ନାଡାଲଙ୍କୁ ୧୯ଶ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍

ନ୍ୟୁୟର୍କ: ସ୍ପେନୀୟ ତାରକା ରାଫେଲ୍ ନାଡାଲ ରୁଷର ଡାନିଲ୍ ମେଡଭେଡେଭଙ୍କୁ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ହରାଇ ୟୁଏସ୍ ଓପନ୍ ଟାଇଟଲ୍ ନିଜ ନାଁରେ କରିଛନ୍ତି। ପାଖାପାଖି ୫ ଘଣ୍ଟା ଧରି ଚାଲିଥିବା ପୁରୁଷ ସିଙ୍ଗଲ୍ସ ଫାଇନାଲ୍ ଲଢ଼େଇରେ ନାଡାଲ ୭-୫, ୬-୩, ୫-୭, ୪-୬, ୬-୪ ସେଟରେ ମେଡଭେଡେଭଙ୍କୁ ପରାସ୍ତ କରି କ୍ୟାରିୟରର ୧୯ତମ ଗ୍ରାଣ୍ଡସ୍ଲାମ୍ କବଜା କରିଛନ୍ତି। ବିଶ୍ୱର ଦୁଇ ନମ୍ବର ଖେଳାଳି ନାଡାଲଙ୍କୁ ଏହି ଟାଇଟଲ୍ ଜିତିବା ପାଇଁ କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା। ପ୍ରଥମ […]

nadal

nadal

Ranjit Kumar Jena
  • Published: Monday, 09 September 2019
  • Updated: 09 September 2019, 05:11 PM IST

Sports

Latest News

ନ୍ୟୁୟର୍କ: ସ୍ପେନୀୟ ତାରକା ରାଫେଲ୍ ନାଡାଲ ରୁଷର ଡାନିଲ୍ ମେଡଭେଡେଭଙ୍କୁ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ହରାଇ ୟୁଏସ୍ ଓପନ୍ ଟାଇଟଲ୍ ନିଜ ନାଁରେ କରିଛନ୍ତି। ପାଖାପାଖି ୫ ଘଣ୍ଟା ଧରି ଚାଲିଥିବା ପୁରୁଷ ସିଙ୍ଗଲ୍ସ ଫାଇନାଲ୍ ଲଢ଼େଇରେ ନାଡାଲ ୭-୫, ୬-୩, ୫-୭, ୪-୬, ୬-୪ ସେଟରେ ମେଡଭେଡେଭଙ୍କୁ ପରାସ୍ତ କରି କ୍ୟାରିୟରର ୧୯ତମ ଗ୍ରାଣ୍ଡସ୍ଲାମ୍ କବଜା କରିଛନ୍ତି।

ବିଶ୍ୱର ଦୁଇ ନମ୍ବର ଖେଳାଳି ନାଡାଲଙ୍କୁ ଏହି ଟାଇଟଲ୍ ଜିତିବା ପାଇଁ କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା। ପ୍ରଥମ ଦୁଇଟି ସେଟକୁ ସହଜରେ ଜିତିବା ପରେ ନାଡାଲ ମୁକାବିଲାକୁ ହାତେଇ ନେବେ ବୋଲି ଲାଗୁଥିଲା। କିନ୍ତୁ ଏହି ସମୟରେ ମେଡଭେଡେଭ୍ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଲଗାତାର ଦୁଇଟି ସେଟ୍ ଜିତି ମ୍ୟାଚକୁ ୨-୨ରେ ବରାବର କରିଥିଲେ। ଏଭଳି ସ୍ଥିତିରେ ପଞ୍ଚମ ତଥା ଅନ୍ତିମ ସେଟ୍ କିଏ ଜିତିବ, ତାକୁ ନେଇ ସସପେନ୍ସ ରହିଥିଲା। କିନ୍ତୁ ନାଡାଲ ଅନ୍ତିମ ସେଟରେ ନିଜ ଅଭିଜ୍ଞତାର ଫାଇଦା ଉଠାଇ ମୁକାବିଲାକୁ ଜିତି ନେଇଥିଲେ।

ଟାଇଟଲ୍ ଜିତିବା ପରେ ନାଡାଲ ଏବେ ସ୍ୱିଜରଲ୍ୟାଣ୍ଡ ତାରକା ରୋଜର ଫେଡେରର ସର୍ବକାଳୀନ ପୁରୁଷ ରେକର୍ଡରୁ ମାତ୍ର ଗୋଟିଏ ଟ୍ରଫି ଦୂରରେ ରହିଛନ୍ତି ଚଳିତ ସିଜନ ଆରମ୍ଭରୁ ହିଁ ନାଡାଲ ଆଘାତ ସମସ୍ୟାରେ ରହିଥିଲେ । କିନ୍ତୁ ପରେ ସେ ଫିଟ୍ ହୋଇ କୋର୍ଟକୁ ଫେରି ନିଜର ୧୨ତମ ଫ୍ରେଞ୍ଚ୍ ଓପନ୍ ଟାଇଟଲ୍ ହାସଲ କରିଥିଲେ ଏବଂ ଏବେ ଚତୁର୍ଥ ୟୁଏସ୍ ଓପନ୍ ଟ୍ରଫି ମଧ୍ୟ ଜିତିଛନ୍ତି।

ନାଡାଲ ଏବେ ଫେଡେରର, ପିଟ୍ ସାମ୍ପ୍ରାସ୍ ଓ ଜିମ୍ମି କନ୍ନର୍ସଙ୍କ ୟୁଏସ୍ ଓପନର ରେକର୍ଡଠାରୁ ମାତ୍ର ଗୋଟିଏ ଟାଇଟଲ୍ ପଛରେ ରହିଛନ୍ତି, ଯେଉଁମାନେ ଏଠାରେ ୫ଟି ଲେଖାଏ ଟ୍ରଫି ଜିତିଛନ୍ତି। ୟୁଏସ୍ ଓପନରେ ପଞ୍ଚମ ଏବଂ ଗ୍ରାଣ୍ଡସ୍ଲାମରେ ୨୭ଥର ଫାଇନାଲରେ ପହଞ୍ଚିଥିବା ନାଡାଲ ପ୍ରଥମ ଖେଳାଳି ଭାବେ ୩୦ ବର୍ଷ ବୟସ ପରେ ପାଞ୍ଚଟି ଗ୍ରାଣ୍ଡସ୍ଲାମ୍ ଜିତିବାର ରେକର୍ଡ କରିଛନ୍ତି। ଫାଇନାଲ୍ ମୁକାବିଲା ୪ ଘଣ୍ଟା ୫୦ ମିନିଟ୍ ଧରି ଚାଲିଥିଲା। ଯଦି ଏହି ମୁକାବିଲା ଆଉ ଚାରି ମିନିଟ୍ ଅଧିକ ଚାଲିଥାନ୍ତା, ତାହେଲେ ୟୁଏସ୍ ଓପନ୍ ଇତିହାସର ସବୁଠାରୁ ଲମ୍ବା ଫାଇନାଲ୍ ମ୍ୟାଚ୍ ହୋଇଥାନ୍ତା।

ଏହାଛଡ଼ା ଓପନ୍ ଯୁଗରେ କେନ୍ ରୋସୱାଲଙ୍କ ପରେ ୟୁଏସ୍ ଓପନ୍ ଜିତିବାରେ ୩୩ ବର୍ଷୀୟ ନାଡାଲ ସବୁଠାରୁ ବ୍ୟୟୋଜ୍ୟେଷ୍ଠ ଖେଳାଳି ହୋଇଛନ୍ତି। ରୋସୱାଲ୍ ୧୯୭୦ରେ ୩୫ ବର୍ଷ ବୟସରେ ଟାଇଟଲ୍ ଜିତିଥିଲେ। ଏହା ପୂର୍ବରୁ ନାଡାଲ ୨୦୧୦, ୨୦୧୩ ଏବଂ ୨୦୧୭ରେ ଏଠାରେ ଟାଇଟଲ୍ ଜିତିସାରିଛନ୍ତି। ଟାଇଟଲ୍ ଜିତିବା ପରେ ନାଡାଲ କହିଥିଲେ, "ଏହା ମୋ କ୍ୟାରିୟରର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବିଜୟ। ମୋ ପ୍ରତିଦ୍ୱନ୍ଦ୍ୱୀ ମେଡଭେଡେଭ୍ ଯେଉଁଭଳି ପ୍ରଦର୍ଶନ କଲେ, ତାହା ଅଦ୍ଭୁତ ଥିଲା। ଏଭଳି ମ୍ୟାଚ୍ ବହୁତ କମ୍ ଦେଖିବାକୁ ମିଳିଥାଏ । ୫ଘଣ୍ଟା ଧରି ଗୋଟିଏ ମ୍ୟାଚ୍ ଚାଲିବା କିଛି ଛୋଟ କଥା ନୁହେଁ। ମ୍ୟାଚର ପ୍ରତିଟି ମୁହୂର୍ତ୍ତ ଚାପଭରା ରହିଥିଲା।"

ମେଡଭେଡେଭ୍ ୨୩ ବର୍ଷ ବୟସରେ ପ୍ରଥମଥର ଗ୍ରାଣ୍ଡସ୍ଲାମ୍ ଫାଇନାଲରେ ପହଞ୍ଚିଥିଲେ ଏବଂ ଗତ ୬ ସପ୍ତାହରେ ଭଲ (୨୦-୨ ବିଜୟ ରେକର୍ଡ) ପ୍ରଦର୍ଶନ କରିଛନ୍ତି, ଯେଉଁଥିରେ ସେ ୱାଶିଂଟନ୍ ଏବଂ କ୍ୟାନାଡାରେ ରନର୍ସଅପ୍ ଏବଂ ସିନସିନାଟି ଟାଇଟଲ୍ ତଥା ଏଠାରେ ୟୁଏସ୍ ଓପନରେ ଫାଇନାଲରେ ପହଞ୍ଚିବା ଆଦି ସାମିଲ୍ ଅଛି। ୨୦୦୫ର ଅଷ୍ଟ୍ରେଲିଆନ ଓପନରେ ମରାତ ସାଫିନଙ୍କ ପରେ ମେଡଭେଡେଭ୍ ପ୍ରଥମ ରୁଷ୍ ଖେଳାଳି ଭାବେ କୌଣସି ପୁରୁଷ ଗ୍ରାଣ୍ଡସ୍ଲାମ୍ ଫାଇନାଲରେ ପ୍ରବେଶ କରିଥିଲେ।

ଫାଇନାଲରେ ପରାଜୟବରଣ କରିଥିବା ମେଡଭେଡେଭ୍ କହିଥିଲେ, ୧୯ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଅବିଶ୍ୱସନୀୟ ଏବଂ ଅଦ୍ଭୁତ। ନାଡାଲଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କ ବିପକ୍ଷରେ ମୁଁ ଏମିତି ପ୍ରଦର୍ଶନ କରିବି ବୋଲି କେବେବି ଭାବିନଥିଲି। ଟାଇଟଲ୍ ନଜିତି ପାରିବା ନିଶ୍ଚିତ ଭାବେ ନିରାଶ କରିଛି ସତ, କିନ୍ତୁ ମୁଁ ଜଣେ ସର୍ବଶ୍ରେଷ୍ଠ ଖେଳାଳିଙ୍କ ବିପକ୍ଷରେ ହାରିବା ମୋ ପାଇଁ ଗର୍ବର କଥା ବୋଲି ମେଡଭେଡେଭ୍ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story