ଶେଷ ହେଲା ପ୍ରି-କ୍ୱାର୍ଟର ପର୍ଯ୍ୟାୟ: କ୍ୱାଟର୍‌ ଫାଇନାଲ୍‌ ମୁକାବିଲା ପାଇଁ ପ୍ରସ୍ତୁତ ଶ୍ରେଷ୍ଠ ୮ ଟିମ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ଫିଫା ବିଶ୍ୱକପର ପ୍ରଥମ କ୍ୱାର୍ଟର ଫାଇନାଲରେ ମୁହାଁମୁହିଁ ହେବେ ଫ୍ରାନ୍ସ ଓ ଉରୁଗୁଏ। ପ୍ରିକ୍ୱାର୍ଟରରେ ଅନ୍ୟତମ ଟାଇଟଲ ଦାବିଦାର ତଥା ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ୪-୩ରେ ପରାସ୍ତ କରି ବିଦାୟର ରାସ୍ତା ଦେଖିାଇଥିଲା ଫ୍ରାନ୍ସ। ଦୁଇଟି ବିଜୟ ଏବଂ ଗୋଟିଏ ଡ୍ର ସହ ଲିଗରେ ଅପରାଜେୟ ରହିଥିବା ଫ୍ରାନ୍ସ ନିକଟରେ ଦୃତ ଓ ପ୍ରତିଭା ସମ୍ପନ୍ନ ଖେଳାଳି ଅଛନ୍ତି। ତେବେ ବ୍ରାଜିଲକୁ ହରାଇବାରେ ମୁଖ୍ୟ ଭୂମିକା ନେଇଥିବା ୟଙ୍ଗ ଟ୍ୟାଲେଣ୍ଟ ଏମବାପେ ଏବଂ ଗ୍ରୀଜମ୍ୟନଙ୍କ […]

rrrrr

Rakesh Mallick
  • Published: Wednesday, 04 July 2018
  • , Updated: 04 July 2018, 06:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ଫିଫା ବିଶ୍ୱକପର ପ୍ରଥମ କ୍ୱାର୍ଟର ଫାଇନାଲରେ ମୁହାଁମୁହିଁ ହେବେ ଫ୍ରାନ୍ସ ଓ ଉରୁଗୁଏ। ପ୍ରିକ୍ୱାର୍ଟରରେ ଅନ୍ୟତମ ଟାଇଟଲ ଦାବିଦାର ତଥା ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ୪-୩ରେ ପରାସ୍ତ କରି ବିଦାୟର ରାସ୍ତା ଦେଖିାଇଥିଲା ଫ୍ରାନ୍ସ। ଦୁଇଟି ବିଜୟ ଏବଂ ଗୋଟିଏ ଡ୍ର ସହ ଲିଗରେ ଅପରାଜେୟ ରହିଥିବା ଫ୍ରାନ୍ସ ନିକଟରେ ଦୃତ ଓ ପ୍ରତିଭା ସମ୍ପନ୍ନ ଖେଳାଳି ଅଛନ୍ତି। ତେବେ ବ୍ରାଜିଲକୁ ହରାଇବାରେ ମୁଖ୍ୟ ଭୂମିକା ନେଇଥିବା ୟଙ୍ଗ ଟ୍ୟାଲେଣ୍ଟ ଏମବାପେ ଏବଂ ଗ୍ରୀଜମ୍ୟନଙ୍କ ଉପରେ ନିର୍ଭର କରୁଛି ଫ୍ରେଞ୍ଚ ଟିମ।

ସେପଟେ ଉରୁଗୁଏ ଏଥର ଭଲ ପ୍ରଦର୍ଶନ କରିଛି। ଲିଗ ପର୍ଯ୍ୟାୟରେ ୩ଟିଯାକ ବିଜୟ ସହ ଅପରାଜେୟ ରହିଥିବା ଉରୁଗୁଏ ସେମି ଫାଇନାଲକୁ ଉଠିବା ପାଇଁ ପ୍ରୟାସ କରିବ। ଦୁଇ ଥରର ବିଶ୍ୱ ଚାମ୍ପିୟାନ ଉରୁଗୁଏକୁ ରହିଛି ସୁଆରେଜ ଭଳି ଅଭିଜ୍ଞ ଖେଳାଳିଙ୍କ ଭରସା। ଫରୱାର୍ଡରେ କାଭାନିଙ୍କ ସହ ପାର୍ଟନରସିପ ବିପକ୍ଷ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିପାରେ।

ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ଆୟୋଜକ ଋଷିଆ ସହ କ୍ରୋଏସିଆର ହେବ ଟକ୍କର। ସୋଭିଏତ୍ ଋଷଠାରୁ ଅଲଗା ହେବ ପରେ ଦ୍ୱିତୀୟ ରାଉଣ୍ଡକୁ ବି ଉଠିପାରିନଥିବା ଋଷିଆ ପାଇଁ ଏଥର ରହିଛି ସେମି ଫାଇନାଲ ଖେଳିବାର ସୁଯୋଗ। ଘରୋଇ ପରିବେଶର ବେଶ ଫାଇଦା ଉଠାଇ ଏହି ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଋଷିଆ। ଲିଗ ପର୍ଯ୍ୟାୟରେ ୨ଟି ବିଜୟ ଏବଂ ଗୋଟିଏ ପରାଜୟ ଦେଖିଥିବା ଋଷ ସ୍ପେନ ଭଳି  ଫୁଟବଲ ପାୱାର ହାଉସକୁ ହରାଇ ଆତ୍ମ ବିଶ୍ୱାସକୁ ଉଚ୍ଚ କରିପାରିଛି ଋଷ। ଋଷକୁ ଚ୍ୟାଲେଞ୍ଜ ଦେବାକୁ ମଧ୍ୟ ପ୍ରସ୍ତୁତ ଲିଗ ମ୍ୟାଚରେ ଅନ୍ୟତମ ଅପରାଜିତ ଟିମ କ୍ରୋଏସିାଆ ଆର୍ଜେଣ୍ଟିନା ଭଳି ଦଳକୁ ବଡ ବ୍ୟବଧାନରେ ହରାଇ ମନୋବଳ ଦୃଢ କରିଛି। କ୍ରୋଏସିାଆ ୧୯୯୮ରେ ଥରେ ମାତ୍ର ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ ଋଷିଆ ଏହା ପୂର୍ବରୁ କେବେବି ଗୃପ ପର୍ଯ୍ୟୟ ଅତିକ୍ରମ କରିପାରିନାହିଁ।

ତୃତୀୟ କ୍ୱାର୍ଟର ଫାଇନାଲ ମୁକାବିଲା ଟାଇଟଲ ଫେଭରାଇଟ୍ ବ୍ରାଜିଲ ଓ ବେଲଜିୟମ ମଧ୍ୟରେ ମେକ୍ସିକୋକୁ ହରାଇ କ୍ୱାର୍ଟରକୁ ଆସିଛି ବ୍ରାଜିଲ। ୫ ଥରର ବିଶ୍ୱ ଚାମ୍ପିୟାନ ବ୍ରାଜିଲର ଅଭିଯାନ ଆଶାନୁରୂପ ରହି ନାହିଁ। ଗତଥର ନିଜ ମାଟିରେ ବିଶ୍ୱକପ ଜିତିବାର ଅଧୁରା ସ୍ୱପ୍ନ ପୂରଣ କରିବ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ବ୍ରାଜିଲ। ନଜର ରହିବ ଷ୍ଟାର ଷ୍ଟ୍ରାଇକର ନେମାରଙ୍କ ଉପରେ। ଏଥି ସହିତ କୋଟିନୋ ଏବଂ ଜିସସ ଯଦି ଲୟରେ ରହନ୍ତି ,ପ୍ରତିପକ୍ଷ ପାଇଁ ଚ୍ୟାଲେଞ୍ଜ ହୋଇପାରେ। ସେପଟେ ବ୍ରାଜିଲକୁ ଚ୍ୟାଲେଞ୍ଜ ଦେବା ପାଇଁ ପ୍ରସ୍ତୁତ ବେଲଜିୟମ। ଜାପାନକୁ ସଂଘର୍ଷର୍ପୂର୍ଣ୍ଣ ପ୍ରି କ୍ୱାର୍ଟରରେ ପରାସ୍ତ କରି ବେଲଜିୟମ ନିଜ ଦକ୍ଷତା ପ୍ରମାଣିତ କରିଛି। ଲିଗ ପର୍ଯ୍ୟାୟରେ ୩ଟି ଯାକ ମ୍ୟାଚ ଜିତିଥିବା ବେଲଜିୟମ ଆଗରେ ରହିଛି ୩୨ ବର୍ଷ ପରେ ସେମି ଫାଇନାଲ ଖେଳିବାର ସୁଯୋଗ। ସେମି ଫାଇନାଲ ରେସ ପାଇଁ ଶେଷ ଲଢେଇ ସ୍ୱିଡେନ ଏବଂ ଇଂଲଣ୍ଡ ମଧ୍ୟରେ ହେବ। ସ୍ୱିଡେନ ସୁଇଜରଲ୍ୟାଣ୍ଡକୁ ହରାଇ କ୍ୱାର୍ଟରେ ପ୍ରବେଶ କରିଥିବବେଳେ ଇଂଲଣ୍ଡ କଲମ୍ବିଆକୁ ପରାସ୍ତ କରି  କ୍ୱାର୍ଟରରେ ସ୍ଥାନ ପକ୍କା କରିଛି।

Related story