ଦ୍ୱିତୀୟ ଆଶେସ୍ ଟେଷ୍ଟ: ବର୍ଷା ଯୋଗୁ ତୃତୀୟ ଦିବସ ଖେଳ ବାଧାପ୍ରାପ୍ତ

ଲଣ୍ଡନ: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଆଶେସ୍ ଟେଷ୍ଟର ତୃତୀୟ ଦିବସ ଖେଳ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ବର୍ଷା ଯୋଗୁ ପ୍ରଥମ ଦିବସ ଖେଳ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିବା ବେଳେ ଦ୍ୱିତୀୟ ଦିବସରେ ପୂରା ଖେଳ ସମ୍ଭବ ହୋଇଥିଲା। କିନ୍ତୁ ଆଜି ବର୍ଷା ଯୋଗୁ ମାତ୍ର ୨୪.୧ ଓଭର ଖେଳ ସମ୍ଭବ ହୋଇଛି। ଇଂଲଣ୍ଡ ପ୍ରଥମ ଇନିଂସରେ ୨୫୮ ରନ୍ କରି ଅଲଆଉଟ୍ ହୋଇଥିଲା ବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିବସ ଖେଳ ଶେଷ […]

lords

Ranjit Kumar Jena
  • Published: Friday, 16 August 2019
  • , Updated: 16 August 2019, 10:12 PM IST

ଲଣ୍ଡନ: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଆଶେସ୍ ଟେଷ୍ଟର ତୃତୀୟ ଦିବସ ଖେଳ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ବର୍ଷା ଯୋଗୁ ପ୍ରଥମ ଦିବସ ଖେଳ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିବା ବେଳେ ଦ୍ୱିତୀୟ ଦିବସରେ ପୂରା ଖେଳ ସମ୍ଭବ ହୋଇଥିଲା। କିନ୍ତୁ ଆଜି ବର୍ଷା ଯୋଗୁ ମାତ୍ର ୨୪.୧ ଓଭର ଖେଳ ସମ୍ଭବ ହୋଇଛି।

ଇଂଲଣ୍ଡ ପ୍ରଥମ ଇନିଂସରେ ୨୫୮ ରନ୍ କରି ଅଲଆଉଟ୍ ହୋଇଥିଲା ବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ୧ ୱିକେଟ୍ ହରାଇ ୩୦ ରନ୍ କରିଥିଲା। ଶୁକ୍ରବାର ଟିମର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ମଧ୍ୟାହ୍ନ ଭୋଜନ ସୁଦ୍ଧା ଅଷ୍ଟ୍ରେଲିଆ ୪ ୱିକେଟ୍ ହରାଇ ୮୦ ରନ୍ କରିଥିଲା। ଏହା ପରେ ଲଗାତାର ବର୍ଷା ହେବାରୁ ଆଉ ଖେଳ ହୋଇପାରିନଥିଲା।

ଷ୍ଟମ୍ପ ଅପସାରଣ ବେଳକୁ ଷ୍ଟିଭେନ୍ ସ୍ମିଥ୍ ୧୩ ଓ ମାଥ୍ୟୁ ୱେଡ୍ କୌଣସି ରନ୍ ନକରି ଅପରାଜିତ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଉସମାନ୍ ଖୱାଜା ୩୬, କ୍ୟାମେରନ୍ ବ୍ୟାନକ୍ରଫ୍ଟ ୧୩, ଡେଭିଡ୍ ୱାର୍ଣ୍ଣର୍ ୩ ଓ ଟ୍ରେଭିସ୍ ହେଡ୍ ୭ ରନ୍ କରି ଆଉଟ୍ ହୋଇଛନ୍ତି। ଇଂଲଣ୍ଡ ପକ୍ଷରୁ ଷ୍ଟୁଆର୍ଟ ବ୍ରଡ୍ ୨ଟି, ଡେବ୍ୟୁଟାଣ୍ଟ ଜୋଫ୍ରା ଆର୍ଚର୍ ଓ କ୍ରିସ୍ ଓକ୍ସ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

Related story