ରାଇନା ଗୁଜରାଟ ଲାୟନ୍ସର ଅଧିନାୟକ

ନୂଆଦିଲ୍ଲୀ: ଆଇପିଏଲର ନବମ ସଂସ୍କରଣର ନୂଆ ଦଳ ଭାବେ ରାଜକୋଟ ଫ୍ରାଞ୍ଚାଇଜ୍ ଆଜି ତା’ର ଲୋଗୋ ଉନ୍ମୋଚନ କରିଛି। ଏହି ଫ୍ରାଞ୍ଚାଇଜର ଟିମର ନାମ ରଖାଯାଇଛି ଗୁଜରାଟ ଲାୟନ୍ସ। ଏହି ଦଳର ଅଧିନାୟକ ଭାବେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ନିଯୁକ୍ତି ଦିଆଯାଇଛି। ସେହିଭଳି ମୁଖ୍ୟ କୋଚ ଭାବେ ଦାୟତ୍ୱ ଦିଆଯାଇଛି ଅଷ୍ଟ୍ରେଲିଆର ବ୍ରାଡ ହଗଙ୍କୁ। ଏହା ପୂର୍ବରୁ ସୁରେଶ ରାଇନା ଚେନ୍ନାଇ ସୁପରକିଙ୍ଗ୍ସର ସଦସ୍ୟ ଥିଲେ। ଅନ୍ୟପକ୍ଷରେ ବ୍ରାଡ ହଗ୍ କୋଲକାତା ନାଇଟ୍ ରାଇଡର୍ସ, କୋଚି […]

gujaratlion

Rakesh Mallick
  • Published: Tuesday, 02 February 2016
  • , Updated: 02 February 2016, 10:46 AM IST

ନୂଆଦିଲ୍ଲୀ: ଆଇପିଏଲର ନବମ ସଂସ୍କରଣର ନୂଆ ଦଳ ଭାବେ ରାଜକୋଟ ଫ୍ରାଞ୍ଚାଇଜ୍ ଆଜି ତା’ର ଲୋଗୋ ଉନ୍ମୋଚନ କରିଛି। ଏହି ଫ୍ରାଞ୍ଚାଇଜର ଟିମର ନାମ ରଖାଯାଇଛି ଗୁଜରାଟ ଲାୟନ୍ସ। ଏହି ଦଳର ଅଧିନାୟକ ଭାବେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ନିଯୁକ୍ତି ଦିଆଯାଇଛି। ସେହିଭଳି ମୁଖ୍ୟ କୋଚ ଭାବେ ଦାୟତ୍ୱ ଦିଆଯାଇଛି ଅଷ୍ଟ୍ରେଲିଆର ବ୍ରାଡ ହଗଙ୍କୁ।

ଏହା ପୂର୍ବରୁ ସୁରେଶ ରାଇନା ଚେନ୍ନାଇ ସୁପରକିଙ୍ଗ୍ସର ସଦସ୍ୟ ଥିଲେ। ଅନ୍ୟପକ୍ଷରେ ବ୍ରାଡ ହଗ୍ କୋଲକାତା ନାଇଟ୍ ରାଇଡର୍ସ, କୋଚି ଓ ରାଜସ୍ଥାନ ରୋୟାଲ୍ସରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିଭାଇଛନ୍ତି।

ଆସନ୍ତା ଏପ୍ରିଲ ୯ ତାରିଖରୁ ଆଇପିଏଲର ନବମ ସଂସ୍କରଣ ଆରମ୍ଭ ହେବ।

Related story