ନ୍ୟୁଜିଲ୍ୟାଣ୍ଡରେ ପୃଥ୍ୱୀ ଶ'ଙ୍କ ବିସ୍ଫୋରକ ବ୍ୟାଟିଂ

ଲିନକନ୍‌: ଆହତ ପରେ ପୃଥ୍ୱୀ ଶ’ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ଜବରଦସ୍ତ ବ୍ୟାଟିଂ କରି କମବ୍ୟାକ୍ କରିଛନ୍ତି। ରବିବାର ନ୍ୟୁଜିଲ୍ୟାଣ୍ଡ୍ ଏକାଦଶ ବିପକ୍ଷରେ ପୃଥ୍ୱୀ’ ୧୫୦ ରନର ବିସ୍ଫୋରକ ଇନିଂସ୍ ଖେଳିଛନ୍ତି, ଯାହା ବଳରେ ଭାରତ-ଏ ୧୨ ରନରେ ବିଜୟୀ ହୋଇଛି। ଭାରତୀୟ ସିନିୟର ଟିମକୁ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ଥିବା ଶ’ ନିଜର ଏହି ଚମତ୍କାର ଇନିଂସ୍ ମଧ୍ୟରେ ୨୨ ଚୌକା ଓ ୨ ଛକା ମାରିଛନ୍ତି। ଉକ୍ତ ମ୍ୟାଚରେ ଭାରତ-ଏ ପ୍ରଥମେ ବ୍ୟାଟିଂ କରି ୪୯.୨ […]

shaw1

Ranjit Kumar Jena
  • Published: Sunday, 19 January 2020
  • , Updated: 19 January 2020, 04:42 PM IST

ଲିନକନ୍‌: ଆହତ ପରେ ପୃଥ୍ୱୀ ଶ' ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ଜବରଦସ୍ତ ବ୍ୟାଟିଂ କରି କମବ୍ୟାକ୍ କରିଛନ୍ତି। ରବିବାର ନ୍ୟୁଜିଲ୍ୟାଣ୍ଡ୍ ଏକାଦଶ ବିପକ୍ଷରେ ପୃଥ୍ୱୀ' ୧୫୦ ରନର ବିସ୍ଫୋରକ ଇନିଂସ୍ ଖେଳିଛନ୍ତି, ଯାହା ବଳରେ ଭାରତ-ଏ ୧୨ ରନରେ ବିଜୟୀ ହୋଇଛି। ଭାରତୀୟ ସିନିୟର ଟିମକୁ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ଥିବା ଶ' ନିଜର ଏହି ଚମତ୍କାର ଇନିଂସ୍ ମଧ୍ୟରେ ୨୨ ଚୌକା ଓ ୨ ଛକା ମାରିଛନ୍ତି।

ଉକ୍ତ ମ୍ୟାଚରେ ଭାରତ-ଏ ପ୍ରଥମେ ବ୍ୟାଟିଂ କରି ୪୯.୨ ଓଭରରେ ୩୭୨ ରନର ବିଶାଳ ସ୍କୋର କରିଥିଲା। ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ଏକାଦଶ ଜ୍ୟାକ୍ ବୟଙ୍କ ଲଢ଼ୁଆ ୧୩୦ ରନ୍ ସତ୍ତ୍ୱେ ୫୦ ଓଭରରେ ୬ ୱିକେଟ୍ ହରାଇ ୩୬୦ କରି ପରାସ୍ତ ହୋଇଛି । ପୃଥ୍ୱୀ ନିଜର ଏହି ପ୍ରଦର୍ଶନ ଦ୍ୱାରା ନିଶ୍ଚିତ ଭାବେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିବେ, କାରଣ ନ୍ୟୁଜିଲ୍ୟାଣ୍ଡରେ ଟେଷ୍ଟ ସିରିଜ୍ ପାଇଁ ଟିମ୍ ଚୟନ କରାଯିବ।

ପ୍ରଥମ ଟେଷ୍ଟ ୨୧ ଫେବୃଆରୀରୁ ହାମିଲଟନ୍ ଏବଂ ଦ୍ୱିତୀୟ ମ୍ୟାଚ୍ ୨୯ ଫେବୃଆରୀରୁ କ୍ରାଇଷ୍ଟଚର୍ଚ୍ଚର ହେଗଲେ ଓଭାଲରେ ଖେଳାଯିବ। ଡୋପିଙ୍ଗ୍ କାରଣରୁ ୮ମାସର ବାସନ୍ଦାଦେଶ କାଟିବା ପରେ ପୃଥ୍ୱୀ ଦମଦାର ଫର୍ମରେ ଥିଲେ, କିନ୍ତୁ ମୁମ୍ବାଇର କର୍ଣ୍ଣାଟକ ବିପକ୍ଷ ରଣଜୀ ମ୍ୟାଚର ପ୍ରଥମ ଦିନରେ ହିଁ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା, ଯେଉଁକାରଣରୁ ସେ ନ୍ୟୁଜିଲ୍ୟାଣ୍ଡରେ ଭାରତ-ଏ'ର ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିପାରିନଥିଲେ।

ପୃଥ୍ୱୀଙ୍କ ବ୍ୟତୀତ ଭାରତ-ଏ ପକ୍ଷରୁ ଏହି ମ୍ୟାଚରେ ବିଜୟ ଶଙ୍କର ଦ୍ରୁତ ୫୮ (୪୧ ବଲ୍‌, ୬ ଚୌକା), କୃନାଲ୍ ପାଣ୍ଡ୍ୟା ୩୨ ଓ ମୟଙ୍କ ଅଗ୍ରୱାଲ୍ ୩୨ ରନ୍ କରିଥିଲେ। ନ୍ୟୁଜିଲ୍ୟାଣ୍ଡ୍ ଏକାଦଶ ପକ୍ଷରୁ ଫିନ୍ ଆଲେନ୍ ୮୭ ରନ୍‌, ଡାରିଏଲ୍ ମିଚେଲ୍ ୪୧ ଓ ଡେନ୍ କ୍ଲିଭର୍ ଅପରାଜିତ ୪୪ ରନର ବିସ୍ଫୋରକ ଇନିଂସ୍ ଖେଳିଥିଲେ ହେଁ, ଦଳକୁ ଜିତାଇପାରିନଥିଲେ।

Related story