ଭାରତ-ଏ ଟିମରେ ପୃଥ୍ୱୀ ଶ' ସାମିଲ୍‌

ନୂଆଦିଲ୍ଲୀ: ଇନଫର୍ମ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଗାମୀ ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତ-ଏ ଦଳରେ ସାମିଲ୍ କରାଯାଇଛି। ଡୋପିଙ୍ଗ୍ ଯୋଗୁ ୮ମାସର ବାସନ୍ଦାଦେଶ କାଟି ଫେରିଥିବା ପୃଥ୍ୱୀ ଶ’ ରଣଜୀ ଟ୍ରଫିର ପ୍ରଥମ ମ୍ୟାଚରେ ବରୋଦା ବିପକ୍ଷରେ ଦ୍ୱିଶତକ ମାରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବର୍ତ୍ତମାନ ରୋହିତ୍ ଶର୍ମା ଓ ମୟଙ୍କ ଅଗ୍ରୱାଲ୍ ଓପ୍ନର ଭାବେ ଭାରତୀୟ ଟେଷ୍ଟ ଟିମରେ ନିଜ ନିଜର ସ୍ଥାନ ପକ୍କା କରିସାରିଛନ୍ତି। ଏଭଳି ସ୍ଥିତିରେ ପୃଥ୍ୱୀ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଭଲ […]

shaw

Ranjit Kumar Jena
  • Published: Monday, 23 December 2019
  • , Updated: 23 December 2019, 09:05 PM IST

ନୂଆଦିଲ୍ଲୀ: ଇନଫର୍ମ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ'ଙ୍କୁ ଆଗାମୀ ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତ-ଏ ଦଳରେ ସାମିଲ୍ କରାଯାଇଛି। ଡୋପିଙ୍ଗ୍ ଯୋଗୁ ୮ମାସର ବାସନ୍ଦାଦେଶ କାଟି ଫେରିଥିବା ପୃଥ୍ୱୀ ଶ' ରଣଜୀ ଟ୍ରଫିର ପ୍ରଥମ ମ୍ୟାଚରେ ବରୋଦା ବିପକ୍ଷରେ ଦ୍ୱିଶତକ ମାରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ବର୍ତ୍ତମାନ ରୋହିତ୍ ଶର୍ମା ଓ ମୟଙ୍କ ଅଗ୍ରୱାଲ୍ ଓପ୍ନର ଭାବେ ଭାରତୀୟ ଟେଷ୍ଟ ଟିମରେ ନିଜ ନିଜର ସ୍ଥାନ ପକ୍କା କରିସାରିଛନ୍ତି। ଏଭଳି ସ୍ଥିତିରେ ପୃଥ୍ୱୀ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଭଲ ପ୍ରଦର୍ଶନ କରି ପୁଣିଥରେ ଜାତୀୟ ଦଳରେ ସ୍ଥାନ ପାଇବାକୁ ପ୍ରୟାସ କରିବେ। ନ୍ୟୁଜିଲ୍ୟାଣ୍ଡ୍ ଗସ୍ତରେ ପ୍ରଥମଶ୍ରେଣୀ ମ୍ୟାଚରେ ହନୁମା ବିହାରୀ ଭାରତର ନେତୃତ୍ୱ ନେବେ।

ସେହିପରି ଦିନିକିଆ ଫର୍ମାଟ୍ ପାଇଁ ଶୁବମାନ ଗିଲଙ୍କୁ ଭାରତ-ଏ ଦଳର ଅଧିନାୟକ କରାଯାଇଛି। ଟେଷ୍ଟ ସ୍ପେଶାଲିଷ୍ଟ ଆର୍ ଅଶ୍ୱିନ୍‌, ଆଜିଙ୍କ୍ୟ ରାହାଣେ, ଉମେଶ ଯାଦବ ଓ ଈଶାନ୍ତ ଶର୍ମାଙ୍କୁ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଅଭ୍ୟାସ ପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳିବ। ରାହାଣେ, ଅଶ୍ୱିନ୍‌, ଈଶାନ୍ତ, ଉମେଶ ଓ ମୟଙ୍କ ଭାରତ-ଏ ପକ୍ଷରୁ ଦ୍ୱିତୀୟ ଚାରିଦିନିଆ ମ୍ୟାଚ୍ ଖେଳିବ ।

Related story