ଜାପାନ ପାରା ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍: ପ୍ରମୋଦ ଜିତିଲେ ରୌପ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାପାନର ଟୋକିଓଠାରେ ଚାଲିଥିବା ଜାପାନ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଆ ଶଟଲର୍ ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି। ରବିବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରମୋଦ ଇଂଲଣ୍ଡର ଡାନିଏଲ୍ ବେଥେଲଙ୍କ ନିକଟରୁ ୧୬-୨୧, ୧୯-୨୧ ଗେମରେ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଏହା ପୂର୍ବରୁ ଶନିବାର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରମୋଦ ଇଣ୍ଡୋନେସିଆର ମାମନ୍ ନୁର୍ଜାମ୍ୟାନଙ୍କୁ ସିଧାସଳଖ ୨୧-୭, ୨୧-୧୭ ଗେମରେ ପରାସ୍ତ କରିଥିଲେ। ସେହିପରି […]

pramod

Ranjit Kumar Jena
  • Published: Sunday, 17 November 2019
  • , Updated: 17 November 2019, 07:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାପାନର ଟୋକିଓଠାରେ ଚାଲିଥିବା ଜାପାନ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଆ ଶଟଲର୍ ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି। ରବିବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରମୋଦ ଇଂଲଣ୍ଡର ଡାନିଏଲ୍ ବେଥେଲଙ୍କ ନିକଟରୁ ୧୬-୨୧, ୧୯-୨୧ ଗେମରେ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।

ଏହା ପୂର୍ବରୁ ଶନିବାର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରମୋଦ ଇଣ୍ଡୋନେସିଆର ମାମନ୍ ନୁର୍ଜାମ୍ୟାନଙ୍କୁ ସିଧାସଳଖ ୨୧-୭, ୨୧-୧୭ ଗେମରେ ପରାସ୍ତ କରିଥିଲେ। ସେହିପରି କ୍ୱାର୍ଟରରେ ସେ ନିଜ ଦେଶର ବିକ୍ରମ କୁମାରଙ୍କୁ ୨୧-୧୭, ୨୧-୧୭ ଗେମରେ ହରାଇଥିଲେ। ଗତମାସରେ ଡେନମାର୍କ ଓପନର ପ୍ରମୋଦ ସେମିଫାଇନାଲରେ ହାରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲେ।

Related story