ରବି ଶାସ୍ତ୍ରୀ ହେବେ ବିଶ୍ୱର ଦାମୀ କ୍ରିକେଟ୍ କୋଚ୍

ନୂଆଦିଲ୍ଲୀ: ରବି ଶାସ୍ତ୍ରୀ ଟିମ୍ ଇଣ୍ଡିଆର କୋଚ୍ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଏଥିପାଇଁ ସେ ବର୍ଷକୁ ୭ କୋଟି ଟଙ୍କା ନେବେ ବୋଲି ବି ଖବର ଆସିଛି। ଆଉ ଖବରଟି ସତ ହୋଇଥିଲେ ସେ ବନିଯିବେ ବିଶ୍ୱର ସବୁଠୁ ଦାମୀ କ୍ରିକେଟ୍ କୋଚ୍। ରବି ଶାସ୍ତ୍ରୀ ଟିମ୍ ଇଣ୍ଡିଆର ନୂଆ କୋଚ୍ ହେବା ସମ୍ଭାବନା ଅଧିକ ରହିଛି। ଏହି ପଦବୀ ପାଇଁ କିଛି ଦିନ ଧରି ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡଙ୍କ ନାମକୁ […]

ravishastree

Rakesh Mallick
  • Published: Thursday, 11 June 2015
  • , Updated: 11 June 2015, 03:11 PM IST

ନୂଆଦିଲ୍ଲୀ: ରବି ଶାସ୍ତ୍ରୀ ଟିମ୍ ଇଣ୍ଡିଆର କୋଚ୍ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଏଥିପାଇଁ ସେ ବର୍ଷକୁ ୭ କୋଟି ଟଙ୍କା ନେବେ ବୋଲି ବି ଖବର ଆସିଛି। ଆଉ ଖବରଟି ସତ ହୋଇଥିଲେ ସେ ବନିଯିବେ ବିଶ୍ୱର ସବୁଠୁ ଦାମୀ କ୍ରିକେଟ୍ କୋଚ୍।

ରବି ଶାସ୍ତ୍ରୀ ଟିମ୍ ଇଣ୍ଡିଆର ନୂଆ କୋଚ୍ ହେବା ସମ୍ଭାବନା ଅଧିକ ରହିଛି। ଏହି ପଦବୀ ପାଇଁ କିଛି ଦିନ ଧରି ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡଙ୍କ ନାମକୁ ନେଇ ଚର୍ଚ୍ଚା ହୋଇଥିଲା। ତେବେ ସୌରଭ ଗାଙ୍ଗୁଲି, ସଚିନ ତେନ୍ଦୁଲକର ଓ ଲକ୍ଷ୍ମଣଙ୍କୁ ନେଇ ବିସିସିଆଇ ପକ୍ଷରୁ ନୂତନ ଭାବେ ଏକ ପରାମର୍ଶଦାତା କମିଟି ଗଠନ କରାଯାଇଛି। ସେହିପରି ରାହୁଲ ଦ୍ରାବିଡଙ୍କୁ ନିଯୁକ୍ତ କରାଯାଇଛି ଭାରତ ଏ ଓ ୧୯ ବର୍ଷରୁ କମ୍ କ୍ରିକେଟ ଦଳର କୋଚ୍। ସେ ବି ଏହି ନିଯୁକ୍ତି ନେଇ ଖୁସି ଅଛନ୍ତି। ତେଣୁ ରବି ଶାସ୍ତ୍ରୀଙ୍କ ପାଇଁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେବା ଲାଗି ବାଟ ଖୋଲି ଯାଇଛି। ପୁଣି ଗତ ସପ୍ତାହରେ ଏକ ସାମ୍ବାଦିକ ସମ୍ମିଳନୀ ବେଳେ ନିଜେ ଶାସ୍ତ୍ରୀ ଏନେଇ ସାମାନ୍ୟ ସଂକେତ ଦେଇଥିଲେ। ବର୍ତମାନ ଟିମ୍ ଇଣ୍ଡିଆର ନିର୍ଦ୍ଦେଶକ ଥିବା ଶାସ୍ତ୍ରୀ କହିଥିଲେ, ଆପଣମାନେ ଯେତିକି ସମୟ ଭାବୁଛନ୍ତି ତା’ଠାରୁ ଅଧିକ ସମୟ ମୁଁ ବିସିସିଆଇ ସହିତ ରହିପାରେ। ଆଉ ଏହା ମୋର ପୂର୍ବ ଯୋଜନାର ବିପରୀତ। ବାଂଲାଦେଶରୁ ଫେରିବା ପରେ ବିସିସିଆଇ ସହିତ ଆଲୋଚନା କରିବି। ଏହା ସହିତ ଅନ୍ୟ ଏକ କଥା ମଧ୍ୟ ଶୁଣିବାକୁ ମିଳିଛି। ଭାରତୀୟ ଟେଷ୍ଟ୍ ଟିମ୍ ଅଧିନାୟକ କୁଆଡେ କହିଛନ୍ତି ଯେ ସେ ଡ୍ରେସିଂ ରୁମରେ ଶାସ୍ତ୍ରୀଙ୍କୁ ଦେଖିବାକୁ ଚାହୁଁଛନ୍ତି। ଏହା ପରେ ବିସିସିଆଇ କୋଚ୍ ଖୋଜିବା କାମ ବନ୍ଦ କରି ଦେଇଛି ବୋଲି ଶୁଣାଯାଉଛି। ଏଥିରୁ ଆକଳନ କରାଯାଉଛି ଯେ ରବି ଶାସ୍ତ୍ରୀ ମୁଖ୍ୟ କୋଚ୍ ହୋଇପାରନ୍ତି। ଟିମ୍ ଇଣ୍ଡିଆ ବାଂଲାଦେଶରୁ ଫେରିବା ପରେ ଏନେଇ ହୋଇପାରେ ଆନୁଷ୍ଠାନିକ ଘୋଷଣା।

ଯଦି ଶାସ୍ତ୍ରୀ କୋଚ୍ ହୁଅନ୍ତି ତା’ହେଲେ ୨୦୦୦ ମସିହା ପରେ ସେ ହେବେ ଟିମ୍ ଇଣ୍ଡିଆର ପ୍ରଥମ ଭାରତୀୟ କୋଚ୍। ସେ ବର୍ଷକୁ ୭ କୋଟି ଟଙ୍କା ନେବେ ବୋଲି ବି କୁହାଯାଉଛି। ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ଡୁନକାନ ଫ୍ଲେଚର ବର୍ଷକୁ ୪.୩ କୋଟି ଟଙ୍କା ନେଉଥିଲେ।

Related story