ଚତୁଃରାଷ୍ଟ୍ରୀୟ ଯୁବ ଦିନିକିଆ: ଭାରତର କ୍ରମାଗତ ଦ୍ୱିତୀୟ ବିଜୟ

ଡର୍ବାନ୍‌: ଭାରତୀୟ ଅଣ୍ଡର୍‌-୧୯ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଯୁବ ଦିନିକିଆ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ଦ୍ୱିତୀୟ ବିଜୟ ସହ ଫାଇନାଲରେ ସ୍ଥାନ ସୁନିଶ୍ଚିତ କରିଛି। ରବିବାର ଭାରତ ତା’ର ଦ୍ୱିତୀୟ ମୁକାବିଲାରେ ଜିମ୍ବାୱେକୁ ୮୯ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହା ପୂର୍ବରୁ ଭାରତ ପ୍ରଥମ ମ୍ୟାଚରେ ଆୟୋଜକ ଦଳକୁ ୬୬ ରନରେ ହରାଇଥିଲା। ଆଜି ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ଓପ୍ନର ଦିବ୍ୟାଂଶ ସାକ୍ସେନାଙ୍କ ଅପରାଜିତ ଶତକ ବଳରେ […]

DIVYANSH

Ranjit Kumar Jena
  • Published: Sunday, 05 January 2020
  • , Updated: 05 January 2020, 09:16 PM IST

ଡର୍ବାନ୍‌: ଭାରତୀୟ ଅଣ୍ଡର୍‌-୧୯ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଯୁବ ଦିନିକିଆ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ଦ୍ୱିତୀୟ ବିଜୟ ସହ ଫାଇନାଲରେ ସ୍ଥାନ ସୁନିଶ୍ଚିତ କରିଛି। ରବିବାର ଭାରତ ତା'ର ଦ୍ୱିତୀୟ ମୁକାବିଲାରେ ଜିମ୍ବାୱେକୁ ୮୯ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହା ପୂର୍ବରୁ ଭାରତ ପ୍ରଥମ ମ୍ୟାଚରେ ଆୟୋଜକ ଦଳକୁ ୬୬ ରନରେ ହରାଇଥିଲା।

ଆଜି ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ଓପ୍ନର ଦିବ୍ୟାଂଶ ସାକ୍ସେନାଙ୍କ ଅପରାଜିତ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୩୦୫ ରନ୍ କରିଛି। ଜବାବରେ ଜିମ୍ବାୱେ ୪୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୨ ରନ୍ କରିବାକୁ ସକ୍ଷମ ହୋଇଛି। ଭାରୀତୀୟ ଓପ୍ନର ଦିବ୍ୟାଂଶ ୧୩୭ ବଲରେ ୧୧ ଚୌକା ଓ ୧ ଛକା ସହ ଅପରାଜିତ ୧୨୮ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ତାଙ୍କ ସହ ଓପନ୍ କରିଥିବା ଯଶସ୍ୱୀ ଜୈସୱାଲ୍ ୭୮ (୮୬ ବଲ୍‌, ୫ ଚୌକା, ୨ ଛକା) ରନ୍ କରିଛନ୍ତି।

ଉଭୟେ ଯଶସ୍ୱୀ ଓ ଦିବ୍ୟାଂଶ ପ୍ରଥମ ୱିକେଟ୍ ପାଇଁ ୧୪୩ ରନର ଭାଗୀଦାରୀ କରିଥିଲେ। ମଧ୍ୟକ୍ରମରେ କୁମାର କୁଶାଗ୍ର ୪୭ (୫୧ ବଲ୍‌, ୨ ଚୌକା), ତିଳକ ବର୍ମା ୧୦, ଶାଶ୍ୱତ ରାୱତ୍ ୧୬ ଓ ଶୁଭାଙ୍ଗ ହେଗଡେ ୯ ରନ୍ କରିଥିଲେ। ଜିମ୍ବାୱେ କ୍ୟାପଟେନ୍ ଡିଅନ୍ ମେୟର୍ସ ସର୍ବାଧିକ ୮୩ (୧୦୮ ବଲ୍‌, ୯ ଚୌକା, ୧ ଛକା) ରନ୍ କରିଥିବା ବେଳେ ୱେସଲୀ ମାଢିଭିୟର୍ ୪୨ ଓ ତୌରାୟୀ ତୁଗୱେଟେ ୨୬ ରନ୍ କରି ଆଉଟ୍ ହୋଇଥିଲେ। ବୋଲିଂରେ ଭାରତ ପକ୍ଷରୁ ସୁଶାନ୍ତ ମିଶ୍ର ଓ ହେଗଡେ ୩ଟି ଲେଖାଏ ୱିକେଟ୍ ହାସଲ କରିଥିଲେ। ସେହିପରି ତିଳକ ବର୍ମା ୨ଟି, ବିଦ୍ୟାଧର ପାଟିଲ୍ ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Related story