କୋହଲିଙ୍କ ବ୍ୟାଟିଂ ଦେଖିଲେ ଭିଭି ମନେ ପଡ଼ନ୍ତି: ରବି ଶାସ୍ତ୍ରୀ

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ବ୍ୟାଟିଂ ଦେଖିଲେ ୱେଷ୍ଟଇଣ୍ଡିଜ୍‌ର ମହାନ୍ ବ୍ୟାଟ୍ସମ୍ୟାନ୍ ଭିଭି ରିଚାର୍ଡ୍ସ ମନେ ପଡ଼ନ୍ତି ବୋଲି କହିଛନ୍ତି ଟିମ୍ ଇଣ୍ଡିଆର ଡିରେକ୍ଟର ରବି ଶାସ୍ତ୍ରୀ। ସେ କହିଛନ୍ତି, ‘କୋହଲିଙ୍କର କିଛି ବ୍ୟାଟିଂ ଶୈଳୀ ଓ ସଟ୍ ମୋତେ ଭିଭିଙ୍କ କଥା ମନେ ପକାଇ ଦିଏ। ଭିଭି କ୍ରିକେଟର ସବୁ ଫର୍ମାଟରେ ବୋଲରଙ୍କ ଉପରେ ଭାରି ପଡ଼ନ୍ତି। କୋହଲି ବି ତାଙ୍କ ଭଳି ଖେଳୁଛନ୍ତି।’ ଶିଖର ଧାୱନ ଓ ରୋହିତ ଶର୍ମାଙ୍କୁ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି […]

rabi

Rakesh Mallick
  • Published: Thursday, 04 February 2016
  • , Updated: 04 February 2016, 11:15 AM IST

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ବ୍ୟାଟିଂ ଦେଖିଲେ ୱେଷ୍ଟଇଣ୍ଡିଜ୍‌ର ମହାନ୍ ବ୍ୟାଟ୍ସମ୍ୟାନ୍ ଭିଭି ରିଚାର୍ଡ୍ସ ମନେ ପଡ଼ନ୍ତି ବୋଲି କହିଛନ୍ତି ଟିମ୍ ଇଣ୍ଡିଆର ଡିରେକ୍ଟର ରବି ଶାସ୍ତ୍ରୀ।

ସେ କହିଛନ୍ତି, ‘କୋହଲିଙ୍କର କିଛି ବ୍ୟାଟିଂ ଶୈଳୀ ଓ ସଟ୍ ମୋତେ ଭିଭିଙ୍କ କଥା ମନେ ପକାଇ ଦିଏ। ଭିଭି କ୍ରିକେଟର ସବୁ ଫର୍ମାଟରେ ବୋଲରଙ୍କ ଉପରେ ଭାରି ପଡ଼ନ୍ତି। କୋହଲି ବି ତାଙ୍କ ଭଳି ଖେଳୁଛନ୍ତି।’

ଶିଖର ଧାୱନ ଓ ରୋହିତ ଶର୍ମାଙ୍କୁ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି ଶାସ୍ତ୍ରୀ। ସେ କହିଛନ୍ତି, ଅଷ୍ଟ୍ରେଲିଆକୁ ଟି-ଟ୍ୱେଣ୍ଟି ସିରିଜରେ ୩-୦ରେ ହରାଇବାରେ କୋହଲି, ଶିଖର ଓ ରୋହିତଙ୍କ ବଡ଼ ଭୂମିକା ଥିଲା। ଟପ୍ ଅର୍ଡରରେ ବିସ୍ଫୋରକ ବ୍ୟାଟିଂ କରିବାକୁ ଶିଖରଙ୍କୁ ଲାଇସେନ୍ସ ମିଳିଛି। ସେ ଥରେ ସୁଯୋଗ ପାଇଲେ କାହାକୁ ଛାଡ଼ନ୍ତି ନାହିଁ। ରୋହିତ ହେଉଛି ଅଲ୍ କ୍ଲାସ ଖେଳାଳି।

Related story