ରାୟପୁରରେ ହେବ ପୁରୁଷ ହକି ବିଶ୍ୱ ଲିଗ୍ ଫାଇନାଲ

ରାୟପୁର: ଛତିଶଗଡର ରାୟପୁରଠାରେ ହେବ ପୁରୁଷ ହକି ବିଶ୍ୱ ଲିଗ୍ ଫାଇନାଲ। ଏହା  ନଭେମ୍ବର ୨୭ରୁ ଡିସେମ୍ବର ୬ ମଧ୍ୟରେ ଅନୁଷ୍ଠିତ ହେବ। ମଙ୍ଗଳବାର ଅନ୍ତର୍ଜାତୀୟ ହକି ଫେଡେରସନ ଏହା ଘୋଷଣା କରିଛନ୍ତି। ୨୦୧୫ ପୁରୁଷ ହକି ବିଶ୍ୱ ଲିଗ ଫାଇନାଲ ହେବା ନେଇ ଘୋଷଣା ହେବା ପରେ ବେଶ୍ ଉତ୍ସାହିତ ଅଛନ୍ତି ରାୟପୁର ଅନ୍ତର୍ଜାତୀୟ ହକି ଷ୍ଟାଡିୟମ କର୍ତ୍ତୃପକ୍ଷ। ସୂଚନାଯୋଗ୍ୟ ଏହି ଲିଗରେ ବିଶ୍ୱର ଶ୍ରେଷ୍ଠ ୮ଟି ଦଳ ଭାଗ ନେବେ। ସେମାନେ ହେଲେ ଆୟୋଜକ […]

Raipur International Hockey Stadium

Rakesh Mallick
  • Published: Tuesday, 18 August 2015
  • , Updated: 18 August 2015, 04:03 PM IST

ରାୟପୁର: ଛତିଶଗଡର ରାୟପୁରଠାରେ ହେବ ପୁରୁଷ ହକି ବିଶ୍ୱ ଲିଗ୍ ଫାଇନାଲ। ଏହା  ନଭେମ୍ବର ୨୭ରୁ ଡିସେମ୍ବର ୬ ମଧ୍ୟରେ ଅନୁଷ୍ଠିତ ହେବ। ମଙ୍ଗଳବାର ଅନ୍ତର୍ଜାତୀୟ ହକି ଫେଡେରସନ ଏହା ଘୋଷଣା କରିଛନ୍ତି। ୨୦୧୫ ପୁରୁଷ ହକି ବିଶ୍ୱ ଲିଗ ଫାଇନାଲ ହେବା ନେଇ ଘୋଷଣା ହେବା ପରେ ବେଶ୍ ଉତ୍ସାହିତ ଅଛନ୍ତି ରାୟପୁର ଅନ୍ତର୍ଜାତୀୟ ହକି ଷ୍ଟାଡିୟମ କର୍ତ୍ତୃପକ୍ଷ।

ସୂଚନାଯୋଗ୍ୟ ଏହି ଲିଗରେ ବିଶ୍ୱର ଶ୍ରେଷ୍ଠ ୮ଟି ଦଳ ଭାଗ ନେବେ। ସେମାନେ ହେଲେ ଆୟୋଜକ ଭାରତ ସହ ଅଷ୍ଟ୍ରେଲିଆ, ନେଦରଲ୍ୟାଣ୍ଡ, ଜର୍ମାନୀ, ବେଲଜିୟମ, ଗ୍ରେଟ ବ୍ରିଟେନ୍, ଆର୍ଜେଣ୍ଟିନା ଓ କାନାଡା। ଏହାସହ ଏହି ୮ଟି ଦଳ ମଧ୍ୟ ୨୦୧୬ ଅଲିମ୍ବିକ ପାଇଁ କ୍ୱାଲିଫାଇ କରିସାରିଛନ୍ତି।

Related story