ପ୍ରଥମଥର ପାଇଁ ଏସିଆନ୍ କପ୍‌ ଫୁଟବଲ ଜିତିଲା କତାର

ନୂଆଦିଲ୍ଲୀ: ଫୁଟବଲ ଇତିହାସରେ ପ୍ରଥମଥର ପାଇଁ ଏସିଆନ୍‌ କପ୍‌ ଜିତିଛି କତାର। ଫ୍ୟାଇନାଲ ମ୍ୟାଚ୍‌ରେ ଦଳ ଜାପାନକୁ ୩-୧ ଗୋଲରେ ପରାସ୍ତ କରି ଏହି କୀର୍ତ୍ତିମାନ ସ୍ଥାପନ କରିଛି। ୨୦୨୨ରେ କତାର ଫୁଟବଲ ବିଶ୍ୱକପ୍‌ ଆୟୋଜନ କରିବ। ଏହାପୂର୍ବରୁ ଏଭଳି ବିଜୟ ଦଳର ମନୋବଳକୁ ବୃଦ୍ଧି କରିଛି। କତାର ପକ୍ଷରୁ ଅଲମୋଜେ ଅଲି, ଅବଦେଲ ଅଜିଜ ଓ ଆକ୍ରମ ଅଫିଫ୍‌ ଗୋଟିଏ ଲେଖାଏ ଗୋଲ ଦେଇଛନ୍ତି। ମ୍ୟାଚ୍‌ ଆରମ୍ଭରୁ କତାର ପ୍ରତିପକ୍ଷ ଜାପାନ ଉପରେ ଚାପ ସୃଷ୍ଟି […]

sas

Hemant Lenka
  • Published: Saturday, 02 February 2019
  • , Updated: 02 February 2019, 07:41 PM IST

ନୂଆଦିଲ୍ଲୀ: ଫୁଟବଲ ଇତିହାସରେ ପ୍ରଥମଥର ପାଇଁ ଏସିଆନ୍‌ କପ୍‌ ଜିତିଛି କତାର। ଫ୍ୟାଇନାଲ ମ୍ୟାଚ୍‌ରେ ଦଳ ଜାପାନକୁ ୩-୧ ଗୋଲରେ ପରାସ୍ତ କରି ଏହି କୀର୍ତ୍ତିମାନ ସ୍ଥାପନ କରିଛି। ୨୦୨୨ରେ କତାର ଫୁଟବଲ ବିଶ୍ୱକପ୍‌ ଆୟୋଜନ କରିବ। ଏହାପୂର୍ବରୁ ଏଭଳି ବିଜୟ ଦଳର ମନୋବଳକୁ ବୃଦ୍ଧି କରିଛି। କତାର ପକ୍ଷରୁ ଅଲମୋଜେ ଅଲି, ଅବଦେଲ ଅଜିଜ ଓ ଆକ୍ରମ ଅଫିଫ୍‌ ଗୋଟିଏ ଲେଖାଏ ଗୋଲ ଦେଇଛନ୍ତି।

ମ୍ୟାଚ୍‌ ଆରମ୍ଭରୁ କତାର ପ୍ରତିପକ୍ଷ ଜାପାନ ଉପରେ ଚାପ ସୃଷ୍ଟି କରିଥିଲା। ମ୍ୟାଚ୍‌ର ୧୨ତମ ମିନିଟ୍‌ରେ କତାର ପକ୍ଷରୁ ଅଲମୋଜେ ଅଲି ଦଳ ପାଇଁ ପ୍ରଥମ ଗୋଲ କରିଥିଲେ। ଏହାର କିଛି ମିନିଟ୍‌ ପରେ ଅବଦେଲ ଅଜିଜ ଦ୍ୱିତୀୟ ଗୋଲ ଦେଇଥିଲେ।

ମ୍ୟାଚ୍‌ର ୬୯ ମିନିଟ୍‌ ପର୍ଯ୍ୟନ୍ତ କତାର ୨-୦ରେ ଆଗୁଆ ରହିଥିଲା। ତେବେ ୭୦ତମ ମିନିଟ୍‌ରେ ଟକୁମି ମିନାମିନୋ ଗୋଲ କରି ସ୍ଥିତିକୁ ୨-୧ କରିଥିଲେ। ମ୍ୟାଚ୍‌ ଶେଷ ହେବାକୁ ୧୫ ମିନିଟ୍‌ ଥିବା ବେଳେ କତାରକୁ ଏକ ପେନାଲ୍ଟି ମିଳିଥିଲା। ଏହାକୁ ଆକ୍ରମ ଅଫିଫ୍‌ ଗୋଲରେ ପରିଣତ କରି ସ୍ଥିତି ୩-୧ କରିଥିଲେ।

ଅଲମୋଜେ ଅଲି ପ୍ରଥମ ଖେଳାଳି ଭାବେ ଏସିଆ କପ୍‌ର କୌଣସି ଟୁର୍ଣ୍ଣାମେଣ୍ଟରେ ୯ଟି ଗୋଲ ଦେବାର ରେକର୍ଡ କରିଛନ୍ତି।

Related story