ଏଣିକି ୧୫ ବର୍ଷରୁ କମ୍ ଖେଳାଳି ଖେଳିପାରିବେନି ଅନ୍ତର୍ଜାତୀୟ କ୍ରିକେଟ୍

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ନୂଆ ମାପଦଣ୍ଡ ନିର୍ଦ୍ଧାରିତ କରିଛି। ଏବେ ପୁରୁଷ, ମହିଳା, ଅଣ୍ଡର୍-୧୯ କ୍ରିକେଟ୍ ଖେଳିବା ପାଇଁ ଖେଳାଳିଙ୍କ ବୟସ ୧୫ ବର୍ଷ ହେବା ଅନିବାର୍ଯ୍ୟ କରାଯାଇଛି। ଏ ନେଇ ଆଇସିସି ଆନୁଷ୍ଠାନିକ ସୂଚନା ଦେଇଛି। ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଇସିସି ଏହି ନୂଆ ନିୟମ ଲାଗୁ କରିଛି। ଏହା ସମସ୍ତ ପ୍ରକାର ବୟସ ବର୍ଗ ପାଇଁ ଲାଗୁ ହେବ, ଯେଉଁଥିରେ ଆଇସିସିର ଟୁର୍ଣ୍ଣାମେଣ୍ଟ […]

icc

Ranjit Kumar Jena
  • Published: Friday, 20 November 2020
  • , Updated: 20 November 2020, 07:30 PM IST

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ନୂଆ ମାପଦଣ୍ଡ ନିର୍ଦ୍ଧାରିତ କରିଛି। ଏବେ ପୁରୁଷ, ମହିଳା, ଅଣ୍ଡର୍-୧୯ କ୍ରିକେଟ୍ ଖେଳିବା ପାଇଁ ଖେଳାଳିଙ୍କ ବୟସ ୧୫ ବର୍ଷ ହେବା ଅନିବାର୍ଯ୍ୟ କରାଯାଇଛି। ଏ ନେଇ ଆଇସିସି ଆନୁଷ୍ଠାନିକ ସୂଚନା ଦେଇଛି।

ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଇସିସି ଏହି ନୂଆ ନିୟମ ଲାଗୁ କରିଛି। ଏହା ସମସ୍ତ ପ୍ରକାର ବୟସ ବର୍ଗ ପାଇଁ ଲାଗୁ ହେବ, ଯେଉଁଥିରେ ଆଇସିସିର ଟୁର୍ଣ୍ଣାମେଣ୍ଟ ଦ୍ୱିପାକ୍ଷିକ ସିରିଜ୍ ଏବଂ ଅଣ୍ଡର-୧୯ କ୍ରିକେଟ୍ ଆସି ସାମିଲ୍ ରହିବ। ତେବେ ବୋର୍ଡ ସଦସ୍ୟ ଚାହିଁଲେ ୧୫ ବର୍ଷରୁ କମ୍ ଖେଳାଳିଙ୍କୁ ଖେଳାଇବା ପାଇଁ ଆଇସିସି ନିକଟରେ ଅପିଲ୍ କରିପାରିବ। ଏଥିରେ ଉକ୍ତ ଖେଳାଳିଙ୍କର ଅଭିଜ୍ଞତା ଓ ମାନସିକ ବିକାଶ ଆଦିକୁ ଗୁରୁତ୍ୱ ଦିଆଯିବ।

ଯଦି ଟେଷ୍ଟ କ୍ରିକେଟ୍ କଥା କହିବା, ତାହେଲେ ପାକିସ୍ତାନର ହସନ୍ ରଜା ୧୯୯୬ରେ ମାତ୍ର ୧୪ ବର୍ଷ ୨୨୭ ଦିନରେ ପଦାର୍ପଣ କରିଥିଲେ। ରୋମାନିଆର ମାରିୟନ୍ ଘେରାସିମ୍ (୨୦୨୦) ଓ କୁଏତର ମୀତ୍ ଭବସାର (୨୦୧୯) ମଧ୍ୟ ୧୪ ବର୍ଷରେ ନିଜର ଅନ୍ତର୍ଜାର୍ତୀ ପଦାର୍ପଣ କରିଥିଲେ। ଦୁହେଁ ଟି-୨୦ ଅନ୍ତର୍ଜାତୀୟରେ ଡେବ୍ୟୁ କରିଥିଲେ।

Related story