କୋହଲି ଓ ପଣ୍ଟିଂଙ୍କ ମଧ୍ୟରେ କାହିଁକି ହୋଇଥିଲା ଯୁକ୍ତିତର୍କ, ଖୁଲାସା କଲେ ଅଶ୍ୱିନ୍

ନୂଆଦିଲ୍ଲୀ: ଆଇପିଏଲ ଦିଲ୍ଲୀ କ୍ୟାପିଟାଲ୍ସର କୋଚ୍ ରିକି ପଣ୍ଟି ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମର କ୍ୟାପଟେନଙ୍କ ମଧ୍ୟରେ ମଇଦାନ ଭିତରେ ଖୁବ୍ ଯୁକ୍ତିତର୍କ ହୋଇଥିଲା। ତେବେ କ୍ରିକେଟ୍ ମଇଦାନରେ ଉଭୟଙ୍କ ମଧ୍ୟରେ କାହିଁକି ଏହି ଯୁକ୍ତିତର୍କ ହୋଇଥିଲା। ଏବେ ଏହାର ଖୁଲାସା କରିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର୍ ଅଫ୍ ସ୍ପିନର୍ ଆର୍. ଅଶ୍ୱିନ୍। ୨୦୨୦ ଆଇପିଏଲରେ ଦିଲ୍ଲୀ ଓ ଆରସିବି ପରସ୍ପରକୁ ଦୁଇଥର ଭେଟିଥିଲେ। ପ୍ରଥମ ମୁକାବିଲାରେ ଆରସିବି ୫୯ ରନରେ ବିଜୟୀ ହୋଇଥିବା ବେଳେ […]

virat

Ranjit Kumar Jena
  • Published: Thursday, 12 November 2020
  • , Updated: 12 November 2020, 05:09 PM IST

ନୂଆଦିଲ୍ଲୀ: ଆଇପିଏଲ ଦିଲ୍ଲୀ କ୍ୟାପିଟାଲ୍ସର କୋଚ୍ ରିକି ପଣ୍ଟି ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମର କ୍ୟାପଟେନଙ୍କ ମଧ୍ୟରେ ମଇଦାନ ଭିତରେ ଖୁବ୍ ଯୁକ୍ତିତର୍କ ହୋଇଥିଲା। ତେବେ କ୍ରିକେଟ୍ ମଇଦାନରେ ଉଭୟଙ୍କ ମଧ୍ୟରେ କାହିଁକି ଏହି ଯୁକ୍ତିତର୍କ ହୋଇଥିଲା। ଏବେ ଏହାର ଖୁଲାସା କରିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର୍ ଅଫ୍ ସ୍ପିନର୍ ଆର୍. ଅଶ୍ୱିନ୍।

୨୦୨୦ ଆଇପିଏଲରେ ଦିଲ୍ଲୀ ଓ ଆରସିବି ପରସ୍ପରକୁ ଦୁଇଥର ଭେଟିଥିଲେ। ପ୍ରଥମ ମୁକାବିଲାରେ ଆରସିବି ୫୯ ରନରେ ବିଜୟୀ ହୋଇଥିବା ବେଳେ ୨ୟ ମ୍ୟାଚରେ ଦିଲ୍ଲୀ ୬ ୱିକେଟରେ ବିଜୟ ଲାଭ କରିଥିଲା। ତେବେ ୨ୟ ମ୍ୟାଚରେ ଦିଲ୍ଲୀର ମୁଖ୍ୟ କୋଚ୍ ପଣ୍ଟିଂ ଓ ଆରସିବି କ୍ୟାପଟେନ୍ କୋହଲିଙ୍କ ମଧ୍ୟରେ ଖୁବ୍ ଯୁକ୍ତିତର୍କ ହୋଇଥିଲା।

ୟୁଟ୍ୟୁବରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଅଶ୍ୱିନ୍ ଏହାର ଖୁଲାସା କରିଛନ୍ତି। ସେ କହିଛନ୍ତି, ଉକ୍ତ ମ୍ୟାଚର ଟାଇମ୍ ଆଉଟରେ ଘଟଣାଟି ଘଟିଥିଲା। ମ୍ୟାଚ୍ ଚାଲିଥିବା ବେଳେ ମୋ ପିଠିରେ ସାମାନ୍ୟ ଯନ୍ତ୍ରଣା ହୋଇଥିଲା, ଯେଉଁକାରଣରୁ ମୋତେ ଗ୍ରାଉଣ୍ଡ ବାହାରକୁ ଯିବାକୁ ପଡ଼ିଥିଲା। ଯାହାଦ୍ୱାରା ମ୍ୟାଚ୍ ସାମାନ୍ୟ ବିଳମ୍ବ ହେବାରୁ କୋହଲି ଓ ତାଙ୍କ ଟିମ୍ ଅସନ୍ତୋଷ ପ୍ରକାଶ କରିଥିଲେ। କୋହଲି ଦିଲ୍ଲୀ ଟିମକୁ ଏହାର କାରଣ ପଚାରିଥିଲେ, ଯାହାର ଜବାବ ରିକି ପଣ୍ଟିଂ ନିଜ ଅନ୍ଦାଜରେ ଦେଇଥିଲେ।

ସୂଚନାଯୋଗ୍ୟ, ଏହି ମ୍ୟାଚରେ ଅଶ୍ୱିନ୍ ପ୍ରଥମଥର ଆଇପିଏଲରେ କୋହଲିଙ୍କୁ ଆଉଟ୍ କରିଥିଲେ। ଏ ନେଇ ଅଶ୍ୱିନ୍ କହିଛନ୍ତି, ସାଧାରଣତଃ କୋହଲି କେବେବି ସହଜରେ ନିଜ ୱିକେଟ୍ ଦିଅନ୍ତି ନାହିଁ। ସେ ମଧ୍ୟ ମୋ ବିରୋଧରେ କୌଣସି ସୁଯୋଗ ସୃଷ୍ଟି କରନ୍ତିନି। କିନ୍ତୁ ସେହି ମ୍ୟାଚରେ କୋହଲିଙ୍କୁ ଆଉଟ୍ କରିବାର ଅନୁଭୂତି ନିଆରା ଥିଲା ବୋଲି କହିଛନ୍ତି ଅଶ୍ୱିନ୍।

Related story