଳଙ୍କ ବୋହିଥିଲେ। ବ୍ରାଜିଲ ବିପକ୍ଷ ଫାଇନାଲ ମ୍ୟାଚରେ ପେନାଲ୍‌ଟି ମିସ କରି ନିଜ ପାଇଁ ବଦନାମ ବୋହିଥିଲେ ବ୍ୟାଜିଓ। ୨୦୧୦ ବିଶ୍ୱକପର ଏକ କ୍ୱାର୍ଟର ଫାଇନାଲ ମ୍ୟାଚରେ ଘାନା ପାଇଁ ଥିଲା ପ୍ରଥମ ଆଫ୍ରିକୀୟ ଦେଶଭାବେ ସେମି ଫାଇନାଲ ଖେଳିବାର ସୁଯୋଗ। ଶକ୍ତିଶାଳୀ ଉରୁଗୁଏ ବିପକ୍ଷରେ ୧-୧ରେ ବରାବର କରିଥିବା ଘାନାକୁ ଶେଷ ମୁହୁର୍ତ୍ତରେ ମିଳିଥିଲା ପେନାଲଟି। ହେଲେ ଦଳର  ସବୁଠୁ ନିର୍ଭର୍ଯୋଗ୍ୟ ଆସମା ଗ୍ୟାନ ଏହି ମଉକାକୁ ମିସ କରିଥିଲେ।

Related story