ସମାଜବାଦୀ ପାର୍ଟିରେ ଯୋଗ ଦେଲେ କ୍ରିକେଟର ପ୍ରବୀଣ କୁମାର

ଲକ୍ଷ୍ନୌ: ବିଧାନସଭା ନିର୍ବାଚନ ପାଇଁ ଉତ୍ତରପ୍ରବେଶର ରାଜନୀତି ସରଗରମ ହେବାରେ ଲାଗିଛି। ବିଭିନ୍ନ ଦଳରେ ନୂଆ ମୁହଁ ସାମିଲ ହେଉଛନ୍ତି। ଏହି ଧାରାରେ ଆଜି ଟିମ୍‌ ଇଣ୍ଡିଆର ଫାଷ୍ଟ ବୋଲର ପ୍ରବୀଣ କୁମାର ସମାଜବାଦୀ ପାର୍ଟି (ଏସ୍‌ପି)ରେ ଯୋଗ ଦେଇଛନ୍ତି। ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ତଥା ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଭେଟିବା ପରେ ପ୍ରବୀଣ କହିଛନ୍ତି,“ଆଜି ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏସ୍‌ପିରେ ଯୋଗଦେଇଛି। ଦଳ ପାଇଁ ଯାହା ଆବଶ୍ୟକ ମୁଁ କରିବି।” ବିଧାନସଭା ନିର୍ବାଚନରେ […]

praveen-kumar-mi

Rakesh Mallick
  • Published: Sunday, 11 September 2016
  • , Updated: 11 September 2016, 06:06 PM IST

ଲକ୍ଷ୍ନୌ: ବିଧାନସଭା ନିର୍ବାଚନ ପାଇଁ ଉତ୍ତରପ୍ରବେଶର ରାଜନୀତି ସରଗରମ ହେବାରେ ଲାଗିଛି। ବିଭିନ୍ନ ଦଳରେ ନୂଆ ମୁହଁ ସାମିଲ ହେଉଛନ୍ତି। ଏହି ଧାରାରେ ଆଜି ଟିମ୍‌ ଇଣ୍ଡିଆର ଫାଷ୍ଟ ବୋଲର ପ୍ରବୀଣ କୁମାର ସମାଜବାଦୀ ପାର୍ଟି (ଏସ୍‌ପି)ରେ ଯୋଗ ଦେଇଛନ୍ତି।

ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ତଥା ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଭେଟିବା ପରେ ପ୍ରବୀଣ କହିଛନ୍ତି,“ଆଜି ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏସ୍‌ପିରେ ଯୋଗଦେଇଛି। ଦଳ ପାଇଁ ଯାହା ଆବଶ୍ୟକ ମୁଁ କରିବି।”

ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ସେ କହିଛନ୍ତି,“ମୁଁ ଏବେ ରାଜନୀତିରେ ଛୋଟ ଛୁଆ। ତେଣୁ ମତେ ବହୁତ କିଛି ଶିକ୍ଷା କରିବାକୁ ପଡିବ। ୟୁପିର ମୁଖ୍ୟମନ୍ତ୍ରୀ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ପାଇଁ ବହୁବିଧ ଯୋଜନା ଆରମ୍ଭ କରିବା ସହ ଷ୍ଟାଡିୟମ ନିର୍ମାଣ କରିଛନ୍ତି।”

ସୂଚନାଯୋଗ୍ୟ, ପ୍ରବୀଣ କୁମାର ୧୮ ନଭେମ୍ବର ୨୦୦୭ରେ ପାକିସ୍ତାନ ବିପକ୍ଷରେ ଦିନିକିଆରେ ପଦାର୍ପଣ କରିଥିବା ବେଳେ ୨୦୦୮ ଫେବୃଆରୀ ୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ରେ ଯୋଗ ଦେଇଥିଲେ। ୨୦୧୧ ଜୁନ୍‌ ୨୦ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟେଷ୍ଟ କ୍ୟାରିଅର ଆରମ୍ଭ କରିଥିଲେ। ସେ ମୋଟ ୬ଟି ଟେଷ୍ଟରୁ ୧୪୯ ରନ୍‌ କରିବା ସହ ୨୭ଟି ୱିକେଟ ନେଇଛନ୍ତି। ୬୮ଟି ଦିନିକିଆ ଖେଳି ୨୯୨ ରନ୍‌ କରିବା ସହ ୫୪ଟି ୱିକେଟ ଅକ୍ତିୟାର କରିଛନ୍ତି।

Related story