ଫାଇନାଲ୍‌ରେ ହାରିଗଲେ ସିନ୍ଧୁ

ନାନ୍‌ଜିଙ୍ଗ୍‌ (ଚୀନ୍): ବିଶ୍ୱ ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିଅନ୍‌ସିପ୍‌ର ମହିଳା ଏକକ ଫାଇନାଲ୍‌ରେ ହାରିଗଲେ ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ତାରକା ପିଭି ସିନ୍ଧୁ। ଆଜି ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ସେ ସ୍ପେନ୍‌ର ଅଲିମ୍ପିକ୍ ବିଜୟିନୀ କାରୋଲିନା ମାରିନ୍‌ଙ୍କ ଠାରୁ ହାରି ଯାଇଛନ୍ତି। ସିନ୍ଧୁ ୨୧-୧୯, ୨୧-୧୦ରେ ହାରି ଯାଇଛନ୍ତି। ଏହା ସହିତ ସେ ରୌପ୍ୟ ପଦକ ପାଇଛନ୍ତି। ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିଅନ୍‌ସିପ୍‌ରେ ଏହା ହେଉଛି ତାଙ୍କର ଦ୍ୱିତୀୟ ରୌପ୍ୟ ପଦକ। ଲଗାତାର ଦ୍ୱିତୀୟ ବର୍ଷ ପାଇଁ ବିଶ୍ୱ ବ୍ୟାଡ୍‌ମିଣ୍ଟନ୍ ଚାମ୍ପିଅନ୍‌ସିପ୍‌ର […]

jjj

Ordigital Desk
  • Published: Sunday, 05 August 2018
  • , Updated: 05 August 2018, 03:13 PM IST

ନାନ୍‌ଜିଙ୍ଗ୍‌ (ଚୀନ୍): ବିଶ୍ୱ ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିଅନ୍‌ସିପ୍‌ର ମହିଳା ଏକକ ଫାଇନାଲ୍‌ରେ ହାରିଗଲେ ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ତାରକା ପିଭି ସିନ୍ଧୁ।

ଆଜି ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ସେ ସ୍ପେନ୍‌ର ଅଲିମ୍ପିକ୍ ବିଜୟିନୀ କାରୋଲିନା ମାରିନ୍‌ଙ୍କ ଠାରୁ ହାରି ଯାଇଛନ୍ତି। ସିନ୍ଧୁ ୨୧-୧୯, ୨୧-୧୦ରେ ହାରି ଯାଇଛନ୍ତି।

ଏହା ସହିତ ସେ ରୌପ୍ୟ ପଦକ ପାଇଛନ୍ତି। ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିଅନ୍‌ସିପ୍‌ରେ ଏହା ହେଉଛି ତାଙ୍କର ଦ୍ୱିତୀୟ ରୌପ୍ୟ ପଦକ।

[caption id="attachment_260276" align="alignnone" width="840"] କାରୋଲିନା ମାରିନ୍‌ଙ୍କ ସହ ସିନ୍ଧୁ, ଫାଇଲ୍ ଫଟୋ[/caption]

ଲଗାତାର ଦ୍ୱିତୀୟ ବର୍ଷ ପାଇଁ ବିଶ୍ୱ ବ୍ୟାଡ୍‌ମିଣ୍ଟନ୍ ଚାମ୍ପିଅନ୍‌ସିପ୍‌ର ଫାଇନାଲ୍‌ରେ ପ୍ରବେଶ କରିଥିଲେ ସିନ୍ଧୁ। ତେବେ ଗତବର୍ଷ ଭଳି ଏଥର ମଧ୍ୟ ସେ ହାରି ଯାଇଛନ୍ତି।

ଗତବର୍ଷ ସେ ଫାଇନାଲ୍‌ରେ ଜାପାନର ନାଜୋମୀ ଓକୁହାରାଙ୍କଠାରୁ ହାରି ଯାଇଥିଲେ। ଅବଶ୍ୟ ଏଥିର ସେ ପ୍ରତିଶୋଧ ନେଇଥିଲେ। କ୍ୱାର୍ଟର ଫାଇନାଲ୍‌ରେ ସିନ୍ଧୁଙ୍କଠାରୁ ହାରି ଚାମ୍ପିଅନ୍‌ସିପ୍‌ରୁ ବିଦା ହୋଇଥିଲେ ନାଜୋମୀ।

ଗତକାଲି ସେମି ଫାଇନାଲ୍‌ରେ ସିନ୍ଧୁ ଜାପାନର ଅକାନେ ୟାମାଗୁଚିଙ୍କୁ ୨୧-୧୬ ଓ ୨୪-୨୨ରେ ପରାସ୍ତ କରିଥିଲେ। ୟାମାଗୁଚିଙ୍କ ବିରୋଧରେ ସିନ୍ଧୁଙ୍କ ଏହା ଷଷ୍ଠ ବିଜୟ ଥିଲା। ଦୁହେଁ ୧୦ ଥର ମୁହାଁମୁହିଁ ହୋଇଛନ୍ତି।

Related story