ଟି-ଟ୍ୱେଣ୍ଟି ବିଶ୍ୱକପ୍ ଟିମ୍: ରାହାଣେ ଓ ମନୀଷଙ୍କୁ ନେଇ ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍ ଓ ଏସିଆ କପ୍ ପାଇଁ ଆସନ୍ତାକାଲି ଭାରତୀୟ ଦଳ ଘୋଷଣା କରାଯିବ। ଅଷ୍ଟ୍ରେଲିଆକୁ ଟି-ଟ୍ୱେଣ୍ଟିରେ ୩-୦ରେ ହରାଇବା ପରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଚୟନ କରିବାରେ ଚୟନକର୍ତ୍ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ତେବେ ଦୁଇ ଜଣ ଖେଳାଳିଙ୍କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି ଚୟନକର୍ତ୍ତା। ସେମାନେ ହେଲେ ଆଜିଙ୍କ୍ୟ ରାହାଣେ ଓ ମନୀଷ ପାଣ୍ଡେ। ଏ ଦୁହିଁଙ୍କ ମଧ୍ୟରୁ କାହାକୁ ୭ ନମ୍ବର ସ୍ଥାନରେ ଖେଳା ଯିବ ସେ […]

rahane-manish

Rakesh Mallick
  • Published: Thursday, 04 February 2016
  • , Updated: 04 February 2016, 11:02 AM IST

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍ ଓ ଏସିଆ କପ୍ ପାଇଁ ଆସନ୍ତାକାଲି ଭାରତୀୟ ଦଳ ଘୋଷଣା କରାଯିବ। ଅଷ୍ଟ୍ରେଲିଆକୁ ଟି-ଟ୍ୱେଣ୍ଟିରେ ୩-୦ରେ ହରାଇବା ପରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଚୟନ କରିବାରେ ଚୟନକର୍ତ୍ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ତେବେ ଦୁଇ ଜଣ ଖେଳାଳିଙ୍କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି ଚୟନକର୍ତ୍ତା। ସେମାନେ ହେଲେ ଆଜିଙ୍କ୍ୟ ରାହାଣେ ଓ ମନୀଷ ପାଣ୍ଡେ। ଏ ଦୁହିଁଙ୍କ ମଧ୍ୟରୁ କାହାକୁ ୭ ନମ୍ବର ସ୍ଥାନରେ ଖେଳା ଯିବ ସେ ନେଇ ଆସନ୍ତାକାଲି ଚୟନକର୍ତ୍ତାଙ୍କ ମଧ୍ୟରେ ତର୍କବିତର୍କ ହୋଇପାରେ।

ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ ଜିତିବା ସହିତ ଭାରତୀୟ ଦଳର ଅଧିକାଂଶ ସଦସ୍ୟ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ନିଜକୁ ଚୟନ କରି ସାରିଛନ୍ତି। ୭ ନମ୍ବର ସ୍ଥାନରେ କେଉଁ ସ୍ପେଶାଲିଷ୍ଟ୍ ବ୍ୟାଟ୍ସମ୍ୟାନଙ୍କୁ ଖେଳାଯିବ ତାହାକୁ ନେଇ ସସପେନ୍ସ ରହିଛି।

ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରୁ ବିରାଟ କୋହଲିଙ୍କୁ ବାଦ୍ ଦିଆଯାଇଛି। ତାଙ୍କୁ ବିଶ୍ରାମ ଦିଆଯାଇଛି। କିନ୍ତୁ ଏହି ସିରିଜ୍ ପରେ ବାଂଲାଦେଶରେ ଖେଳାଯିବାକୁ ଥିବା ଏସିଆ କପରେ କୋହଲି ଖେଳିବେ। ତେଣୁ ଶ୍ରୀଲଙ୍କ ବିପକ୍ଷ ସିରିଜ୍ ପାଇଁ ମନୋନୀତ ଖେଳାଳିଙ୍କ ମଧ୍ୟରୁ ଜଣେ ବାଦ୍ ପଡ଼ିବେ।

ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆରେ ୧୦୪ର ଆକର୍ଷଣୀୟ ଇନିଂସ ଖେଳିଥିବା ମନୀଷ ପାଣ୍ଡେ ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ସ୍ଥାନ ପାଇଛନ୍ତି। ସେଥିରେ ତାଙ୍କ ଖେଳକୁ ପରଖିବା ପୂର୍ବରୁ ଆସନ୍ତାକାଲି ଟି-ଟେଣ୍ଟି ବିଶ୍ୱକପ ପାଇଁ ହେବାକୁ ଥିବା ଚୟନରେ ତାଙ୍କୁ ବାଦ୍ ଦେବା ଠିକ୍ ହେବ ନାହିଁ।

Related story