ଫାଇନାଲ୍‌ରେ ପୂର୍ଣ୍ଣିମା, ସେମିରେ ଅଟକିଲେ ଅମିୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଗତକାଲିଠାରୁ ଆରମ୍ଭ ହୋଇଛି ୫୮ତମ ଜାତୀୟ ଓପନ୍ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍। ଏଥିରେ ରେଳବାଇ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ଝିଅ ପୂର୍ଣ୍ଣିମା ହେମ୍ବ୍ରମ ମହିଳା ୧୦୦ ମିଟର ବାଧାଦୌଡ଼ (ହର୍ଡଲ୍‌) ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ନିଜ ହିଟ୍‌ର ପ୍ରଥମ ତିନି ସ୍ଥାନରେ ରହି ସେ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେ ୧୪.୨୩ ସେକେଣ୍ଡରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲେ। ଏହି ବର୍ଗରେ ଆଜି ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ପଦକ […]

purnimahembram

Jitendra Garnayak
  • Published: Wednesday, 26 September 2018
  • , Updated: 26 September 2018, 11:08 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଗତକାଲିଠାରୁ ଆରମ୍ଭ ହୋଇଛି ୫୮ତମ ଜାତୀୟ ଓପନ୍ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍।

ଏଥିରେ ରେଳବାଇ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ଝିଅ ପୂର୍ଣ୍ଣିମା ହେମ୍ବ୍ରମ ମହିଳା ୧୦୦ ମିଟର ବାଧାଦୌଡ଼ (ହର୍ଡଲ୍‌) ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ନିଜ ହିଟ୍‌ର ପ୍ରଥମ ତିନି ସ୍ଥାନରେ ରହି ସେ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେ ୧୪.୨୩ ସେକେଣ୍ଡରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲେ।

ଏହି ବର୍ଗରେ ଆଜି ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ।

[caption id="attachment_280328" align="aligncenter" width="750"] ମହିଳା ୧୦,୦୦୦ ମିଟର ଦୌଡ଼ର ପଦକ ବିଜେତାମାନେ (image credit- twitter)[/caption]

ଗତକାଲି ପଦକ ଦାବିଦାର ତଥା ଦେଶର ଦ୍ରୁତତମ ଧାବକ ଅମିୟ କୁମାର ମଲ୍ଲିକ ପୁରୁଷ ୧୦୦ ମିଟର ଦୌଡ଼ରେ ସେମି ଫାଇନାଲ୍‌ରେ ଅଟକି ଯାଇଥିଲେ। ସେମି ଫାଇନାଲ୍‌ର ହିଟ୍-୩ରେ ସେ ଚତୁର୍ଥ ସ୍ଥାନରେ ରହିଥିଲେ। ଫଳରେ ଫାଇନାଲ୍‌କୁ ପହଞ୍ଚି ପାରି ନଥିଲେ। ସେ ୧୦୦ ମିଟରକୁ ଅତିକ୍ରମ କରିବା ପାଇଁ ୧୦.୭୩ ସେକେଣ୍ଡ ନେଇଥିଲେ।

ଗତକାଲି ଏହି ଚାମ୍ପିଅନ୍‌ସିପ୍‌ର ପ୍ରଥମ ଦିନରେ ୫ଟି ସ୍ୱର୍ଣ୍ଣ ପଦକ ଦିଆଯାଇଥିଲା। ପୁରୁଷ ପୋଲଭଲ୍ଟରେ ସର୍ଭିସେସ୍‌ର ଏସ୍‌ ଶିବା ସ୍ୱର୍ଣ୍ଣ ପଦକ ଜିତିଥିଲେ। ମହିଳା ଜାଭେଲିନ୍‌ରେ ରେଳବାଇର ଶର୍ମିଲା କୁମାରୀ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୧୦,୦୦୦ ମିଟର ଦୌଡ଼ରେ ଗୁଜରାଟର ମୁରଲୀ କୁମାର ଗାଭିତ ସ୍ୱର୍ଣ୍ଣ ପଦକ ଜିତିଥିଲେ। ମହିଳା ଟ୍ରିପଲ୍ ଜମ୍ପରେ ହରିଆଣାର ରିନୁ ରେଣୁ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ମହିଳା ୧୦,୦୦୦ ମିଟର ଦୌଡ଼ରେ ରେଳବାଇର ସୂର୍ଯ୍ୟା ସ୍ୱର୍ଣ୍ଣ ପଦକ ଜିତିଥିଲେ।

Related story