ୟୁଏସ୍‌ ଓପନ: ନାଡାଲ-ମେଡଭେଦେବ ଟାଇଟଲ ଲଢ଼େଇ

ନ୍ୟୁୱର୍କ: ସ୍ପେନର ଷ୍ଟାର ଟେନିସ୍‌ ଖେଳାଳି ରାଫେଲ ନାଡାଲ ନିଜ କ୍ୟାରିୟରର ୧୯ତମ ଗ୍ରାଣ୍ଡସ୍ଲାମ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଚଳିତ ୟୁଏସ୍‌ ଓପନ ସେମିରେ ଜବରଦସ୍ତ ପ୍ରଦର୍ଶନ କରି ନାଡାଲ ଫାଇନାଲ୍‌ରେ ନିଜର ସ୍ଥାନ ପକ୍କା କରିନେଇଛନ୍ତି। ଏବେ ନାଡାଲଙ୍କ ମୁକାବିଲା ରୁଷର ଷ୍ଟାର ଖେଳାଳି ତଥା ବିଶ୍ୱର ୫ମ ସିଡ୍‌ ଡାନିଲ୍‌ ମେଡଭେଦେବଙ୍କୁ ଭେଟିବେ। ଚଳିତ ବର୍ଷକୁ ମିଶାଇ ନାଡାଲ ୫ମ ଥର ପାଇଁ ୟୁଏସ୍ ଓପନର ଫାଇନାଲରେ ପ୍ରବେଶ କରିଛନ୍ତି। ଆସନ୍ତାକାଲି ଏହି […]

r

Hemant Lenka
  • Published: Saturday, 07 September 2019
  • , Updated: 07 September 2019, 03:39 PM IST

ନ୍ୟୁୱର୍କ: ସ୍ପେନର ଷ୍ଟାର ଟେନିସ୍‌ ଖେଳାଳି ରାଫେଲ ନାଡାଲ ନିଜ କ୍ୟାରିୟରର ୧୯ତମ ଗ୍ରାଣ୍ଡସ୍ଲାମ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଚଳିତ ୟୁଏସ୍‌ ଓପନ ସେମିରେ ଜବରଦସ୍ତ ପ୍ରଦର୍ଶନ କରି ନାଡାଲ ଫାଇନାଲ୍‌ରେ ନିଜର ସ୍ଥାନ ପକ୍କା କରିନେଇଛନ୍ତି। ଏବେ ନାଡାଲଙ୍କ ମୁକାବିଲା ରୁଷର ଷ୍ଟାର ଖେଳାଳି ତଥା ବିଶ୍ୱର ୫ମ ସିଡ୍‌ ଡାନିଲ୍‌ ମେଡଭେଦେବଙ୍କୁ ଭେଟିବେ। ଚଳିତ ବର୍ଷକୁ ମିଶାଇ ନାଡାଲ ୫ମ ଥର ପାଇଁ ୟୁଏସ୍ ଓପନର ଫାଇନାଲରେ ପ୍ରବେଶ କରିଛନ୍ତି।

ଆସନ୍ତାକାଲି ଏହି ହାଇଭୋଲଟେଜ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଗୁରୁବାର ରାତିରେ ୟୁଏସ୍‌ ଓପନ ପୁରୁଷ ବର୍ଗର ସେମି ଫାଇନାଲ୍‌ରେ ନାଡାଲଙ୍କ ମୁକାବିଲା ଇଟାଲୀର ମାଟ୍ଟିଓ ବାରେଟ୍ଟିନୀଙ୍କ ସହ ହୋଇଥିଲା।

ମ୍ୟାଚ୍‌ ଆରମ୍ଭରୁ ହିଁ ବିଶ୍ୱର ୨୪ତମ ସିଡ୍‌ ବାରେଟ୍ଟିନୀଙ୍କୁ ନାଡାଲ ବ୍ୟାକଫୁଟ୍‌କୁ ଠେଲି ଦେଇଥିଲେ। ତେବେ ବାରେଟ୍ଟିନୀ ତାଙ୍କୁ କଡ଼ା ଟକ୍କର ଦେଇଥିଲେ।  ପ୍ରଥମ ସେଟକୁ ଅତ୍ୟନ୍ତ ସଂଘର୍ଷ କରିବା ପରେ ନାଡାଲ ଏହାକୁ ୭-୬(୮/୬)ରେ ଜିତି ନେଇଥିଲେ। ଏହାପରେ ନାଡାଲ ଆହୁରି ଆକ୍ରମଣାତ୍ମକ ରୂପ ଧାରଣ କରିଥିଲେ।

ଦ୍ୱିତୀୟ ସେଟ୍‌କୁ ୬-୪ ଓ ତୃତୀୟ ସେଟ୍‌କୁ ୬-୧ରେ ଜିତି ୫ମଥର ପାଇଁ ୟୁଏସ୍‌ ଓପନ ଫାଇନାଲ ଟିକେଟ ହାସଲ କରିଥିଲେ।

ଅନ୍ୟପକ୍ଷରେ ମେଡଭେଦେବ ତାଙ୍କ ସେମିଫାଇନାଲ ମୁକାବିଲାରେ ବୁଲଗେରିଆର ଗ୍ରିଗୋର ଦିମୋତ୍ରୋଭାଙ୍କୁ ଭେଟିଥିଲେ। ତେବେ ମେଡଭେଦେବ ୭-୬(୭/୫), ୬-୪ ଓ ୬-୩ରେ ବାଜିମାତ କରି ନେଇଥିଲେ।

ନାଡାଲ ଫାଇନାଲ ଟକ୍କର ପୂର୍ବରୁ କହିଛନ୍ତି, “ୟୁଏସ୍‌ ଓପନ ଫାଇନାଲରେ ପ୍ରବେଶ କରିଥିବାରୁ ଖୁସି ଲାଗୁଛି। ସିଜିନ ଆରମ୍ଭରୁ ମୁଁ ବ୍ୟାକଫୁଟ୍‌ରେ ଥିଲି। ହେଲେ ଏବେ ଫାଇନାଲକୁ ଫେରିଥିବାରୁ ମୁଁ ବହୁତ ଖୁସି। ରବିବାର ପୁଣିଥରେ ଫାଇନାଲ ଖେଳିବି। ଆଶ ସେହିଦିନ ମୁଁ ସବୁଠାରୁ ଭଲ ପ୍ରଦର୍ଶନ କରିବି।”

ଅନ୍ୟପକ୍ଷରେ ୨୦୦୫ ପରେ ରୁଷର ପ୍ରଥମ ଖେଳାଳି ଭାବେ ମେଡଭେଦେବ କୌଣସି ଗ୍ରାଣ୍ଡସ୍ଲାମ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ୨୦୦୫ରେ ରୁଷର ଷ୍ଟାର ଖେଳାଳି ମାରତ ସାଫିନ ଅଷ୍ଟ୍ରେଲିଆ ଓପନ ଟାଇଟଲ ଜିତିଥିଲେ।

ଏହାପୂର୍ବରୁ ୨୦୦୦ ମସିହାରେ ସାଫିନ ୟୁଏସ୍‌ ଓପନ ଟାଇଟଲ ହାସଲ କରିଥିଲେ। ସେବେଠାରୁ କୌଣସି ରୁଷ ଖେଳାଳି ୟୁଏସ୍‌ ଓପନ ଫାଇନାଲରେ ପ୍ରବେଶ କରି ନଥିଲେ। ଦୀର୍ଘ ୧୯ ବର୍ଷ ପରେ ମେଡଭେଦେବ ୟୁଏସ୍‌ ଓପନ ଫାଇନାଲରେ ପହଞ୍ଚି ଯାଇଛନ୍ତି।

ମେଡଭେଦେବ କହିଛନ୍ତି, “ମୁଁ ଫାଇନାଲରେ ପ୍ରବେଶ କରିଥିବାରୁ ଆତ୍ମସନ୍ତୋଷ ଲାଭ କରିଛି। ମୁଁ ଯେତେବେଳେ ଆମେରିକା ଆସିଥିଲି, ସେତେବେଳେ ଏଭଳି ଫାଇନାଲ ଖେଳିବି ବୋଲି ଆଶା କରିନଥିଲି। ମୁଁ ଆମେରିକାକୁ ବହୁତ ଭଲ ପାଏ।”

Related story